କାର୍ତ୍ତିକେଶ୍ୱର ପୂଜାରେ କମ୍ପିବ ବଇଣ୍ଡା

ବଇଣ୍ଡା, ୧।୧୧(ଡି.ଏନ୍‌.ଏ.): ବଇଣ୍ଡାର ଐତିହ୍ୟସମ୍ପନ୍ନ କାର୍ତ୍ତିକେଶ୍ୱର ପୂଜା କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ। ପୂଜାକୁ ମଝିରେ ମାତ୍ର ତିନିଦିନ ଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡ଼ି, ପ୍ରସାଦ ସେବନ ଚଳିତବର୍ଷର ମୁଖ୍ୟ ଆକର୍ଷଣ ସାଜିବାକୁ ଥିବାବେଳେ ଏହାକୁ ନେଇ ଚଳଚଳଞ୍ଚଳ ହୋଇଉଠିଛି ପରିବେଶ।
ପୂଜା କମିଟିର ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖଠାରୁ କାର୍ତ୍ତିକେଶ୍ୱରଙ୍କ ପୂଜା ଆରମ୍ଭ ହେବ। ଏଥିପୂର୍ବରୁ ୩ ତାରିଖରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସମ୍ବଲପୁର ଅଞ୍ଚଳରୁ ମେଲୋଡି ଗ୍ରୁପ୍‌କୁ ଆମନ୍ତ୍ରଣ କରାଯାଇଛି। ସେହିପରି ଅଞ୍ଚଳର କୁନି କଳାକାରଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଏହାକୁ ବାଦ୍‌ଦେଲେ ଦୈନିକ ୩୦୦ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯିବ। ପୂଜା ମଧ୍ୟରେ ଗୋଟିଏ ଦିନ ୩୦୦୦ ଲୋକଙ୍କ ପଇଁ ରାଜଭୋଗ କରାଯିବ। ୯ ତାରିଖରେ ଆକର୍ଷଣୀୟ ଶୋଭାଯାତ୍ରାରେ ଠାକୁରଙ୍କୁ ମେଲାଣି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ୧୯୫୯ରେ ବଇଣ୍ଡାର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁଙ୍କ ନେତୃତ୍ୱ ଏବଂ ସଙ୍ଗଠକ ପ୍ରଭୁଦୟାଲ ଅଗ୍ରୱାଲ, ଭାବଗ୍ରାହୀ ସାହୁ, ସୁଧାକର ଶଙ୍ଖାରୀ, ସନାତନ ସାହୁ, ଅନୁକୁଳିଆ ସାହୁ, ଅନିରୁଦ୍ଧ ବେହେରା, ଗୋବିନ୍ଦ ବେହେରା, ଆନନ୍ଦମୁଣ୍ଡା ଗ୍ରାମର ନାରାୟଣ ପ୍ରଧାନ, ଧନେଶ୍ୱର ପ୍ରଧାନ, ରସାନନ୍ଦ ପ୍ରଧାନ, ପଦ୍ମନାଭ ପ୍ରଧାନ, କଦଳୀମୁଣ୍ଡା ଗ୍ରାମର ଇନ୍ଦ୍ରମଣି ପ୍ରଧାନ, ଡେବେରାପାଲି ଗ୍ରାମର ଭିକାରୀ ମିଶ୍ରଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା। ଉକ୍ତ ସମୟରେ ଗ୍ରାମର ବହୁ କଳାକାରଙ୍କୁ ନେଇ ଡ୍ରାମାର ଆୟୋଜନ କରାଯାଉଥିବାବେଳେ ଏଭଳି ଏକ ପୂଜା କରିବାକୁ ଚିନ୍ତା କରିଥିଲେ ତ୍ରିଲୋଚନ। ମାତ୍ର ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୩ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ସ୍ଥାନୀୟ କାରିଗର କାଳିଆ ସାହୁ, ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ୧୫ ଫୁଟ ଉଚ୍ଚତାର ସିନେରି ସହ ମେଢ଼ ଶୋଭା ପାଇବ। ପୂଜାକୁ ସଫଳ କରିବାକୁ ବଇଣ୍ଡା ଗ୍ରାମବାସୀ, ବଇଣ୍ଡା ବିକାଶ ପରିଷଦର କର୍ମକର୍ତ୍ତା ଏକ୍‌ଜୁଟ ହୋଇ ଲାଗିପଡ଼ିଛନ୍ତି।

 

ସଫଳ କରିବାକୁ ଉଦ୍ୟମ ଚାଲିଛି
ଆରମ୍ଭରୁ କାର୍ତ୍ତିକେଶ୍ୱର ପୂଜା ବିଛା ସଂକ୍ରାନ୍ତିରେ ଅନୁଷ୍ଠିତ ହେଉଥିଲା। ଏବେ ପଞ୍ଚୁକରୁ ପୂଜା ଆରମ୍ଭ ହେଉଛି। ସମସ୍ତଙ୍କ ସହଯୋଗରେ ଏହାକୁ ସଫଳ କରିବା ପାଇଁ ଉଦ୍ୟମ ଚାଲିଛି।
-ତ୍ରିଲୋଚନ ସାହୁ, ପୂଜାର ପୁରୋଧା

ଚଳିତବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ
ଦୀର୍ଘବର୍ଷ ହେଲା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୂଜା ଆୟୋଜନ କରାଯାଉଛି। ଚଳିତବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
-ବିନୀତ ଶାହା, କୋଷାଧ୍ୟକ୍ଷ

ଚଳିତବର୍ଷ ୩ ଲକ୍ଷ ଟଙ୍କାର ବଜେଟ
୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ପୂଜା ଚଳିତବର୍ଷ ୩ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ପୂଜାକୁ କିଭଳି ଧୁମ୍‌ଧାମ୍‌ରେ କରାଯିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି।
-ରଞ୍ଜନ ବେହେରା, ସମ୍ପାଦକ

କୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ
କାର୍ତ୍ତିକେଶ୍ୱରଙ୍କ ପୂଜାରେ ମେଲୋଡି ସହ ସ୍ଥାନୀୟ ଅଞ୍ଚଳର କୁନି କୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶାନ୍ତିଶୃଙ୍ଖଳା ପ୍ରତି ଗୁରୁତ୍ୱ ଦିଆଯାଉଛି।
-ଜିତେନ୍ଦ୍ର ବେହେରା, ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri