ରାଷ୍ଟ୍ରପତିଙ୍କ ଜୀବନୀ ଲେଖି ଚର୍ଚ୍ଚାରେ ତେଜସ୍ବିନୀ

ରଘୁନାଥପୁର,୧୪ା୧୦(ଡି.ଏନ.ଏ.): ମାତ୍ର ୧୭ ବର୍ଷ ବୟସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ସମ୍ପର୍କରେ ଲେଖି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ସାଦେଇପୁର ଗ୍ରାମର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ତେଜସ୍ବିନୀ ପଣ୍ଡା ଚର୍ଚ୍ଚାରେ ରହିଛନ୍ତି। ବାପା ଶୁଭେନ୍ଦୁ ବର୍ତ୍ତମାନ ପୋଲିସ ବିଭାଗରେ କାର୍ଯ୍ୟରତ, ତାଙ୍କ ପ୍ରେରଣା ଓ ମା’ କଳ୍ପନାଙ୍କ ଦିଗ୍‌ଦର୍ଶନ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୨୫ରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଟାଇମ ପାସ ପବ୍ଲିକେଶନ ଦ୍ୱାରା ପ୍ରକାଶିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁସ୍ତକକୁ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଉନ୍ମୋଚନ କରିଥିଲେ। ସେଠାରେ ଗାଳ୍ପିକା ହିରଣ୍ମୟୀ ମିଶ୍ର, ପ୍ରକାଶକ ସରୋଜ ବଳଙ୍କ ସହ ଦେଶବିଦେଶର ବହୁ ସୁନାମଧନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହା ପୂର୍ବରୁ ମେ’ ୧୧ ତାରିଖରେ ତେଜସ୍ବିନୀଙ୍କ ପ୍ରଥମ ରଚିତ କବିତା ସଙ୍କଳନ ‘ହୃଦୟ ତୀରେ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଏହାଛଡା ଜଗତ୍‌ସିଂହପୁର ସାହିତ୍ୟ ପରିଷଦ ଓ ବାଇମୁଣ୍ଡି ସାହିତ୍ୟ ପରିଷଦରେ କବିତା ପାଠ କରି ମାନପତ୍ର ସହ ସମ୍ବର୍ଦ୍ଧିତ ହୋଇଥିଲେ। ସେହିପରି ନବକାକଳି ସାହିତ୍ୟ ପରିଷଦ ପକ୍ଷରୁ ସାହିତ୍ୟରତ୍ନ ଡ. ସୁରେନ୍ଦ୍ର ତ୍ରିପାଠୀ ତେଜସ୍ବିନୀଙ୍କୁ ଯୁବ କବୟିତ୍ରୀ ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବା ପରେ ଅତ୍ୟନ୍ତ ଖୁସି ହୋଇଥିଲେ ତେଜସ୍ବିନୀ। ରାଷ୍ଟ୍ରପତି ଦ୍ରୌପଦୀଙ୍କ ବାଲ୍ୟକାଳରୁ ଶପଥ ଗ୍ରହଣ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ସଂଗ୍ରହ କରି ଜୀବନର ସଂଘର୍ଷ କାହାଣୀକୁ ମାତ୍ର ୧୫ ଦିନ ମଧ୍ୟରେ ପୁସ୍ତକରେ ବାନ୍ଧି ରଖିଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବାର ଆଶା ତାଙ୍କର ଥିବା ସେ ପ୍ରକାଶ କରିଛନ୍ତି। ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସେ କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରତି ଅନୁରକ୍ତ ହୋଇଥିଲେ। ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲେ ସୁଦ୍ଧା ନିଜ ବ୍ଲକ ଓ ଜିଲା ପ୍ରଶାସନ ତାଙ୍କୁ ଭୁଲି ଯାଇଛି ବୋଲି ତେଜସ୍ବିନୀ କହିଛନ୍ତି। ବାପା ଶୁଭେନ୍ଦୁ ତାଙ୍କଠାରୁ ଦୂରରେ ରହି ଚାକିରି କରୁଥିବାରୁ ଏକାକୀ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଲେଖାଲେଖି କରିବାରେ ବ୍ୟତିକ୍ରମ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri