Posted inଜାତୀୟ

ପାଟନା ମେଡିକାଲ କଲେଜକୁ ତେଜସ୍ବୀଙ୍କ ରାତିଅଧିଆ ଗସ୍ତ…

ନୂଆଦିଲ୍ଲୀ, ୭।୯ : ମଙ୍ଗଳବାର ବିଳମ୍ବିତ ରାତିରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ୱାର୍ଡରେ ଖରାପ ବ୍ୟବସ୍ଥା ଦେଖିବା ପରେ ସେ ବହୁତ ରାଗି ଯାଇଥିଲେ। ସେ ଡାକ୍ତରମାନଙ୍କୁ ତୀବ୍ର ନିନ୍ଦା କରିଥିଲେ। ଯାଞ୍ଚ ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେଜସ୍ବୀ ପାଟନା ମେଡିକାଲ କଲେଜ ହସ୍ପିଟାଲ (ପିଏମସି)ରେ ପହଞ୍ଚିଥିଲେ। ତାଙ୍କର ହଠାତ୍‌ ଗସ୍ତ ବିଷୟରେ କେହି ଜାଣି ନ ଥିଲେ। ଏଭଳି ପରିସ୍ଥିତିରେ ତେଜସ୍ବୀଙ୍କୁ ସେମାନଙ୍କ ସାମ୍ନାରେ ପାଇବା ପରେ ଡାକ୍ତରଖାନା ପ୍ରଶାସନର ହୋସ୍‌ ଉଡ଼ି ଯାଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଗସ୍ତର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଉପମୁଖ୍ୟମନ୍ତ୍ରୀ ଡାକ୍ତରଙ୍କଠାରୁ ଔଷଧ ତାଲିକା ମାଗୁଥିବା ଦେଖିବାକୁ ମିଳିଛି, କିନ୍ତୁ ଏହା ଘଟଣାସ୍ଥଳରେ ଉପଲବ୍ଧ ନଥିଲା। ଏହା ବ୍ୟତୀତ କେତେକ ଡାକ୍ତର ମଧ୍ୟ ଅନୁପସ୍ଥିତ ଥିଲେ। ତେଜସ୍ବୀ କହିଛନ୍ତି, ପାଟନା ମେଡିକାଲ କଲେଜରେ ଟାଟା ୱାର୍ଡର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ସେଠାରେ ଔଷଧ କିମ୍ବା ପରିଷ୍କାର ପରିଚ୍ଛନ୍ନତା ନଥିଲା। ରୋଗୀଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଉ ନଥିଲା ଏବଂ ଘଟଣାସ୍ଥଳରେ ବହୁ ଆନୁସଙ୍ଗିକ ଅଭାବ ଦେଖାଦେଇଥିଲା। ଡାକ୍ତର କିମ୍ବା ଜୁନିଅର ଡାକ୍ତର ମଧ୍ୟ ଡ୍ୟୁଟିରେ ନଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ହସ୍ପିଟାଲର କର୍ମଚାରୀମାନେ ମିଛ କହୁଥିବା ବେଳେ ଧରାପଡ଼ିଥିଲେ। ତେଣୁ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ନୂତନ ଗାର୍ଡିନର ରୋଡ ହସ୍ପିଟାଲ ଏବଂ ଗରଦାନିବାଗ ଡାକ୍ତରଖାନା ମଧ୍ୟ ଗସ୍ତ କରିଥିଲେ।ତେଦେ ସେସବୁ ଡାକ୍ତରଖାନାରେ ଡାକ୍ତରମାନେ ଉପସ୍ଥିତ ଥିଲେ। ପର୍ଯ୍ୟାପ୍ତ ଔଷଧ ଏବଂ କର୍ମଚାରୀ ମଧ୍ୟ ଡ୍ୟୁଟିରେ ଥିଲେ ବୋଲି ତେଜସ୍ବୀ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?