Posted inଜାତୀୟ

ଗୁରୁଙ୍କ ଶରଣରେ ତେଜ ପ୍ରତାପ

ପାଟନା,୨୬।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପ ନିଜ ଗୁରୁଙ୍କ ଶରଣରେ ପଶିଛନ୍ତି। ପାରିବାରିକ କଳହଠାରୁ ଦୂରରେ ରହିବାକୁ ସେ ନିଜ ଆଧ୍ୟାତ୍ମିକ ଗୁରୁ ବଲ୍ଲଭାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏହାର ଫଟୋ ସେ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପାରିବାରିକ କଳହ ଯୋଗୁ ତେଜପ୍ରତାପଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେ ହଠାତ୍‌ ବୃନ୍ଦାନରେ ପହଞ୍ଚିଥିଲେ। ସେ କହିଥିତ୍ଲେ ମୁଁ ସବୁବେଳେ ସତ କହିଥାଏ, ଏଥିପାଇଁ ଆଲେଚନରାର ଶିକାର ହୁଏ। ସବୁବେଳେ ବଡ଼ମାନଙ୍କ କାମକୁ ସମ୍ମାନ ଦେବା ଆବଶ୍ୟକ। କିନ୍ତୁ ମୁଁ ଏହାର ବିରୋଧ କଲେ ବିବାଦ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଏହାସହ ସାନ ଭାଙ୍ଗି ତେଜସ୍ବୀ ଯାଦବଙ୍କ ସହ ତାଙ୍କ ସମ୍ପକ କରଣ-ଅର୍ଜୁନ ଭଳି, ଏହି ଦୁହିଁଙ୍କୁ କେହି ଅଲଗା କରିପାରିବେ ନାହିଁ ବୋଲି ତେଜ ପ୍ରତାପ କହିଛନ୍ତି।
ସୂଚନାଯୋଗ୍ୟ, ଦଳର ଅନୁଶାସନ ଭାଙ୍ଗିଥିବାରୁ ତେଜ ପ୍ରତାପ ବିରୋଧରେ ବାପା ଲାଲୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚର୍ଚ୍ଚା ହେଉଛି। ଭାଙ୍ଗ ତେଜସ୍ବୀଙ୍କ କାର୍ଯ୍ୟକୁ ନେଇ ସେ ସର୍ବଦା ପ୍ରଶ୍ନ ଉଠାଇବା ସହ ଦଳୀୟ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା କରୁଛନ୍ତି। ଏଥିରୁ ଦୂରେଇ ରହିବାକୁ ତେଜସ୍ବୀ ଏବଂ ସାନ ଭଉଣୀ ରୋହିଣୀ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଏହା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri