Posted inଜାତୀୟ

ତେଜ ପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢିବେ ଐଶ୍ୱର୍ଯ୍ୟା !

ପାଟନା,୨୧।୮: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର ବିଧାୟକ ଚନ୍ଦ୍ରିକା ରାୟ ଗୁରୁବାର ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ସାମିଲ ହୋଇଛନ୍ତି। ଏବେ ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନୁମାନ କରାଯାଉଛି କି ଚନ୍ଦ୍ରିକା ରାୟଙ୍କ ଝିଅ ତଥା ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରର୍ଥୀ ହୋଇପାରନ୍ତି। ଜେଡିୟୁରେ ସାମିଲ ହେବା ପରେ ଚନ୍ଦ୍ରିକାଙ୍କୁ ପରସା ବିଧାନସଭା ଆସନରୁ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି। କାରଣ ଏବେ ସେ ସେହି ଆସନରୁ ବିଧାୟକ ଅଛନ୍ତି ଓ ସେଠାରେ ସେ ୭ ଥର ବିଜୟ ଲାଭ କରିଛନ୍ତି। ତେବେ ଚନ୍ଦ୍ରିକା ଜେଡିୟୁରେ ସାମିଲ ହେବା ପରେ ଇଙ୍ଗିତ ଦେଇ କହିଥିଲେ କି ତାଙ୍କ ଝିଅ ତଥା ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ମହୁଆ ବିଧାନସଭା ଆସନରୁ ତେଜ ପ୍ରତାପଙ୍କ ବିରୋଧରେ ଲଢିପାରନ୍ତି। ସୂଚନାଯୋଗ୍ୟ, ତେଜପ୍ରତାପ ଏବେ ମହୁଆ ବିଧାନସଭା ଆସନରୁ ବିଧାୟକ ଥିବା ବେଳେ, ଗତ କିଛିମାସ ହେବ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାକୁ ଯେଉଁଭଳି ବ୍ୟବହାର କରିଛନ୍ତି ଏହି ରାଗରେ ଐଶ୍ୱର୍ଯ୍ୟା ଏଥର ତାଙ୍କ ବିରୋଧରେ ନିର୍ବାଚନ ଲଢି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…

ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍‌...

ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ...

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ...

ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁପ୍ରିମ୍‌କୋର୍ଟରେ ମାନିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ନୂଆ କରୋନା ଆକ୍ରାନ୍ତଙ୍କ...

ୟୁପି ଜିଲା ପଞ୍ଚାୟତ ନିର୍ବାଚନ: ୭୫ରୁ ୬୭ରେ ବିଜୟୀ ହେଲା ଭାଜପା

ଲକ୍ଷ୍ନୌ,୩ ।୭: ଉତ୍ତର ପ୍ରଦେଶର ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ୭୫ରୁ ୬୭ଆସନରେ ବିଜୟୀ ହୋଇଛି...

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍‌କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ

ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ...

ଲେମ୍ବୁ କିଲୋ ପିଛା ୨୦୦ ଟଙ୍କା…

ନୂଆଦିଲ୍ଲୀ, ୨।୪ : ଖରା ବଢ଼ିବା ସହିତ ଦେଶରେ ଲେମ୍ବୁ କିଲୋଗ୍ରାମ୍‌ ପିଛା ଦାମ୍‌ ବଢ଼ିବାରେ ଲାଗିଛି। ଏହା ଇତିମଧ୍ୟରେ କିଲୋଗ୍ରାମ୍‌ ପିଛା ୨୦୦ ଟଙ୍କାରେ...

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ...

Advertisement
Archives

Model This Week