ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ନିକଟ ବାହୁଦା ନଦୀ ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରାଯାଉଥିବାବେଳେ ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢାଉ ପୂର୍ବରୁ ସୂଚନା ପାଇ ୨ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିବା ତହସିଲଦାର ନଦୀ ଘାଟରୁ ୨ଟି ନମ୍ବରବିହୀନ ବାଲି ବୋଝେଇ ଟ୍ରଲିକୁ ଜବତ କରିଥିଲେ। ପରେ ସେ ବ୍ରହ୍ମପୁର କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ନାୟକଙ୍କୁ ଡକାଇ ହସ୍ତାନ୍ତର କରିଥିଲେ। ପରେ ଖଣି ଅଧିକାରୀ ଏନେଇ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଜବତ ବାଲି ବୋଝେଇ ୨ ଟ୍ରଲିକୁ ନୂଆପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ସୁବାସ ନାୟକଙ୍କୁ ଜିମାରେ ଦିଆଯାଇଥିବା ଜଣାପଡିଛି।
ସେହିପରି ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି ୦୭ ଏଡବ୍ଲ୍ୟୁ – ୪୫୭୫)କୁ ତହସିଲଦାର ଅଟକାଇ ଯାଞ୍ଚ କରିବାରୁ ବିନା ୱାଇ ଫାର୍ମରେ ବାଲି ଚାଲାଣ ହେଉଥିବା ଜାଣିବା ପରେ ଟ୍ରାକ୍ଟରକୁ ଜବତ କରି କନିଷ୍ଠ ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share