୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଫେଷ୍ଟିଭାଲର ଭୂମିପୂଜନ କାର୍ଯ୍ୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଭାରତର ପ୍ରଥମ ଅନ୍ତର୍ଜାତୀୟ ଏରିୟଲ ଆକ୍ରୋବାଟିକ୍‌ ଶୋ ଉତ୍ତରାଖଣ୍ଡର ତେହରି ହ୍ରଦ ନିକଟରେ ଆୟୋଜନ ହେବ। ଉକ୍ତ ଫେଷ୍ଟିଭାଲରେ ପ୍ରାୟ ୩୫ ଅନ୍ତର୍ଜାତୀୟ ଆଥ୍‌ଲେଟଙ୍କ ସମେତ ୧୫୦ରୁ ଅଧିକ ପାରାଗ୍ଲାଇଡର ଅଂଶ ଗ୍ରହଣ କରିବେ। ସେହିଭଳି ବର୍ତ୍ତମାନ ପାରାଗ୍ଲାଇଡିଂ ଟ୍ରେନିଂ ଏବଂ ଏରିଲ୍‌ ଆକ୍ରୋବାଟିକ୍‌ ଶୋ ପାଇଁ ଏହା ଏକ କେନ୍ଦ୍ର ପାଲଟିଛି। ବିଶେଷକରି ଭାରତ, ସାଉଦି ଆରବ, ଗ୍ରୀସ୍‌, ଚେକ୍‌ ରିପବ୍ଲିକ୍‌, ଜର୍ମାନୀ, ଅଷ୍ଟ୍ରିଆ, ଲେବାନନ୍‌, ତୁର୍କୀ, ସ୍ପେନ୍‌, ବୁଲଗେରିଆ, ସୁଇଜରଲାଣ୍ଡ, ଇରାନ, ରୁଷିଆ, ଦକ୍ଷିଣ କୋରିଆ, ମାଲେସିଆ, ଜାପାନ, ଥାଇଲାଣ୍ଡ, ଭିଏଟ୍‌ନାମ, ମଙ୍ଗୋଲିଆ, ତାଇୱାନ, ଆମେରିକା, କଲମ୍ବିଆ, ଫ୍ରାନ୍ସ, ଶ୍ରୀଲଙ୍କା ଏବଂ ନେପାଳ ଭଳି ଦେଶରୁ ଅଂଶଗ୍ରହଣକାରୀମାନେ ସାମିଲ ଅଛନ୍ତି। ଏ ସମ୍ପର୍କରେ ପର୍ଯ୍ୟଟନ ସଚିବ ସଚିନ କୁର୍ଭେ କହିଛନ୍ତି, ସ୍ଥାନୀୟ ଯୁବକମାନଙ୍କୁ ମାଗଣାରେ ଉକ୍ତ ତାଲିମ ପ୍ରଦାନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ପାରାଗ୍ଲାଇଡିଂ କେବଳ ଦୁଃସାହସିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ରୋଜଗାରର ନୂତନ ସୁଯୋଗ ପାଇଁ ମଧ୍ୟ ଦ୍ୱାର ଖୋଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri