ପେନ୍‌ସନ କଭରେଜ୍‌ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୧: ଦେଶର ପ୍ରମୁଖ ନିୟାମକ ପ୍ରାଧିକରଣ ପେନ୍‌ସନ ଫଣ୍ଡ ରେଗୁଲାଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଜାତୀୟ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର ମିଳିତ ସହଯୋଗରେ ପିଏଫ୍‌ଆର୍‌ଡିଏ ଶୁକ୍ରବାର ଭୁବନେଶ୍ୱରଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଏଫ୍‌ଆର୍‌ଡିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.ଜି.ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏକ ଦୃଢ ସମାଜ ସହିତ ବଢୁଥିବା ଚିନ୍ତା ପାଇଁ ପେନ୍‌ସନ କଭରେଜ ଆବଶ୍ୟକତାକୁ ଦାସ ବିଶେଷ ଗୁରୁତ୍ୱ ଦେଇଥିଲେ। ସେହିଭଳି ସେ ଦକ୍ଷତା, ମାପକାଠି, ରିଟର୍ନ ଆଦି ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରିତବ୍ରତ ସରକାର,ଏଫ୍‌ଆଇଏଆଇର ମୁଖ୍ୟ ଅବସରପ୍ରାପ୍ତ-ଇଣ୍ଡିଆ ଓ ମ୍ୟାନେଜିଂ ପାର୍ଟନର ଏବଂ ସୁମିତ କୁମାର ମୁଖ୍ୟ ମହାପ୍ରବନ୍ଧକଙ୍କ ସମେତ ସତ୍ୟବ୍ରତ ଦାସ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଅବସରକାଳୀନ ଲାଭ ଯୋଜନା ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ମାନନୀୟ ବ୍ୟକ୍ତି ଓ ୫୦କର୍ପୋରେଟ ହାଉସ ପ୍ରତିନିଧି,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୪ ଜାନୁୟାରୀ ୧ ବା ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ କ୍ଷେତ୍ରରେ ପ୍ରବେଶ କରିଥିବା ସମସ୍ତ ସରକାରୀ କର୍ମଚାରୀ (ସୈନ୍ୟବାହିନୀ ବ୍ୟତୀତ) ମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ କରାଯାଇଛି। ଏପରିକି ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ମଧ୍ୟ ସେମାନଙ୍କର ନୂତନ କର୍ମଚାରୀଙ୍କ ପାଇଁ ମଧ୍ୟ ଏନ୍‌ପିଏସ୍‌ ଲାଗୁ କରିଛନ୍ତି। ବିଶେଷକରି ୨୦୦୯ ମେ ୧ ପରଠାରୁ କର୍ପୋରେଟ ହାଉସ ସମେତ ସ୍ବେଚ୍ଛାକୃତ ଭିତ୍ତିରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏନ୍‌ପିଏସ୍‌ ଉପଲବ୍ଧ ରହିଛି।
ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ ଏକ ମହତ୍ତ୍ୱ ପ୍ରଦାନ କରି ଅଟଳ ପେନ୍‌ସନ ଯୋଜନା (ଏପିଓ୍ବାଇ) ୨୦୧୫ ଜୁନ୍‌ ୧ରେ ଆରମ୍ଭ କରାଯାଇଥିଲାବେଳେ ୨୦୨୩ ନଭେମ୍ବର ୧୧ ସୁଦ୍ଧା ଏନ୍‌ପିଏସ୍‌ ଓ ଏପିୱାଇର ଗ୍ରାହକ ସଂଖ୍ୟା ୬.୮୫ କୋଟି ଅତିକ୍ରମ କରିଛି। ଏପରିକି ଉପରୋକ୍ତ ଯୋଜନାର ମୋଟ ଆସେଟ ୧୦,୪୦,୮୩୧.୫୧ କୋଟି ହୋଇଛି, ଉକ୍ତ ସିଷ୍ଟମ (ଏନ୍‌ପିଏସ୍‌) ଅଧୀନରେ ପ୍ରାୟ ୧୨,୨୪୭ କର୍ପୋରେଟ ହାଉସର ୧୮.୬୨ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, କର୍ପୋରେଟ ହାଉସଗୁଡ଼ିକରେ ଏନ୍‌ପିଏସ୍‌ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଏନ୍‌ପିଏସ୍‌ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏନ୍‌ପିଏସ୍‌ ହେଉଛି ଏକ ଅବସରକାଳୀନ ଯୋଜନା ଓ ଏହା କର୍ପୋରେଟ ସଂସ୍ଥାଗୁଡ଼ିକଙ୍କ ପାଇଁ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?