ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ତେଣୁ ଆପଣ ଚାହିଁଲେ ନିଜର ହେଉ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ଦାନ୍ତ ବିନ୍ଧୁଥିଲେ କେତେକ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ…
ଦାନ୍ତ ବିନ୍ଧା ସମୟରେ ଗରମ ଲୁଣପାଣି କୁଳିକରିବା ଦ୍ୱାରା ଏହି ସମସ୍ୟାରୁ କିଛି ମାତ୍ରାରେ ଉପଶମ ମିଳିଥାଏ।
ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ବିନ୍ଧୁଥିବା ଦାନ୍ତ ଉପରେ ଏକ ଲବଙ୍ଗ ରଖି କିଛି ସମୟ ଛାଡିଦିଅନ୍ତୁ କିମ୍ବା ଲବଙ୍ଗ ତେଲ ଲଗାନ୍ତୁ ଦେଖବେ ତୁରନ୍ତ ଆରାମ ମିଳିବ।
ଦାନ୍ତ ବିନ୍ଧୁଥିଲେ ପିଆଜକୁ ଛୋଟ ଛୋଟ କାଟି ଚୋବାଇବା ଦ୍ୱାରା ଶୀଘ୍ର ଉପଶମ ମିଳିଥାଏ।
ସେହିପରି ଦାନ୍ତ ବିନ୍ଧୁଥିଲେ ରସୁଣ ସହ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଉପକୃତ ହୋଇପାରିବେ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।
ଭିଟାମିନ ‘ସି’ ଦାନ୍ତ ବିନ୍ଧା କମ୍‌ କରିବାରେ ସାହାଯ୍ୟ କରିଥାଏ, ଯାହାକି ଲେମ୍ବୁରେ ପ୍ରଚୁର ପରିମାଣରେ ଭରି ରହିଛି। ତେଣୁ ଆପଣ ଚାହିଁଲେ ବିନ୍ଧୁଥିବା ଦାନ୍ତ ଉପରେ ଲେମ୍ବୁ ଚୋପା ଲଗାଇ ହାଲ୍‌କା ଘଷିଲେ କଷ୍ଟ କମ୍‌ ହେବ।
ଗୋଲମରିଚ ଗୁଣ୍ଡରେ ଅଳ୍ପ ଲୁଣ ମିଶାଇ କିମ୍ବା ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତ ଘଷିଲେ ବି ବିନ୍ଧା କମ୍‌ ହୋଇଥାଏ।
ଦାନ୍ତ ବିନ୍ଧୁଥିଲେ ଦିନକୁ ଦୁଇ ତିନି ଥର ବରଫ ସେକ ଦେବା ବି ଲାଭଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri