ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ତେଣୁ ଆପଣ ଚାହିଁଲେ ନିଜର ହେଉ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ଦାନ୍ତ ବିନ୍ଧୁଥିଲେ କେତେକ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ…
ଦାନ୍ତ ବିନ୍ଧା ସମୟରେ ଗରମ ଲୁଣପାଣି କୁଳିକରିବା ଦ୍ୱାରା ଏହି ସମସ୍ୟାରୁ କିଛି ମାତ୍ରାରେ ଉପଶମ ମିଳିଥାଏ।
ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ବିନ୍ଧୁଥିବା ଦାନ୍ତ ଉପରେ ଏକ ଲବଙ୍ଗ ରଖି କିଛି ସମୟ ଛାଡିଦିଅନ୍ତୁ କିମ୍ବା ଲବଙ୍ଗ ତେଲ ଲଗାନ୍ତୁ ଦେଖବେ ତୁରନ୍ତ ଆରାମ ମିଳିବ।
ଦାନ୍ତ ବିନ୍ଧୁଥିଲେ ପିଆଜକୁ ଛୋଟ ଛୋଟ କାଟି ଚୋବାଇବା ଦ୍ୱାରା ଶୀଘ୍ର ଉପଶମ ମିଳିଥାଏ।
ସେହିପରି ଦାନ୍ତ ବିନ୍ଧୁଥିଲେ ରସୁଣ ସହ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଉପକୃତ ହୋଇପାରିବେ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।
ଭିଟାମିନ ‘ସି’ ଦାନ୍ତ ବିନ୍ଧା କମ୍‌ କରିବାରେ ସାହାଯ୍ୟ କରିଥାଏ, ଯାହାକି ଲେମ୍ବୁରେ ପ୍ରଚୁର ପରିମାଣରେ ଭରି ରହିଛି। ତେଣୁ ଆପଣ ଚାହିଁଲେ ବିନ୍ଧୁଥିବା ଦାନ୍ତ ଉପରେ ଲେମ୍ବୁ ଚୋପା ଲଗାଇ ହାଲ୍‌କା ଘଷିଲେ କଷ୍ଟ କମ୍‌ ହେବ।
ଗୋଲମରିଚ ଗୁଣ୍ଡରେ ଅଳ୍ପ ଲୁଣ ମିଶାଇ କିମ୍ବା ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତ ଘଷିଲେ ବି ବିନ୍ଧା କମ୍‌ ହୋଇଥାଏ।
ଦାନ୍ତ ବିନ୍ଧୁଥିଲେ ଦିନକୁ ଦୁଇ ତିନି ଥର ବରଫ ସେକ ଦେବା ବି ଲାଭଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

ନଡ଼ିଆ ତେଲ ଦିଏ ଏହିସବୁ ରୋଗରୁ ମୁକ୍ତି

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ...

ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ...

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

ତ୍ୱଚା ପାଇଁ ଉପକାରୀ ବିଟ୍‌

ବିଟ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ। ଆସନ୍ତୁ ଜାଣିବା ଏହାକୁ...

ବସ୍‌ରେ ଯାତ୍ରା କରୁଛନ୍ତି କି : ଆପଣାନ୍ତୁ ଏହି ଉପାୟ

ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି...

ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ...

ଆଜ୍‌ମା ରୋଗୀଙ୍କ ପାଇଁ ଉପକାରୀ କନ୍ଦମୂଳ

କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ନାକ, ଶ୍ୱାସନଳୀ...

Advertisement
Archives

Model This Week