୧୫ରୁ ୧୮ ବର୍ଷୀୟଙ୍କ ଟିକାକରଣ: ଦ୍ୱିତୀୟ ଦିନ ସୁଦ୍ଧା ୫୪ ଲକ୍ଷ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୪ ।୧: କରୋନା ମହାମାରୀ ସହ ଲଢିବା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ସୋମବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମଙ୍ଗଳବାର ଏହାର ଦ୍ୱିତୀୟ ଦିନ । ସୋମବାର ଅର୍ଥାତ୍ ପ୍ରଥମଦିନ ପ୍ରାୟ ୪୦ ଲକ୍ଷ ପିଲା୍‌କୁ କରୋନା ଟିକା ଦିଆଯାଇଛି । ଆଉ ଏବେସୁଦ୍ଧା ୫୪ ଲକ୍ଷ ପିଲା ଟିକା ନେବାଲାଗି ରେଜିଷ୍ଟ୍ରେଶନ କରିଥିବା ସୂଚନା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ଟୁଇଟ୍ କରି କହିଛନ୍ତି ସୋମବାର ରାତି ୮ଟା ସୁଦ୍ଧା ଯେଉଁ ଡାଟା ମିଳିଛି ସେହି ଅନୁଯାୟୀ ପ୍ରଥମ ଦିନ ୪୦ ଲକ୍ଷ ପିଲା କରୋନା ଟିକା ନେଇଛନ୍ତି । ତେବେ ପ୍ରଥମ ଦିନର ସଂଖ୍ୟାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦି ଖୁସି ହେବା ସହ ପିଲାଙ୍କୁ ଉତ୍ସାହିତ କରିଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି କୋଭିଡ-୧୯ଠାରୁ ଯୁବବର୍ଗଙ୍କୁ ସୁରକ୍ଷା ଦେବା ଲାଗି ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ୧୫-୧୮ ବର୍ଷ ବୟସର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା । ସେମାନଙ୍କ ପରିବାର ବର୍ଗଙ୍କୁ ବି ଶୁଭେଚ୍ଛା । ମୁଁ ସମସ୍ତ ଯୁବବର୍ଗଙ୍କୁ ଅନୁରୋଧ କରୁଛି ଆଗାମୀ ଦିନରେ ସେମାନେ ବି ଟିକା ନିଅନ୍ତୁ । ୧୫-୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଦେଖି ଅନୁମାନ କରାଯାଉଛିକି ଖୁବଶୀଘ୍ର ଦେଶର ସମସ୍ତ ୧୫ରୁ ୧୮ ବର୍ଷ ବୟସର ପିଲା ଟିକା ନେଇଯାଇଥିବେ । ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି କି ସେ ଖୁବଶୀଘ୍ର ୧୦୦ ପ୍ରତିଶତ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?