୧୫ରୁ ୧୮ ବର୍ଷୀୟଙ୍କ ଟିକାକରଣ: ଦ୍ୱିତୀୟ ଦିନ ସୁଦ୍ଧା ୫୪ ଲକ୍ଷ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୪ ।୧: କରୋନା ମହାମାରୀ ସହ ଲଢିବା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ସୋମବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମଙ୍ଗଳବାର ଏହାର ଦ୍ୱିତୀୟ ଦିନ । ସୋମବାର ଅର୍ଥାତ୍ ପ୍ରଥମଦିନ ପ୍ରାୟ ୪୦ ଲକ୍ଷ ପିଲା୍‌କୁ କରୋନା ଟିକା ଦିଆଯାଇଛି । ଆଉ ଏବେସୁଦ୍ଧା ୫୪ ଲକ୍ଷ ପିଲା ଟିକା ନେବାଲାଗି ରେଜିଷ୍ଟ୍ରେଶନ କରିଥିବା ସୂଚନା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ଟୁଇଟ୍ କରି କହିଛନ୍ତି ସୋମବାର ରାତି ୮ଟା ସୁଦ୍ଧା ଯେଉଁ ଡାଟା ମିଳିଛି ସେହି ଅନୁଯାୟୀ ପ୍ରଥମ ଦିନ ୪୦ ଲକ୍ଷ ପିଲା କରୋନା ଟିକା ନେଇଛନ୍ତି । ତେବେ ପ୍ରଥମ ଦିନର ସଂଖ୍ୟାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦି ଖୁସି ହେବା ସହ ପିଲାଙ୍କୁ ଉତ୍ସାହିତ କରିଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି କୋଭିଡ-୧୯ଠାରୁ ଯୁବବର୍ଗଙ୍କୁ ସୁରକ୍ଷା ଦେବା ଲାଗି ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ୧୫-୧୮ ବର୍ଷ ବୟସର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା । ସେମାନଙ୍କ ପରିବାର ବର୍ଗଙ୍କୁ ବି ଶୁଭେଚ୍ଛା । ମୁଁ ସମସ୍ତ ଯୁବବର୍ଗଙ୍କୁ ଅନୁରୋଧ କରୁଛି ଆଗାମୀ ଦିନରେ ସେମାନେ ବି ଟିକା ନିଅନ୍ତୁ । ୧୫-୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଦେଖି ଅନୁମାନ କରାଯାଉଛିକି ଖୁବଶୀଘ୍ର ଦେଶର ସମସ୍ତ ୧୫ରୁ ୧୮ ବର୍ଷ ବୟସର ପିଲା ଟିକା ନେଇଯାଇଥିବେ । ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି କି ସେ ଖୁବଶୀଘ୍ର ୧୦୦ ପ୍ରତିଶତ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri