Posted inଖେଳ

ବାସ୍କେଟବଲ୍ ପୋଲ୍ ପଡ଼ି ୧୬ ବର୍ଷୀୟ ଜାତୀୟ ସ୍ତରର ଖେଳାଳିଙ୍କ ମୃତ୍ୟୁ, CCTVରେ କଏଦ ହେଲା ଦୁର୍ଘଟଣା

ନୂଆଦିଲ୍ଲୀ,୨୬ା୧୧: ହରିଆଣାର ରୋହତକରେ ଏକ ଅଭାବନୀୟ ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅଭ୍ୟାସ ସମୟରେ ବାସ୍କେଟବଲ୍ ହୁପ୍‌ର ଲୁହା ପୋଲ୍ ତାଙ୍କ ଉପରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଖେଳାଳିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାଟି ଲାଖନ୍ ମାଜରା ଗାଁର କ୍ରୀଡ଼ା ପଡ଼ିଆରେ ସକାଳ ପ୍ରାୟ ୧୦ଟା ସମୟରେ ଘଟିଥିଲା, ଯେଉଁଠାରେ ଖେଳାଳି ଜଣକ ଏକାକୀ ଅଭ୍ୟାସ କରୁଥିଲେ। ସମସ୍ତ ଦୁର୍ଘଟଣା CCTV ଫୁଟେଜରେ କଏଦ ହୋଇଛି। ଫୁଟେଜରେ ଦେଖାଯାଉଛି ଯେ ଖେଳାଳି ଜଣକ ହୁପ୍‌କୁ ଡଙ୍କ୍ କରିବାକୁ ଚେଷ୍ଟା କରୁଥିବାବେଳେ ପୋଲ୍‌ରେ ଝୁଲିବାରୁ ଲୁହା ଏହା ଭାଙ୍ଗି ପଡ଼ିଥିଲା ଏବଂ ହୁପ୍‌ର ରିମ୍ ତାଙ୍କ ଛାତିରେ ବାଜିଥିଲା। ପରେ ଅନ୍ୟ ଖେଳାଳିମାନେ ଦୌଡ଼ି ଆସି ପୋଲ୍ ଉଠାଇବାରେ ସାହାଯ୍ୟ କରୁଥିବା ଦେଖାଯାଇଥିଲା।

ମୃତ ୧୬ ବର୍ଷୀୟ ଖେଳାଳି ଜଣକ କାଙ୍ଗ୍ରାରେ ୪୭ତମ ସବ୍-ଜୁନିଅର ଜାତୀୟ ଚାମ୍ପିଅନସିପ୍, ହାଇଦ୍ରାବାଦରେ ୪୯ତମ ସବ୍-ଜୁନିଅର ଜାତୀୟ ଚାମ୍ପିଅନସିପ୍ ଏବଂ ପୁଡୁଚେରୀରେ ୩୯ତମ ଯୁବ ଜାତୀୟ ଚାମ୍ପିଅନସିପ୍ ସମେତ ଅନେକ ଜାତୀୟ ସ୍ତରର ପ୍ରତିଯୋଗିତାରେ ପଦକ ଜିତିଥିଲେ।

ଦୁଇ ଦିନ ପୂର୍ବେ ବାହାଦୁରଗଡ଼ରେ ସମାନ ଧରଣର ଏକ ଘଟଣା ରିପୋର୍ଟ ହେବା ପରେ ଏହି ଘଟଣା ହରିଆଣାର କ୍ରୀଡ଼ା ଭିତ୍ତିଭୂମିର ଅବସ୍ଥା ଉପରେ ଚିନ୍ତା ବଢ଼ାଇଛି। ଏହି ଦୁର୍ଘଟଣା ପରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଗୌରବ ଗୌତମ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲା କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ସମ୍ପୃକ୍ତ ବାସ୍କେଟବଲ୍ କୋର୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ମନ୍ତ୍ରୀ ଏହି ବିଷୟରେ ଆଲୋଚନା କରିବାକୁ ନଭେମ୍ବର ୨୮ ରେ ଟାଉ ଦେବୀଲାଲ ଷ୍ଟାଡିୟମରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି, ଯେଉଁଥିରେ ସମସ୍ତ ବରିଷ୍ଠ ଓ ଜିଲା ଅଧିକାରୀଙ୍କୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri