ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ସୋମବାରଠାରୁ ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍ନିକ ଓ ଆଇଟିଆଇ କଲେଜ କର୍ତ୍ତୃପକ୍ଷ କୋଭିଡ୍‌ କଟକଣା ଭିତରେ ପାଠପଢ଼ା ଆରମ୍ଭ କରିବେ। କେବଳ ଶେଷବର୍ଷ ଛାତ୍ରୀଛାତ୍ର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବା ମନା କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରୀଛାତ୍ର ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବ। ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରୀଛାତ୍ର ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚ୍‌ରେ ବିଭକ୍ତ କରାଯିବ। ଛାତ୍ରୀଛାତ୍ର ବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସେମାନଙ୍କୁ ସଙ୍ଗରୋଧ ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ। ସେପଟେ କରୋନା କଟକଣା ସହ ଶିକ୍ଷାନୁଷ୍ଠାନ ଖୋଲିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବାରୁ କଲେଜ କର୍ତ୍ତୃପକ୍ଷ ରବିବାର ଶ୍ରେଣୀଗୃହ, ଲାବୋରେଟୋରି ଓ ହଷ୍ଟେଲକୁ ସାନିଟାଇଜ କରାଯାଇଛି।
ଏ ନେଇ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ବର୍ତ୍ତମାନ କେବଳ ଶେଷବର୍ଷ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ ଓ ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ଅନ୍ୟ କ୍ଲାସ୍‌ଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍‌ ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା : ଯୋଡାରେ ଉତ୍ତେଜନା, ପରିବାରକୁ କ୍ଷତିପୂରଣ ଦାବି

ଯୋଡ଼ା, ୨୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନ ଠାରେ ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ କ୍ଷତି ପୂରଣ...

ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ...

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି,...

ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ...

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ବର,୮।୩(ବ୍ୟୁରୋ): ବିଧାନସଭା ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ୭ ଦିନିଆ ବିଧାନସଭା ଅଧିବେଶନରେ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ତେବେ ୨୫ରୁ ଆରମ୍ଭ...

ଅତାବିରା ଏନ୍‌ଏସି ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

ସରଣ୍ଡା,୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ୍‌ ଗ୍ରହଣ କରାଯିବ। ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ।...

ବାଘ ସୁରକ୍ଷାରେ ବନ ବିଭାଗ ବିଫଳ, ଖାଲି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ଭୁବନେଶ୍ୱର, ୩୧।୧(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆରମ୍ଭରୁ ବନ ବିଭାଗର ବଡ଼ବାବୁମାନେ ନାନା...

ବହୁଚର୍ଚ୍ଚିତ ମା’ଝିଅ ଡବଲ ମର୍ଡର ଘଟଣା: ଅନୁପଙ୍କ ଡ୍ରାଇଭର ଗିରଫ

ଝାରସୁଗୁଡ଼ା ଅଫିସ,୧୫।୨: ବହୁଚର୍ଚ୍ଚିତ ମା’ଝିଅ ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ...

Advertisement
Archives

Model This Week