Posted inଜାତୀୟ

ବଢ଼ୁଛି ହାଜତ ହିଂସା

ନୂଆଦିଲ୍ଲୀ, ୯।୮(ଆଇଏଏନ୍‌ଏସ୍‌): ସପ୍ତାହେ ପରେ ଭାରତ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଦେଇଛି। କୌଣସି ବ୍ୟକ୍ତି ମୁକ୍ତ ଭାବେ ଜୀବନ ଅତିବାହିତ କରିବା ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ ବୋଲି ଏହି ଧାରା କହିଥାଏ। କିନ୍ତୁ ଆଇନ ରକ୍ଷକ ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଥାଏ। ଦେଶର ଥାନାଗୁଡ଼ିକରେ ହାଜତ ହିଂସା ବୃଦ୍ଧି ପାଇବା ଏହାର ଜ୍ୱଳନ୍ତ ପ୍ରମାଣ। ମିଥ୍ୟା ମାମଲାରେ ଲୋକଙ୍କୁ ଫସାଇ ମାଡ଼ ମାରିବା, ଦୋଷ ମନାଇବା ଲାଗି ଅଭିଯୁକ୍ତଙ୍କୁ ମରଣାନ୍ତକ ନିର୍ଯାତନା ଦେବା, ମହିଳା ହୋଇଥିଲେ ଥାନା ଭିତରେ ବଳାତ୍କାର କରିବା ଭଳି ଗଦା ଗଦା ନଜିର ପୋଲିସର ଚାଲିଚଳଣ ଓ ବ୍ୟବହାର ଉପରେ ପ୍ରଶ୍ନଚିହ୍ନ ଲଗାଇଆସିଛି। ହାଜତ ହିଂସାକୁ ରୋକିବା ପାଇଁ ଆଇପିସି ଦଫା ୩୩୦, ୩୩୧, ୩୪୮; ସାକ୍ଷ୍ୟ ପ୍ରମାଣ ଆଇନ ଧାରା ୨୫, ୨୬; ସିଆର୍‌ପିସି ଧାରା ୭୬ ଏବଂ ପୋଲିସ ଆକ୍ଟ ଧାରା ୨୯ରେ ବ୍ୟବସ୍ଥା ରହିଛି। ହାଜତ ମୃତ୍ୟୁ ଓ ନିର୍ଯାତନା ବଢ଼ିବାରେ ଲାଗିଛି। ଏହି ନିଷ୍ଠୁର ବାସ୍ତବତାକୁ ନେଇ ରବିବାର ଚିନ୍ତାବ୍ୟକ୍ତ କରିଛନ୍ତି ଭାରତର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନା।

ଏବେ ମଧ୍ୟ ଥାନା ହାଜତରେ ପୋଲିସ ଅତ୍ୟାଚାର ଜାରି ରହିଛି। ଦେଶର ଥାନାଗୁଡ଼ିକରେ ମାନବାଧିକାରର ସର୍ବାଧିକ ଉଲ୍ଲଂଘନ ହେବା ସହ ଶାରୀରିକ ନିର୍ଯାତନା ଦିଆଯାଉଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର କହିଛନ୍ତି। ଏପରି କି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ପୋଲିସର ଥାର୍ଡ ଡିଗ୍ରୀରୁ ବାଦ୍‌ ପଡ଼ୁନାହାନ୍ତି। ଦେଶବ୍ୟାପୀ ପୋଲିସ ଅଫିସରମାନଙ୍କ ସମ୍ବେଦୀକରଣ କରିବା ପାଇଁ ସିଜେଆଇ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆଇନ ସେବା ମୋବାଇଲ ଆପ୍ଲିକେଶନ ଏବଂ ଏନ୍‌ଏଏଲ୍‌ଏସ୍‌ଏର ଭିଜନ ଓ ମିଶନ ଷ୍ଟେଟ୍‌ମେଣ୍ଟ ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଛନ୍ତି, ସମସ୍ତଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ଏକ ଅନ୍ତହୀନ ମିଶନ। ଆଇନରେ ଶାସିତ ସମାଜରେ ପରିଣତ ହେବାକୁ ହେଲେ ବିଶେଷ ସୁବିଧା ପାଉଥିବା ଏବଂ ସବୁଠୁ ଅସୁରକ୍ଷିତଙ୍କ ମଧ୍ୟରେ ନ୍ୟାୟ ପାଇବାରେ ଥିବା ବ୍ୟବଧାନକୁ ଦୂର କରିବା ଜରୁରୀ। ନାଗରିକମାନଙ୍କ ବିଶ୍ୱାସ ହାସଲ କରିବାକୁ ହେଲେ ନ୍ୟାୟପାଳିକାକୁ ପ୍ରତ୍ୟେକଙ୍କୁ ଆଶ୍ୱାସନା ଦେବାକୁ ହେବ ଯେ ଆମେ ସେମାନଙ୍କ ପାଇଁ ରହିଛୁ। ସର୍ବାଧିକ ସମୟ ଧରି ଅସୁରକ୍ଷିତମାନେ ନ୍ୟାୟିକ ବ୍ୟବସ୍ଥା ବାହାରେ ରହିଆସିଛନ୍ତି। ସମାନତା ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଉପରେ ଜଷ୍ଟିସ ରମନା ଗୁରୁତ୍ୱ ଦେଇଛନ୍ତି। ଏହି ମୋବାଇଲ ଆପ୍‌ ଗରିବ ଓ ଅବହେଳିତମାନଙ୍କୁ ଆଇନଗତ ସହାୟତା ତଥା କ୍ଷତିପୂରଣ ପ୍ରଦାନରେ ସହାୟକ ହେବ ବୋଲି କହିଛନ୍ତି।
ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆଇନ ସେବା ଯୋଗାଇଦେବା ତଥା ବିବାଦର ଆପୋସ ସମାଧାନ ପାଇଁ ଲୋକ ଅଦାଲତ ଆୟୋଜନ କରିବା ପାଇଁ ଆଇନ ସେବା କର୍ତ୍ତୃପକ୍ଷ ଆଇନ, ୧୯୮୭ ଅଧୀନରେ ଏନ୍‌ଏଏଲ୍‌ଏସ୍‌ଏ ଗଠନ କରାଯାଇଥିଲା। ସିଜେଆଇ ଏହାର ପାଟ୍ରନ୍‌-ଇନ୍‌-ଚିଫ୍‌ ଅଛନ୍ତି। ସାମ୍ବିଧାନିକ ଘୋଷଣାନାମା ଏବଂ ଗ୍ୟାରେଣ୍ଟି ସତ୍ତ୍ୱେ ଥାନାରେ ପ୍ରଭାବୀ ନ୍ୟାୟିକ ପ୍ରତିନିଧିଙ୍କ ଅଭାବ ଗିରଫ ତଥା ଅଟକ ବ୍ୟକ୍ତିିଙ୍କୁ ବଡ଼ କ୍ଷତି ପହଞ୍ଚାଉଛି। ସେମାନଙ୍କୁ ପୋଲିସ ହାଜତରେ ନିର୍ଯାତନା ଓ ଅତ୍ୟାଚାର ସହିବାକୁ ପଡ଼ୁଛି। ବର୍ତ୍ତମାନ ନିଆଯାଉଥିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନିଜକୁ ସୁରକ୍ଷା ଦେବାରେ କେତେ ସମର୍ଥ ତାହା ନିର୍ଦ୍ଧାରଣ କରିବ। ବିଶେଷ ଅଧିକାରପ୍ରାପ୍ତ ବ୍ୟକ୍ତି ମଧ୍ୟ ଥାର୍ଡ ଡିଗ୍ରୀରୁ ବର୍ତ୍ତୁ ନ ଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ସିଜେଆଇ କହିଥିଲେ। ପୋଲିସର ଅତ୍ୟଧିକ ବଳପ୍ରୟୋଗ ରୋକିବାକୁ ହେଲେ ଆଇନଗତ ସହାୟତା ପାଇବା ସାମ୍ବିଧାନିକ ଅଧିକାର ଏବଂ ମାଗଣା ଆଇନଗତ ସହାୟତା ସେବା ପାଇବା ସମ୍ପର୍କିତ ସୂଚନାର ବହୁଳ ପ୍ରସାର ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରମନା କହିଛନ୍ତି।
ବ୍ୟୟବହୁଳ ଆଇନଗତ ପ୍ରକ୍ରିୟା ଆଦି ପ୍ରତିବନ୍ଧକ ଯୋଗୁ ସମସ୍ତଙ୍କ ପାଖରେ ଆଇନ ପହଞ୍ଚତ୍ବା ଲକ୍ଷ୍ୟ ପୂରଣ ହେଉନାହିଁ। ଇଣ୍ଟରନେଟ ସଂଯୋଗ ଅଭାବରୁ ଦୁର୍ଗମ ଅଞ୍ଚଳର ଲୋକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଛି। ମାଗଣା ଆଇନ ସେବା ନେଇ ସଚେତନତା ସୃଷ୍ଟିରେ ପୋଷ୍ଟାଲ ନେଟ୍‌ଓ୍ବର୍କକୁ ବ୍ୟବହାର କରାଯାଇପାରିବ। ଆଇନଗତ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସିଜେଆଇ ବରିଷ୍ଠ ଆଇନଜୀବୀମାନଙ୍କୁ ଅନୁରୋଧ କରିବା ସହ ଏନ୍‌ଏଏଲ୍‌ଏସ୍‌ଏର ସେବା ବାର୍ତ୍ତାକୁ ଗଣମାଧ୍ୟମରେ ପ୍ରସାର କରିବା ପାଇଁ ଆହ୍ବାନ ଦେଇଛନ୍ତି।

୩ ବର୍ଷରେ ୩୪୮ ହାଜତ ମୃତ୍ୟୁ

୨୦୧୮ରୁ ୨୦୨୧ ମଧ୍ୟରେ ଦେଶର ପୋଲିସ ହାଜତରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାବାଦ୍‌ ଅନ୍ୟ ୧,୧୮୯ ଜଣଙ୍କୁ ପୋଲିସ ନିର୍ଯାତନା ସହିବାକୁ ପଡ଼ିଛି। ଏହା ହେଉଛି ସରକାରୀ ହିସାବ, ଯାହାକୁ ଲୋକ ସଭାରେ ଗତ ମଙ୍ଗଳବାର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମାନିଛନ୍ତି। ନିତ୍ୟାନନ୍ଦ କହିଥିଲେ, ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କଠାରୁ ମିଳିଥିବା ତଥ୍ୟାନୁସାରେ ୨୦୨୦-୨୧ରେ ପୋଲିସ ହାଜତରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅଟକ ଥିବା ୨୩୬ ଜଣଙ୍କ ଉପରେ ପୋଲିସ ବର୍ବର ବ୍ୟବହାର ଦେଖାଇଛି। ୨୦୧୯-୨୦ରେ ଏହି ସଂଖ୍ୟା ଯଥାକ୍ରମେ ୧୧୨ ଓ ୪୧୧ ଥିଲା। ସେହିପରି ୨୦୧୮-୧୯ରେ ହାଜତ ମୃତ୍ୟୁ ସଂଖ୍ୟା ୧୩୬ ଥିବାବେଳେ ୫୪୨ ହାଜତ ନିର୍ଯାତନା ମାମଲା ରୁଜୁ ହୋଇଥିଲା।

ଗିରଫଦାରିର ୨୪ ଘଣ୍ଟା ଭିତରେ ୬୦% ମୃତ୍ୟୁ

 

ବିଗତ ୧୦ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ହାଜତରେ ୬୦% ମୃତ୍ୟୁ ଘଟିଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ର( ୨୧.୫%), ଆନ୍ଧ୍ରପ୍ରଦେଶ(୧୩%) ଓ ଗୁଜରାଟ(୧୧%) ସବୁଠୁ ଆଗରେ ରହିଛି। ୧୦ ବର୍ଷ ଭିତରେ ଦେଶର ମୋଟ ହାଜତ ମୃତ୍ୟୁ ସଂଖ୍ୟା ୧,୦୦୪ ଥିବାବେଳେ ଏହି ୩ ରାଜ୍ୟରେ ଏହାର ପ୍ରାୟ ଅଧା ୪୬୦ ମାମଲା ସାମ୍ନାକୁ ଆସିଛି। ତେବେ ଏନ୍‌ଏଚ୍‌ଆର୍‌ସିରେ ସମସ୍ତ ହାଜତ ମୃତ୍ୟୁର ରିପୋର୍ଟ କରାଯାଉ ନ ଥିବାରୁ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୯ରେ ହାଜତ ମୃତ୍ୟୁକୁ ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଏବଂ ଏନ୍‌ଏଚ୍‌ଆର୍‌ସି ତଥ୍ୟରେ ତାଳମେଳ ନ ଥିଲା। ସେହିପରି ନ୍ୟାଶନାଲ କ୍ୟାମ୍ପେନ୍‌ ଏଗେନ୍‌ଷ୍ଟ ଟର୍ଚର (ଏନ୍‌ସିଏଟି) ରିପୋର୍ଟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଆହୁରି ଅଧିକ ହାଜତ ମୃତ୍ୟୁ ଓ ନିର୍ଯାତନା ମାମଲା ହୋଇଥିବା ଦର୍ଶାଯାଇଥିଲା। ଗିରଫଦାରିର ୨୪ ଘଣ୍ଟା ମଧ୍ୟରେ ୬୩% ହାଜତ ମୃତ୍ୟୁ ଘଟିଥିବା ଏନ୍‌ସିଏଟି ଦର୍ଶାଇଥିଲା। ଅର୍ଥାତ୍‌ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଇବା ପୂର୍ବରୁ ହିଁ ସେମାନଙ୍କ ଜୀବନ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?