ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା କରିଥାନ୍ତି। ନିକଟରେ ଜଣେ ଯୁବତୀ ବିକିଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅଭିନେତା ବିକି କୌଶଲ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ନିଜର ଜଣେ ମହିଳା ପ୍ରଶଂସକଙ୍କୁ ଭେଟୁଛନ୍ତି। ବିକିଙ୍କୁ ସାମ୍ନାରେ ଦେଖି ପ୍ରଶଂସକ ନିଜକୁ ଅଟକାଇ ପାରି ନ ଥିଲେ। ବିକି ଏହି ପ୍ରଶଂସକଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରିଥିଲେ। ଯୁବତୀ ଜଣଙ୍କ ବିକିଙ୍କ ହାତକୁ ଛୁଇଁ ମାତ୍ରେ କାନ୍ଦିବାକୁ ଲାଗିଲେ। ଏହା ଦେଖି ବିକି ତାଙ୍କୁ କୋଳାଗ୍ରତ କରିଥିଲେ।
ବିକିଙ୍କୁ ଶେଷଥର ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ରେ ଦେଖିବାକୁ ମିଳିଥିଲା। ତେବେ ଆଗାମୀ ଦିନରେ ସେ ଫିଲ୍ମ ‘ସାମ ବାହାଦୂର’ରେ ଅଭିନେତ୍ରୀ ଫାତିମା ସନା ଶେଖ ଏବଂ ସାନିଆ ମଲହୋତ୍ରାଙ୍କ ସହ ନଜର ଆସିବେ। ଏହା ପରେ ତାଙ୍କୁ କିଆରା ଆଡଭାନୀଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by Instant Bollywood (@instantbollywood)


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ଲତା ମଙ୍ଗେଶକରଙ୍କ ସହ ଝଗଡା କରିଥିଲେ ଆଶା ଭୋସଲେ

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ।...

କରୋନାକୁ ହରାଇବା ପରେ ଡେଙ୍ଗୁରେ ଆକ୍ରାନ୍ତ ହେଲେ ଏହି ଲୋକପ୍ରିୟ କଳାକାର ଦମ୍ପତି

ରୋଡିଡ୍‌ ଷ୍ଟାର ପ୍ରିନ୍ସ ନରୁଲା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଯୁବିକା ଚୌଧୁରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ଡରିଗଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଦିଭା ଜାହ୍ନବୀ କପୁରଙ୍କ ଅଭିନୀତ ମୁଭି ‘ବବାଲ’ ନିକଟରେ ରିଲିଜ ହୋଇଛି। ଯାହାକୁ ନେଇ ସେ ଏବେ ଅଛନ୍ତି ଚର୍ଚ୍ଚାରେ। ଏହାସହ ଅଭିନେତ୍ରୀ...

୪୨ ବର୍ଷରେ ରାଣୀ ମୁଖାର୍ଜୀ: ଆଦିତ୍ୟଙ୍କୁ ସବୁଦିନେ ଦିଅନ୍ତି ଗାଳି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଶନିବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ...

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ...

ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ ଅଭିନେତା ରାମ କପୁରଙ୍କ ପିତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪...

ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା

ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

Advertisement
Archives

Model This Week