Posted inଖେଳ

ଉଭୟ ଫର୍ମାଟ୍‌ ପାଇଁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆର ଅଭ୍ୟାସ

ସିଡ୍‌ନୀ,୧୬।୧୧(ପି.ଟି.): ରବିବାର ଭ୍ରମଣକାରୀ ଭାରତୀୟ ଦଳର ସଦସ୍ୟମାନେ ପୂର୍ଣ୍ଣ ରୂପେ ପ୍ରଥମ ନେଟ ସେସନରେ ଅଂଶଗ୍ରହଣ କରି ବେଶ୍‌ ଝାଳ ବୁହାଇଛନ୍ତି। ଛୋଟ ଓ ଲମ୍ବା ଫର୍ମାଟ୍‌ରେ ଅର୍ଥାତ ନାଲି ଓ ଧଳା ବଲ୍‌ରେ ଖେଳାଳିମାନେ ଅଭ୍ୟାସ କରିଥିଲେ। ତେବେ ଶନିବାର ଭାରତୀୟ ଦଳର ଖେଳାଳିମାନେ ପ୍ରଥମ ଟ୍ରେନିଂ ସେସନରେ ଅଂଶଗ୍ରହଣ କରି ଜିମ୍‌ ଓ ରନିଂ ଉପରେ ଅଧିକ ଧ୍ୟାନ ଦେଇଥିଲେ। ପ୍ରାକ୍ସିସ୍‌ ସେସନର ଭିଡିଓଗୁଡିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସୋସିଆଲ ମିଡିଆ ଆକାଉଣ୍ଟରେ ଅପ୍‌ଲୋଡ କରିଛି। ଟେଷ୍ଟ ଦଳର ଖେଳାଳିମାନେ ଦଳ ସହ ଯାଇଥିବାରୁ ବୋର୍ଡ ଉଭୟ ସୀମିତ ଓଭର ଓ ଟେଷ୍ଟ ଫର୍ମାଟ ପାଇଁ ଟ୍ରେନିଂ ସେସନର ଉପରେ ଗୁରୁତ୍ୱ ଦେଇଛି। ସ୍ପେଶାଲିଷ୍ଟ ସ୍ଲିପ୍‌ ଫିଲ୍ଡର ବିବେଚିତ ହେଉଥିବା ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ନାଲି ବଲ୍‌ ଦୀର୍ଘ ସମୟଧରି କ୍ୟାଚ୍‌ ନେବାର ଅଭ୍ୟାସ କରିଥିଲେ। ଅପରପକ୍ଷରେ ଭାରତ ନୂଆ ପେସ୍‌ ସେନ୍‌ସେସନ ଟି. ନଟରାଜନ ନେଟ୍ସରେ କୁକାବୁରା ବଲ୍‌ରେ ଅଭ୍ୟାସ କରିଥିଲେ। ସେ ପ୍ରାୟ ସମସ୍ତ ଟପ୍‌- ଅର୍ଡର ହ୍ବାଇଟ୍‌ ବଲ୍‌ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନଟରାଜନ ଏଥର ଦୃଷ୍ଟାନ୍ତମୂଳକ ବୋଲିଂ କରିଥିଲେ। ପ୍ରଥମଥର ସେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।
ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ, ହନୁମା ବିହାରୀ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ ନାଲି ବଲ୍‌ରେ ଅଭ୍ୟାସ କରିଥିଲେ। ତେବେ ଉଭୟ ଟେଷ୍ଟ ଓ ସୀମିତ ଓଭର ଫର୍ମାଟରେ ସ୍ଥାନ ପାଇଥିବା ଖେଳାଳିମାନେ ଟ୍ରେନିଂ କାର୍ଯ୍ୟସୂଚୀ ଅନୁଯାୟୀ ଉଭୟ ବଲରେ ମିଶାମିଶି ଭାବେ ଅଭ୍ୟାସ କରିଥିଲେ। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଖେଳାଳିମାନେ ରେଡ୍‌ ବଲ୍‌ କ୍ରିକେଟ ଖେଳିନାହାନ୍ତି। ତେଣୁ ଖେଳାଳିମାନେ ଉଭୟ ଫର୍ମାଟ ପାଇଁ ଅଭ୍ୟାସ କରିଥିଲେ। ସୀମିତ ଓଭର ସିରିଜ ପରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ଗୋଟିଏ ପିଙ୍କ୍‌ ପ୍ରାକ୍ଟିସ ଗେମ ମାତ୍ର କିଛିଦିନ ମଧ୍ୟରେ ଖେଳାଯିବ। ତେଣୁ ଟେଷ୍ଟ ସ୍ପେଶାଲିଷ୍ଟମାନେ ନାଲି ବଲ୍‌ରେ ଅଧିକରୁ ଅଧିକ ଅଭ୍ୟାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନେଟ୍ସରେ ଖେଳାଳିମାନେ ଜବରଦସ୍ତ ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri