Posted inଖେଳ

ଏହି ୫ କ୍ରିକେଟରଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଭାରତୀୟ ପ୍ରଶଂସକ; ପଡ଼ିଆକୁ ଆସିବା ମାତ୍ରେ…

ନୂଆଦିଲ୍ଲୀ, ୪।୨: ଭାରତରେ କ୍ରିକେଟର କ୍ରେଜ୍‌ କାହିଁରେ କେତେ। ସେଥିପାଇଁ ଭାରତୀୟ କ୍ରିକେଟରମାନଙ୍କୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସମ୍ମାନ ମିଳିଥାଏ। ହେଲେ ଏଭଳି ୫ କିମ୍ବଦନ୍ତୀ କ୍ରିକେଟର ଅଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକ ବହୁତ ଘୃଣା କରନ୍ତି। ଅତୀତରେ ହୋଇଥିବା ଅନେକ ବିବାଦକୁ ନେଇ ଏହି କ୍ରିକେଟରମାନଙ୍କୁ ଭାରତୀୟ ପ୍ରଶଂସକ ଆଦୌ ପସନ୍ଦ କରନ୍ତି ନାହିଁ। ଆସନ୍ତୁ ଜାଣିବା:

୧- ଆଣ୍ଡ୍ରିୟୁ ସାଇମଣ୍ଡସ୍‌: ଏହି ଖେଳାଳି ଅଷ୍ଟ୍ରେଲିଆ ଲାଗି ଜଣେ ଗୁରୁତ୍ୱପୂର୍ଣ୍ଣ କ୍ରିକେଟର ଥିଲେ। ଭାରତୀୟ ବୋଲର୍‌ଙ୍କ ସାମ୍ନା କରିବାକୁ ସେ ଭଲ ପାଉଥିଲେ। ଭାରତ ବିପକ୍ଷରେ ସେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ହେଲେ ପଡ଼ିଆରେ ସ୍ଲେଜିଂକୁ ନେଇ ତାଙ୍କ ପ୍ରତି ଭାରତୀୟ ପ୍ରଶଂସକଙ୍କ ମନରେ ଘୃଣା ଭାବନା ସୃଷ୍ଟି ହୋଇଥିଲା। ୨୦୦୭ରେ ଆଣ୍ଡ୍ରିୟୁ ଏବଂ ହରଭଜନଙ୍କ ମଧ୍ୟରେ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ଏହାକୁ ମଙ୍କିଗେଟ୍‌ ବିବାଦର ଆଖ୍ୟା ଦିଆଯାଇଛି। ଏସବୁ ବିବାଦକୁ ନେଇ ଭାରତୀୟ ପ୍ରଶଂସକମାନେ ତାଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ।

୨- ରିକି ପଣ୍ଟିଂ: ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକଙ୍କୁ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ହେଲେ ସେ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି। କ୍ରିକେଟରେ ତାଙ୍କର ଅନେକ ରେକର୍ଡ ରହିଛି। ଦିନିକିଆର ସବୁଠାରୁ ସଫଳ ଅଧିନାୟକ ରିକିଙ୍କ ପଡ଼ିଆର ଆଚରଣରେ ଭାରତୀୟ ପ୍ରଶଂସକ ଖୁସି ନ ଥିଲେ। ଅନେକ ଥର ସେ ଭାରତୀୟ ଖେଳାଳିମାନଙ୍କ ସହ ଝଗଡ଼ା କରିଥିଲେ। ସେ ପଡ଼ିଆରେ ଦେଉଥିବା ପ୍ରତିକ୍ରିୟା ଦେଖି ତାଙ୍କୁ ଘୃଣା କରାଯାଉଥିବା କୁହାଯାଏ।

୩-ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍‌: ଏହି ଖେଳାଳିଙ୍କ ମଧ୍ୟ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ୨୦୦୨ରେ ଭାରତ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌କୁ ଜିତିବା ପରେ ସେ ନିଜର ଟି-ଶର୍ଟ କାଢ଼ି ଦେଇଥିଲେ। ତାଙ୍କର ଏହି ଆଚରଣର ଜବାବ ଦେଇଥିଲେ ସୌରଭ ଗାଙ୍ଗୁଲି। ୨୦୦୩ରେ ତ୍ରି-ସିରିଜ ଜିତିବା ପରେ ଶାର୍ଟ କାଢ଼ି ଗାଙ୍ଗୁଲି ମଧ୍ୟ ଅନୁରୂପ ବ୍ୟବହାର କରିଥିଲେ। ସେହିଭଳି ଆଇସିସି ଟି୨୦ ବିଶ୍ୱକପ୍‌ ୨୦୦୭ ସମୟରେ ଭାରତ ବନାମ ଇଂଲଣ୍ଡର ଏକ ମ୍ୟାଚ୍‌ରେ ଫ୍ଲିଣ୍ଟଫ୍‌ ଯୁବରାଜଙ୍କୁ କିଛି ଶବ୍ଦ କହିଥିଲେ। ଏହାକୁ ଶୁଣି ସେ ରାଗି ଯାଇଥିଲେ। ଏହାର ଜବାବ ଦେଇ ସେ ଛଅ ବଲ୍‌ରେ ଛଅ ଛକା ମାରିଥିଲେ।

୪- ଜାଭେଦ୍‌ ମିଆଁଦାଦ: ପାକିସ୍ତାନର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ଙ୍କୁ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ଭାରତ ବିପକ୍ଷରେ ଖେଳାଯାଇଥିବା ଅନେକ ମ୍ୟାଚ୍‌ରେ ମିଆଁଦାଦ ପାକିସ୍ତାନକୁ ବିଜୟୀ କରାଇଥିଲେ। ହେଲେ ପଡ଼ିଆରେ ତାଙ୍କ ଆଚରଣ ନିରାଶଜନକ ଥିଲା। କାରଣ ସେ ଅଧିକ ଆକ୍ରୋଶ ପ୍ରଦର୍ଶନ କରୁଥିଲେ। ଏପରିକି ସେ ଭାରତୀୟ ଖେଳାଳିଙ୍କୁ ଅନେକ ଥର ନକଲ କରି ଚିଡ଼ାଉଥିବା ଦେଖାଯାଇଛି। ସେ ସଚିନ ତେନ୍ଦୁଲକରଙ୍କୁ ଲୋକେ ଅବସର ପରେ ଭୁଲିଯିବେ ବୋଲି କହି ମଧ୍ୟ ସମାଲୋଚିତ ହୋଇଥିଲେ।

୫-ମୁଶଫିକୁର ରହୀମ: ଏହି ତାଲିକାରେ ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମୁଶଫିକୁର ସାମିଲ ଅଛନ୍ତି। ତାଙ୍କ ଅନ୍‌ଫିଲ୍ଡ ଆଚରଣ ହେତୁ ଭାରତୀୟ ପ୍ରଶଂସକ ତାଙ୍କୁ ପସନ୍ଦ କରନ୍ତି ନାହିଁ। ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲ ମ୍ୟାଚ୍‌ରେ ପରାଜିତ ହେବାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri