Posted inଖେଳ

ଏହି ୫ କ୍ରିକେଟରଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଭାରତୀୟ ପ୍ରଶଂସକ; ପଡ଼ିଆକୁ ଆସିବା ମାତ୍ରେ…

ନୂଆଦିଲ୍ଲୀ, ୪।୨: ଭାରତରେ କ୍ରିକେଟର କ୍ରେଜ୍‌ କାହିଁରେ କେତେ। ସେଥିପାଇଁ ଭାରତୀୟ କ୍ରିକେଟରମାନଙ୍କୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସମ୍ମାନ ମିଳିଥାଏ। ହେଲେ ଏଭଳି ୫ କିମ୍ବଦନ୍ତୀ କ୍ରିକେଟର ଅଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକ ବହୁତ ଘୃଣା କରନ୍ତି। ଅତୀତରେ ହୋଇଥିବା ଅନେକ ବିବାଦକୁ ନେଇ ଏହି କ୍ରିକେଟରମାନଙ୍କୁ ଭାରତୀୟ ପ୍ରଶଂସକ ଆଦୌ ପସନ୍ଦ କରନ୍ତି ନାହିଁ। ଆସନ୍ତୁ ଜାଣିବା:

୧- ଆଣ୍ଡ୍ରିୟୁ ସାଇମଣ୍ଡସ୍‌: ଏହି ଖେଳାଳି ଅଷ୍ଟ୍ରେଲିଆ ଲାଗି ଜଣେ ଗୁରୁତ୍ୱପୂର୍ଣ୍ଣ କ୍ରିକେଟର ଥିଲେ। ଭାରତୀୟ ବୋଲର୍‌ଙ୍କ ସାମ୍ନା କରିବାକୁ ସେ ଭଲ ପାଉଥିଲେ। ଭାରତ ବିପକ୍ଷରେ ସେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ହେଲେ ପଡ଼ିଆରେ ସ୍ଲେଜିଂକୁ ନେଇ ତାଙ୍କ ପ୍ରତି ଭାରତୀୟ ପ୍ରଶଂସକଙ୍କ ମନରେ ଘୃଣା ଭାବନା ସୃଷ୍ଟି ହୋଇଥିଲା। ୨୦୦୭ରେ ଆଣ୍ଡ୍ରିୟୁ ଏବଂ ହରଭଜନଙ୍କ ମଧ୍ୟରେ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ଏହାକୁ ମଙ୍କିଗେଟ୍‌ ବିବାଦର ଆଖ୍ୟା ଦିଆଯାଇଛି। ଏସବୁ ବିବାଦକୁ ନେଇ ଭାରତୀୟ ପ୍ରଶଂସକମାନେ ତାଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ।

୨- ରିକି ପଣ୍ଟିଂ: ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକଙ୍କୁ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ହେଲେ ସେ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି। କ୍ରିକେଟରେ ତାଙ୍କର ଅନେକ ରେକର୍ଡ ରହିଛି। ଦିନିକିଆର ସବୁଠାରୁ ସଫଳ ଅଧିନାୟକ ରିକିଙ୍କ ପଡ଼ିଆର ଆଚରଣରେ ଭାରତୀୟ ପ୍ରଶଂସକ ଖୁସି ନ ଥିଲେ। ଅନେକ ଥର ସେ ଭାରତୀୟ ଖେଳାଳିମାନଙ୍କ ସହ ଝଗଡ଼ା କରିଥିଲେ। ସେ ପଡ଼ିଆରେ ଦେଉଥିବା ପ୍ରତିକ୍ରିୟା ଦେଖି ତାଙ୍କୁ ଘୃଣା କରାଯାଉଥିବା କୁହାଯାଏ।

୩-ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍‌: ଏହି ଖେଳାଳିଙ୍କ ମଧ୍ୟ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ୨୦୦୨ରେ ଭାରତ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌କୁ ଜିତିବା ପରେ ସେ ନିଜର ଟି-ଶର୍ଟ କାଢ଼ି ଦେଇଥିଲେ। ତାଙ୍କର ଏହି ଆଚରଣର ଜବାବ ଦେଇଥିଲେ ସୌରଭ ଗାଙ୍ଗୁଲି। ୨୦୦୩ରେ ତ୍ରି-ସିରିଜ ଜିତିବା ପରେ ଶାର୍ଟ କାଢ଼ି ଗାଙ୍ଗୁଲି ମଧ୍ୟ ଅନୁରୂପ ବ୍ୟବହାର କରିଥିଲେ। ସେହିଭଳି ଆଇସିସି ଟି୨୦ ବିଶ୍ୱକପ୍‌ ୨୦୦୭ ସମୟରେ ଭାରତ ବନାମ ଇଂଲଣ୍ଡର ଏକ ମ୍ୟାଚ୍‌ରେ ଫ୍ଲିଣ୍ଟଫ୍‌ ଯୁବରାଜଙ୍କୁ କିଛି ଶବ୍ଦ କହିଥିଲେ। ଏହାକୁ ଶୁଣି ସେ ରାଗି ଯାଇଥିଲେ। ଏହାର ଜବାବ ଦେଇ ସେ ଛଅ ବଲ୍‌ରେ ଛଅ ଛକା ମାରିଥିଲେ।

୪- ଜାଭେଦ୍‌ ମିଆଁଦାଦ: ପାକିସ୍ତାନର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍‌ଙ୍କୁ ଭାରତୀୟ ପ୍ରଶଂସକ ପସନ୍ଦ କରନ୍ତି ନାହିଁ। ଭାରତ ବିପକ୍ଷରେ ଖେଳାଯାଇଥିବା ଅନେକ ମ୍ୟାଚ୍‌ରେ ମିଆଁଦାଦ ପାକିସ୍ତାନକୁ ବିଜୟୀ କରାଇଥିଲେ। ହେଲେ ପଡ଼ିଆରେ ତାଙ୍କ ଆଚରଣ ନିରାଶଜନକ ଥିଲା। କାରଣ ସେ ଅଧିକ ଆକ୍ରୋଶ ପ୍ରଦର୍ଶନ କରୁଥିଲେ। ଏପରିକି ସେ ଭାରତୀୟ ଖେଳାଳିଙ୍କୁ ଅନେକ ଥର ନକଲ କରି ଚିଡ଼ାଉଥିବା ଦେଖାଯାଇଛି। ସେ ସଚିନ ତେନ୍ଦୁଲକରଙ୍କୁ ଲୋକେ ଅବସର ପରେ ଭୁଲିଯିବେ ବୋଲି କହି ମଧ୍ୟ ସମାଲୋଚିତ ହୋଇଥିଲେ।

୫-ମୁଶଫିକୁର ରହୀମ: ଏହି ତାଲିକାରେ ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମୁଶଫିକୁର ସାମିଲ ଅଛନ୍ତି। ତାଙ୍କ ଅନ୍‌ଫିଲ୍ଡ ଆଚରଣ ହେତୁ ଭାରତୀୟ ପ୍ରଶଂସକ ତାଙ୍କୁ ପସନ୍ଦ କରନ୍ତି ନାହିଁ। ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲ ମ୍ୟାଚ୍‌ରେ ପରାଜିତ ହେବାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?