ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ

କୁଜଙ୍ଗ,୧୪।୭ (ମନୋଜ ପ୍ରଧାନ): ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୦୧ରେ କୁଜଙ୍ଗରେ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ୧୨୨ବର୍ଷର ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି।  ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୦୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରଙ୍କ ନିୟମାନୁସାରେ ପ୍ରତି ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଆବଶ୍ୟକ। ଏହି ନିୟମ ଅନୁସାରେ ବିଦ୍ୟାଳୟରେ ଅତି କମ୍‌ରେ ୨୭ଜଣ ଶିକ୍ଷକଙ୍କ ଆବଶ୍ୟକ ହେଉଥିବାବେଳେ ଏଠାରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ୧୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷକ ଅଭାବରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ଅତୀତରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ଖୋ ଖୋ ସମେତ ବିଭିନ୍ନ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ବିଦ୍ୟାଳୟ ପାଇଁ ସୁନାମ ଆଣିଥିଲେ। ଏବେ ଦୀର୍ଘ ୪ ବର୍ଷହେବ ଏଠାରେ କ୍ରୀଡ଼ା ଶିକ୍ଷକ ନାହାନ୍ତି। ଅନ୍ୟପଟେ କଳା ଓ କାରିଗରୀ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ବିଦ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ, ଉକ୍ତ ପଦବୀ ଦ୍ୱୟ ଉଚ୍ଛେଦ ହୋଇଯାଇଛି। ବର୍ତ୍ତମାନ ବିଦ୍ୟାଳୟ ପାଇଁ ପ୍ରଶିକ୍ଷଣପ୍ରାପ୍ତ ୫ କଳା ଶିକ୍ଷକ ପଦବୀ ରହିଥିବାବେଳେ ସେଥିରୁ ମାତ୍ର ଜଣେ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଅପରପକ୍ଷେ ଜଣେ କଳା ଶିକ୍ଷକଙ୍କୁ ସପ୍ତାହକୁ ୩ ଦିନ ପାଇଁ ଅନ୍ୟ ଏକ ବିଦ୍ୟାଳୟରୁ ଡେପୁଟେଶନରେ ଅଣାଯାଇଛି। ସେହିପରି ବିଜ୍ଞାନ ଓ ଗଣିତ ବିଭାଗରେ ୭ଟି ପଦବୀରୁ ମାତ୍ର ୨ ଜଣ ଶିକ୍ଷାଦାନ କରୁଛନ୍ତି। ଏହାଛଡ଼ା ଇଂଲିଶ୍‌ ଶିକ୍ଷକ ନ ଥିବାବେଳେ ଜଣେ ସଂସ୍କୃତ ଶିକ୍ଷକରେ ଶିକ୍ଷାଦାନ ଚାଲିଛି ।କମ୍ପ୍ୟୁଟର ଶିକ୍ଷାଦାନପାଇଁ ଶିକ୍ଷକ ନ ଥିବା ବେଳେ ୫-ଟି ବିଦ୍ୟାଳୟର ଡିଜିଟାଲ କ୍ଲାସ ପ୍ରହସନରେ ପରିଣତ ହୋଇଛି। ଉକ୍ତ ବିଦ୍ୟାଳୟଟି ୧୧ ଏକର ପରିମିତ ଜାଗାରେ ପ୍ରତିଷ୍ଠିତ ହୋଇିଛି। ଏଠାରେ ଥିବା ବିସ୍ତୀର୍ଣ୍ଣ ଖେଳପଡ଼ିଆରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ବାରମ୍ବାର ଦାବି ହୋଇଛି। ମାତ୍ର ଏପର୍ଯ୍ୟନ୍ତ ଏହା ପୂରଣ ହୋଇପାରିନାହିଁ। ଗତ ୨୯ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ବିଦ୍ୟାଳୟ ବୁଲି ଦେଖିବା ସହ ଏହାର ପଡିଆରେ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ। ଏହି ଅବସରରେ ମୋ ସ୍କୁଲ ଅଭିଯାନ କମିଟି, ବିଦ୍ୟାଳୟ ପରିଚାଳନା ସମିିତି ତରଫରୁ ବିଭିନ୍ନ ସମସ୍ୟା ଉପରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୫-ସଚିବଙ୍କ ଘୋଷଣାନୁଯାୟୀ ୭ ଦିନ ମଧ୍ୟରେ ବିଦ୍ୟାଳୟର ଉନ୍ନତି ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଥିଲା। ଇତିମଧ୍ୟରେ ୧୫ ଦିନ ବିତିଥିଲେ ବି କୌଣସି ପଦକ୍ଷେପ ନିଆ ନ ଯିବାରୁ ପରିଚାଳନା ସମିତି ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏ ସମ୍ପର୍କରେ ମୋ ସ୍କୁଲ ଅଭିଯାନ କମିିଟି ତଥା ଆଲୁମିନିମ୍‌ କମିଟି ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ପଲେଇ, ପରିଚାଳନା କମିଟି ସଭାପତି ନକ୍ଷତ୍ର ପରିଜା, ପୁରାତନ ଛାତ୍ର ସଂସଦର ସଭ୍ୟ ରବୀନ୍ଦ୍ର ନାୟକ, ନବ କୁମାର ସାହୁ, ନବୀନ ଦାସ ପ୍ରମୁଖ ଅସନ୍ତୋଷବ୍ୟକ୍ତ କରିଛନ୍ତି। ୭ଦିନ ମଧ୍ୟରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ସହ ଉଚ୍ଛେଦ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ପରିଚାଳନା ସମିତି ସଭାପତି ପରିଜା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri