ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ନୂଆଗାଁ,୧୪।୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଖଣ୍ଡୁଗାଁ ପଞ୍ଚାୟତରେ ଥିବା ଗୋଳଗୋଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ସୁଯୋଗ ନେଇ କେତେଜଣ ଅସାମାଜିକ ବ୍ୟକ୍ତି ସ୍କୁଲ ପରିସରରେ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ସେବନ କରୁଛନ୍ତି। ହେଲେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି।
ନୂଆଗାଁ ବ୍ଲକ ଖଣ୍ଡୁଗାଁ ପଞ୍ଚାୟତ ଗୋଳଗୋଳା ଗ୍ରାମର ପିଲାମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ୧୯୬୨ରେ ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଦୀର୍ଘ ୬୦ ବର୍ଷ ପରେ ବି ସ୍କୁଲଟି ଅବହେଳିତ ହୋଇ ରହିଛି । ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଅଭିମୁଖୀ କରାଇବା ସହ ନୂତନ ଜ୍ଞାନ କୌଶଳରେ ପାଠ ପଢାଇବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଗୋଳଗୋଳା ସ୍କୁଲରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ସ୍କୁଲଟିରେ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୩୧ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସ୍ଥାନୀୟ ଶିଶୁମାନଙ୍କ ପାଇଁ ସ୍କୁଲ ପରିସରରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଅଧପନ୍ତରିଆ ଭାବେ ପଡି ରହିଛି । ଲଗାଯାଇଥିବା ସୂଚନା ଫଳକ ଅନୁସାରେ ୨୦୧୩-୧୪ରୁ ଅଙ୍ଗନଓ୍ବାଡି ଗୃହର ନିର୍ମାଣ ଆରମ୍ଭ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନାହିଁ । ସ୍କୁଲର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ ହୋଇ ନ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ଅର୍ଦ୍ଧ ନିର୍ମିତ ଅଙ୍ଗନଓ୍ବାଡି ଘରେ ବସି ମଦ ଗଞ୍ଜେଇ ଓ ବ୍ରାଉନସଗୁର ଆଦି ମାଦକ ଦ୍ରବ୍ୟ ସେବନ କରିବା ସହ ଅସାମାଜିକ କାର୍ଯ୍ୟ କରିବା ପାଇଁ ମେଳି ବାନ୍ଧୁଛନ୍ତି। ଏପରି କି ସ୍କୁଲ କବାଟ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରତି ସ୍କୁଲକୁ ବିଦ୍ୟୁତ୍‌ ସଂଯୋଗ କରିବା ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉକ୍ତ ସ୍କୁଲରେ ସେହି ବ୍ୟବସ୍ଥା ନାହିଁ। ଛାତ୍ରୀଛାତ୍ରମାନଙ୍କ ବ୍ୟବହାର ନିମନ୍ତେ ନଳକୂଅଟିଏ ଖୋଳା ଯାଇଥିଲେ ମଧ୍ୟ ସେହି ପାଣି ପିଇବା ସମ୍ଭବ ହେଉ ନାହିଁ । ଏପରି ସମସ୍ୟା ବାବଦରେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ସ୍କୁଲର ସମସ୍ୟା ବିଷୟରେ ଅଧିକାରୀଙ୍କୁ ଜଣାଇବା ସହ ପାଚେରୀ ନିର୍ମାଣ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଡ.ବାସନ୍ତୀ ବେହେରା । ସ୍କୁଲର ସୁରକ୍ଷା ଓ ଛାତ୍ରୀଛାତ୍ରଙ୍କ ସମସ୍ତ ଅସୁବିଧାକୁ ଶୀଘ୍ର ପୂରଣ କରିବା ପାଇଁ ଦାବି କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଉମେଶ କୁମାର ଚୈନ । ସ୍କୁଲ ସମସ୍ୟା ବାବଦରେ ନୁଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ସ୍କୁଲ ସମସ୍ୟା ଦୂର କରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?