ଟ୍ରେନ୍‌ ଭିତରେ ଚାଲିଛି ଶିକ୍ଷାଦାନ

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଦୂରରୁ ଦେଖି ଯେ କେହି ଘଡ଼ିଏ ଅଟକି ଯିବ। ଦୂରରୁ ଟ୍ରେନ୍‌ ସଦୃଶ ଦେଖାଯାଉଛି ସ୍କୁଲ। ସେହି ଟ୍ରେନ୍‌ ସଦୃଶ ଶ୍ରେଣୀ କୋଠରି ଭିତରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ । ହୁଏତ ଆପଣଙ୍କୁ କଥାଟି ଅଡ଼ୁଆ ଲାଗିପାରେ। ହେଲେ ଏମିତି କିଛି ପରିକଳ୍ପନା କରିଛନ୍ତି ଦୁର୍ଗମ ଉପାନ୍ତ ଅଞ୍ଚଳରେ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ।

ବିରିମୁହାଣରେ ଥିବା ସ୍କୁଲରେ ଏବେ ବିରିମୁହାଣ, କାଦୋମଲି, ଆନ୍ଧିଝରଣ, ସର୍ଗିପାଣି ଗାଁର ୧୧୩ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ବିରିମୁହାଣ ଗାଁର ଏହି ଉପାନ୍ତ ବିଦ୍ୟାଳୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଶିକ୍ଷକମାନେ ମଧ୍ୟ ପିଲାଙ୍କୁ ଶିକ୍ଷା ପାଇଁ ପ୍ରୋତ୍ସାହିତ କରୁଥିବା ସହ ପିଲାଙ୍କ ପାଇଁ ପାନୀୟ ଜଳ ନିମନ୍ତେ ଆକ୍ୱାଗାର୍ଡ ଲଗାଇଛନ୍ତି। ସ୍କୁଲରେ ଶୈକ୍ଷିକ ବାତାବରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ବିଗତ ୨ ବର୍ଷ କୋଭିଡ ପରେ ସ୍କୁଲର ନୂତନ କଳେବର ଦେଖି ଛାତ୍ରୀଛାତ୍ର, ଅଭିଭାବକ, ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଛାତ୍ରୀଛାତ୍ର ମଧ୍ୟ ଉତ୍ସାହର ସହ ସ୍କୁଲ ଆସୁଥିବା କହିଛନ୍ତି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି। ତେବେ ସ୍କୁଲରେ ପାଚେରି ନ ଥିବାରୁ ସ୍କୁଲର ପରିବେଶ ନଷ୍ଟ ହେଉଥିବା କହିଛନ୍ତି ପ୍ରଧାନ ଶିକ୍ଷକ। କୌଣସି ଅନୁଦାନରୁ ସ୍କୁଲ ପାଚେରି ନିର୍ମାଣ ହେଲେ ସ୍କୁଲ ସୁରକ୍ଷିତ ରହିବ ବୋଲି କହିଛନ୍ତି ସ୍କୁଲ ପରିଚଲାନା କମିଟିର ସଦସ୍ୟମାନେ । ଏଣୁ ବ୍ଲକ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏନେଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ତୋଫାନ ମାଝିଙ୍କୁ ପଚାରିବାରୁ ବର୍ତ୍ତମାନ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅନୁଦାନ ପାଣ୍ଠିର ସଦ୍‌ ବିନିଯୋଗ କରୁଥିବା ଓ ବିଦ୍ୟାଳୟକୁ ଆକର୍ଷଣୀୟ କରିଥିବାରୁ ପିଲାଙ୍କ ଉପସ୍ଥାନ ବଢ଼ିବା ସହ ଶିକ୍ଷାଦାନ ମଧ୍ୟ ଠିକ୍‌ ଭାବେ ହେଉଥିବା ଓ ଅନୁଦାନ ଆସିଲେ ବିଦ୍ୟାଳୟର ପାଚେରି ନିର୍ମାଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri