ଶିକ୍ଷାଦାନ ପେସା, ସେବା କରିବା ନିଶା

ସମ୍ବଲପୁର,୫ା୯(ବ୍ୟୁରୋ):ଶିକ୍ଷାଦାନକୁ ପେସା କରି ନିଜର ଜୀବିକା ନିର୍ବାହ କରୁଥିଲେ। ସରକାରୀ ସ୍କୁଲରେ ପ୍ରାୟ ୩୫ ବର୍ଷ ଚାକରି କରି ନିଜ ପେସାରୁ ଅବସର ନେଲେ। ହେଲେ ଏବେ ସେବା କରିବା ତାଙ୍କ ନିଶା ପାଲଟି ଯାଇଛି। ବାର୍ଦ୍ଧକ୍ୟରେ ଉପନୀତ ହୋଇ ମଧ୍ୟ ଗ୍ରାମ ନିକଟସ୍ଥ ଯୁଯୁମୁରା ହାଇସ୍କୁଲରେ ମାଗଣାରେ ଶିକ୍ଷାଦାନ କରି ଶିକ୍ଷକ ପ୍ରମୋଦ ପ୍ରଧାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁଦିବସ ଅବସରରେ ଏଭଳି ନିଆରା ବ୍ୟକ୍ତିତ୍ୱଙ୍କୁ ନେଇ ବିଶେଷ ଉପସ୍ଥାପନା।
ପ୍ରମୋଦ ପ୍ରଧାନ। ବୟସ ୬୩। ଘର ଯୁଯୁମୁରା ବ୍ଳକ ଡଙ୍ଗାପାଲ ଗ୍ରାମରେ। ହେଲେ ବରଗଡ ଜିଲାରେ ତାଙ୍କର କର୍ମମୟ ଜୀବନ ଶେଷ ହୋଇଥିଲା। ୧୯୮୭-୮୮ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ। ବରଗଡର ଚଡେଇଗଁା ପଞ୍ଚାୟତ ହାଇସ୍କୁଲରୁ ୨୦୧୯ରେ ଅବସର ନେଇଥିଲେ। ଅବସର ନେବା ସମୟରେ କୋଭିଡ କଟକଣା ଲାଗି ରହିଥିଲା। ତେବେ କୌଣସି ସ୍କୁଲକୁ ଯାଇ ଶିକ୍ଷାଦାନ କରିବାକୁ ମନରେ ପ୍ରବଳ ଇଚ୍ଛା ଶକ୍ତି ଥିଲା। ହେଲେ କଟକଣା ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ଆଶା ମଉଳି ଯାଇଥିଲା। କୋଭିଡ ସମୟରେ ମଧ୍ୟ ଗ୍ରାମର ଛାତ୍ରୀଛାତ୍ରମାନଙ୍କୁ ଘରକୁ ଡାକି ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରୁଥିଲେ। ସ୍କୁଲ ଖୋଲିବା ପରେ ଗ୍ରାମ ନିକଟସ୍ଥ ଯୁଯୁମୁରା ହାଇସ୍କୁଲରେ ଶିକ୍ଷାଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଉକ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଳମଣି ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟି ଶିକ୍ଷକ ପ୍ରମୋଦଙ୍କ ଆବେଦନକୁ ଗ୍ରହଣ କରି ଶିକ୍ଷାଦାନ କରିବାକୁ ଅନୁମତି ଦେଇଥିଲେ। ପ୍ରାୟ ଦେଢ ବର୍ଷ ହେବ ସେ ସ୍କୁଲରେ ଶିକ୍ଷାଦାନ କରି ଆସୁଛନ୍ତି। ଇଂରାଜୀ ଓ ଭୂଗୋଲ ବିଷୟ ଉପରେ ଶିକ୍ଷାଦାନ କରୁଛନ୍ତି। ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ତିନୋଟି କ୍ଳାସ କରନ୍ତି। ଅନ୍ୟପଟେ ସ୍କୁଲରେ ଥିବା ହଷ୍ଟେଲକୁ ଯାଇ ମଧ୍ୟ ରାତିରେ ପିଲାମାନଙ୍କୁ ପାଠ ପଢାଇଥାନ୍ତି। ନିଜ ସମ୍ପର୍କରେ ଶିକ୍ଷକ ପ୍ରମୋଦ କହିଛନ୍ତି ଯେ, ଅବସର ପରେ ଖାଲି ବସିବା ବହୁତ କଷ୍ଟକର। ନିଜକୁ ବ୍ୟସ୍ତ ରଖିଲେ ମାନସିକ ଓ ଶାରରିକ କ୍ଷେତ୍ରରେ ଶାନ୍ତି ମିଳିଥାଏ। ତେଣୁ ଏଭଳି ନିଷ୍ପତ୍ତି ନେଇଛି। ସ୍କୁଲଟି ଘରଠାରୁ କମ ଦୂରତାରେ ରହିଛି। ତେଣୁ ସ୍କୁଲକୁ ଯିବା ପାଇଁ ଖର୍ର୍ଚ୍ଚାନ୍ତ ହେବାକୁ ପଡେ ନାହିଁ। ଗ୍ରାମର ତଥା ଅଞ୍ଚଳର ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପରିବାର ସହିତ ସମ୍ପର୍କ ରହିଛି। ତେଣୁ ଛାତ୍ରୀଛାତ୍ରମାନଙ୍କ ସହ ଏକ ପରିବାର ଭଳିଆ ଶିକ୍ଷାର ଆଦାନ ପ୍ରଦାନ ହୋଇଥାଏ। ସେମାନେ ପାଠ ପଢାକୁ ନେଇ ମନରେ ଥିବା ଦ୍ୱନ୍ଦ୍ୱ ମନ ଖୋଲି ପଚାରିଥାନ୍ତି। ମୋତେ ମଧ୍ୟ ବହୁତ ଖୁସି ମିଳିଥାଏ। ପାଠପଢା ସହିତ ଜଡିତ ରହିଥିଲେ କେବଳ ଶିକ୍ଷାଦାନ ନୁହେଁ, ନିଜକୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ। ସ୍କୁଲ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ପରିଚାଳନା କମିଟି, ଶିକ୍ଷାବିଭାଗର ଅଧିକାରୀମାନେ ସହଯୋଗ କରୁଛନ୍ତି। ତେଣୁ ଜୀବନ ଥିବା ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରଖିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri