ଫସଲ ଖାଇଦେବାରୁ ଦଣ୍ଡଦେଲେ ଜମି ମାଲିକ: ଖାଇବାକୁ ନ ଦେଇ ଷଣ୍ଢକୁ ୨୦ ଦିନ ବାନ୍ଧି ରଖିଲେ

ଉମରକୋଟ,୫ା୯(ସ୍ବ.ପ୍ର.):ଜମିରେ ଧାନ ଫସଲ ଦେଖି ଭୋକିଲା ଷଣ୍ଢଟି ଖାଇ ଦେଇଥିଲା। ଦିନେ ନୁହେଁ ଏକାଧିକ ଥର ଜମିରେ ପଶି ଫସଲ ଖାଇଥିଲା। ହେଲେ ଏହାର ପରିଣାମ ଯେ ଭୟଙ୍କର ହେବ ତାହା ସେ ଜାଣି ନ ଥିଲା। ଚାରିଗୋଡ଼ିଆ ପ୍ରାଣୀଟିକୁ ଦଣ୍ଡଦେବାକୁ ଯାଇ ଜମି ମାଲିକ ନିଷ୍ଠୁରତାର ସବୁ ସୀମା ପାର କରିଛନ୍ତି। ଖାଇବାକୁ ଏବଂ ପିଇବାକୁ ନ ଦେଇ ଷଣ୍ଢଟିକୁ ୨୦ ଦିନ ବାନ୍ଧି ରଖିଛନ୍ତି। ନବରଙ୍ଗପୁର ଜିଲା ଉମରକୋଟ ସହରରୁ ଏଭଳି ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି।
ଗ୍ରାମ(୫୨ ନମ୍ବର) ସ୍ଥିତ ପରିମଳ ମିସ୍ତ୍ରି ଧାନ ଚାଷ କରିଥିବାବେଳେ ଉକ୍ତ ଷଣ୍ଢଟି ବାରମ୍ବାର ତାଙ୍କ କ୍ଷେତରୁ ଫସଲ ଖାଉଥିବା ସେ ଜାଣିବାକୁ ପାଇଥିଲେ। ଏଥିରେ ରାଗିଯାଇ ପରିମଳ ଷଣ୍ଢର ଖାଦ୍ୟ ଓ ପାନୀୟ ବନ୍ଦ କରି ନିକଟସ୍ଥ ସରକାରୀ ଫାର୍ମରେ ୨୦ ଦିନ ହେଲା ବାନ୍ଧି ରଖିଥିଲେ। ଖବର ପାଇ ଉମରକୋଟ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଛନ୍ତି। ଦୀର୍ଘଦିନ ଧରି ଖାଦ୍ୟ ଏବଂ ପାନୀୟ ନ ପାଇ ଷଣ୍ଢର ଅବସ୍ଥା ଗୁରୁତର ରହିଛି। ଷଣ୍ଢ ମୁକୁଳିବା ପରେ ସ୍ଥାନୀୟ ଲୋକେ ତାକୁ ଘାସ ଏବଂ ପାଳ ଦେବାରୁ ଅତି ଆତୁର ହୋଇ ଖାଇବା ଦେଖିବାକୁ ମିଳିଥିଲା। ପରେ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କୁ ଡାକି ତା’ର ଚିକିତ୍ସା କରାଇଛନ୍ତି। ଅନ୍ୟପକ୍ଷରେ ଘଟଣା ବିଷୟରେ ପରିମଳଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ୨୦ ଦିନ ନୁହେଁ ମାତ୍ର ୫ ରୁ ୬ ଦିନ ବାନ୍ଧି ରଖିଥଲି ଏବଂ ଖାଇବାକୁ ଦେଇ ରଖିଥିଲି ବୋଲି କହିଛନ୍ତି। ଆଗକୁ ଏପରି ଭୁଲ ହେବନାହିଁ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ...

ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର...

ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଚୋରି

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ...

ଆଲମିରା କାରଖାନାରେ ଅଗ୍ନିକାଣ୍ଡ

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ନିକଟ ଦେଉଳୀ ଛକଠାରେ ଥିବା ଏକ ଆଲମିରା ପ୍ରସ୍ତୁତ କାରଖାନାରେ ଶନିବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ବଲାଙ୍ଗୀରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଫୁ: ଶ୍ରମ ବିଭାଗ କିରାଣି ଖୋଲାଖୋଲି ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି...

ମସଜିଦ୍‌ ଦାନବାକ୍ସ ଚୋରି ଘଟଣା: ଘରୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଆପାଳ,୨୫।୪(ସ୍ବ.ପ୍ର)-ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ମସଜିଦ ଦାନବାକ୍ସ ଚୋରି ମାମଲାରେ ଜଡ଼ିତ କରି ଜଣେ ଯୁବକଙ୍କୁ ଘରୁ ଡାକିନେଇ ତାଙ୍କ ବେକରେ ଦଉଡ଼ି ବାନ୍ଧି ଟାଙ୍ଗି ଦିଆଯାଇଥିବା...

ରାସ୍ତାରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ଢେଙ୍କିକୋଟ/କେନ୍ଦୁଝର,୨ା୯(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା...

ସୋରଡ଼ା ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ସୋରଡ଼ା,୩୧ା୮(ଲମ୍ବୋଦର ପାଣିଗ୍ରାହୀ): ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ ଏନ୍‌ଏସି ତରଫରୁ ପାଳିତ ହୋଇଯାଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ଗଣିଛକଠାରେ ବିଜୁବାବୁଙ୍କ...

Advertisement
Archives

Model This Week