ବସୁଧା ଯୋଜନା ଫେଲ୍‌

ଦଶମନ୍ତପୁର,୫ା୯ ( ଡି.ଏନ. ଏ.):ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ଫେଲ୍‌ ମାରିଛି। ଗ୍ରାମବାସୀ ପାନୀୟ ଜଳ ପାଇଁ ନଦୀ, ନାଳର ଜଳ ଉପରେ ଭରସା କରୁଛନ୍ତି। ବ୍ଲକର ଦୁଆରଶୁଣି ପଞ୍ଚାୟତରେ ଥିବା ଅନଗାରଗୁଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଦେଢ଼ ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ବସୁଧା ଯୋଜନାରେ ଏକ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ନିର୍ମିତ ପାଣିଟାଙ୍କି ଠିକ୍‌ ସ୍ଥାନରେ ନିର୍ମାଣ ହୋଇ ନ ଥିବାରୁ ନିର୍ମାଣ ଦିନଠାରୁ ଏଯାଏ ପାଣି ପାଇପାରି ନ ଥିବା ଗ୍ରାମର ନକୁଳ କମାର, ଯମୁନା ଜାନୀ, କମଳଲୋଚନ ଦିଶାରି କହିଛନ୍ତି। ଝରଣା ପାଣି ଟାଙ୍କିକୁ ଆସିବା ସମସ୍ୟା ଦେଖାଦେବ ବୋଲି ଗ୍ରାମର ସାହିମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନ କରିବାକୁ ଆମେ ଗ୍ରାମବାସୀ ଠିକାଦାରଙ୍କୁ ସେତେବେଳେ ଜଣାଇଥିଲୁ। ଠିକାଦାର ଆମ କଥା ନ ଶୁଣି ତାଙ୍କ ଇଚ୍ଛାରେ ସାହି ମୁଣ୍ଡରେ ତାଙ୍କ ମନୋନୀତ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରି ଚାଲି ଯାଇଥିଲେ। ଏହି ବସୁଧା ଯୋଜନାରୁ ଆମେ କିଛି ସୁଫଳ ପାଇଲୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇଁ ଆମେ ଏବେ ମଧ୍ୟ ଗୁଡ଼ିଆଣି ନାଳ ଏବଂ ମୁରାନ ନଦୀ ପାଣି ଉପରେ ନିର୍ଭର କରିଆସୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ନାଳ ନଦୀର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗ୍ରାମର ଦେଡୁ ଜାନି, ମଙ୍ଗଳୁ ଦିସାରି, ଲିମ ଜାନି, ଧନେଶ୍ୱର ଦିସାରି ପ୍ରମୁଖ ପ୍ରକାଶ କରିଛନ୍ତି। ବସୁଧା ଯୋଜନାର ଏହି ପ୍ରକଳ୍ପ ସମ୍ପର୍କରେ ଆମେ ଜିଲାପାଳଙ୍କୁ ଜଣାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆରଡ୍ଲ୍ୟୁଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଝରଣାରେ ପାଣି ଶୁଖି ଯାଇଥିଲା। ଦଶହରା ପରେ ନୂତନ ଭାବେ ବୋରୱେଲ ଖନନ କରାଯାଇ ସେଥିରୁ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ସୂଚନାଯୋଗ୍ୟ, ଅନଗାରଗୁଡା ଗ୍ରାମରେ ୪୯ ପରିବାର ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଗ୍ରାମରେ ୨ଟି ନଳକୂପ ରହିଥିଲେ ସୁଦ୍ଧା ପାନୀୟ ଜଳ ସମସ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri