ଶିକ୍ଷକ ଅଛନ୍ତି, ଛାତ୍ରୀଛାତ୍ର ଆସୁନାହାନ୍ତି

ରଘୁନାଥପୁର,୨୮ା୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାର ଶିକ୍ଷାକ୍ଷେତ୍ରରେ ଅର୍ଥ ବିନିଯୋଗ କରୁଛନ୍ତି। ସଭିଏଁ ପଢ଼ନ୍ତୁ ଓ ଶିକ୍ଷିତ ହୁଅନ୍ତୁ ସ୍ଲୋଗାନ ଦେଉଛନ୍ତି। ହେଲେ ଜଣେ ଶିକ୍ଷୟିତ୍ରୀଙ୍କ ଡେପୁଟେଶନ ବାତିଲ ଦାବି କରି ୩ ଦିନ ହେଲା ବିଦ୍ୟାଳୟକୁ ଛାତ୍ରୀଛାତ୍ର ଆସୁନାହାନ୍ତି। ଏହା ଶିକ୍ଷା ବ୍ୟବସ୍ଥାର ପାରିବାପଣିଆକୁ ପଦାରେ ପକାଇଛି। ଫଳରେ ଉକ୍ତ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଛି। ଶିକ୍ଷୟିତ୍ରୀଶିକ୍ଷକ ଆସି ବିଦ୍ୟାଳୟ କାର୍ଯ୍ୟାଳୟରେ ବସି ରହିବା ସାର ହେଉଛି। ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଜଇପୁରସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଉକ୍ତ ବିଦ୍ୟାଳୟରେ ୧୭୦ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୭ ଜଣ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ ନିମନ୍ତେ ନିୟୋଜିତ ଅଛନ୍ତି। ସ୍ଥାନୀୟ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ମହେଶ୍ୱର ଉ.ପ୍ରା. ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ସରସ୍ବତୀ ସାସ୍‌ମଲଙ୍କୁ ୧୯ ତାରିଖରେ ଉକ୍ତ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିଲା। ଜଣେ ଭଲ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ପଠାଯିବା କଥାକୁ ସହଜରେ ଛାତ୍ରୀଛାତ୍ର ଓ ଅଭିଭାବକ ଗ୍ରହଣ ପାରି ନ ଥିଲେ। ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ବସି ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ଛାତ୍ରୀଛାତ୍ର ଶ୍ରେଣୀଗୃହକୁ ପ୍ରବେଶ କରି ନ ଥିଲେ। ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ବିଜୟ କୁମାର ସ୍ବାଇଁ ଓ ସିଆରସିସି ବିରୂପାକ୍ଷ ସେଠୀ ବିଦ୍ୟାଳୟରେ ପହଞ୍ଚତ୍ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସ ସୁଫଳ ମିଳି ନ ଥିଲା। ଉକ୍ତ ଶିକ୍ଷୟିତ୍ରୀଙ୍କ ଡେପୁଟେଶନ ଅର୍ଡର ବାତିଲ କରିବା ପାଇଁ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟାସଭ୍ୟ ଅଧିକାରୀଙ୍କ ନିକଟରେ ଅଡ଼ି ବସିଥିଲେ। ଶିକ୍ଷା ବିଭାଗ ଓ ଅଭିଭାବକଙ୍କ ମଧ୍ୟରେ ବଳ କଷାକଷିରେ ୩ ଦିନ ଧରି ନିରୀହ ଛାତ୍ରୀଛାତ୍ରଙ୍କ ଶିକ୍ଷା ଆହରଣ ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ସ୍ବାଇଁ କହିଛନ୍ତି, ସ୍ଥାନୀୟ ନୂଆପଡ଼ା ସ୍କୁଲରେ ଶିକ୍ଷକ ନ ଥିବାରୁ ଉକ୍ତ ସ୍କୁଲକୁ କିଛିଦିନ ପାଇଁ ଶିକ୍ଷୟିତ୍ରୀ ସାସ୍‌ମଲଙ୍କୁ ପଠାଯାଇଛି। ଏହାଛଡ଼ା ମହେଶ୍ୱର ଉପ୍ରା ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି। ଅଭିଭାବକମାନେ ବୁଝୁ ନ ଥିବାରୁ ଏ ସମ୍ପର୍କରେ ସେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ଅପରପକ୍ଷେ ଏ ସମ୍ପର୍କରେ ଗୁରୁବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ମହେଶ୍ୱର ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି। ଡେପୁଟେଶନ ବାତିଲ ନ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri