ପୋଲାଣ୍ଡ-ହଙ୍ଗେରିରେ ଶିକ୍ଷକଙ୍କ ଅଭାବ: କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଅମଙ୍ଗ…

ଓ୍ବାରର୍ସ/ବୁଧାପେଷ୍ଟ, ୪।୯ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପୋଲାଣ୍ଡ ଏବଂ ହଙ୍ଗେରିରେ ଅନୁଭୁତ ହେବାରେ ଲାଗିଛି। ଉଭୟ ଦେଶ ୟୁକ୍ରେନ ଶରଣାର୍ଥୀଙ୍କ ସମସ୍ୟା ସହ ମୁକାବିଲା କରୁଥିବାରୁ ଏହି ସମସ୍ୟା ଆହୁରି ଖରାପ ହେବାକୁ ଯାଉଛି। ସେଥିମଧ୍ୟରୁ ପୋଲାଣ୍ଡର ଅବସ୍ଥା ଅଧିକ ଖରାପ, କାରଣ ଏଠାରେ ପ୍ରାୟ ଦୁଇ ଲକ୍ଷ ୟୁକ୍ରେନ ଛୋଟ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ ରହିଛି। ସେମାନେ ପାଠ ନପଢ଼ି ବସି ରହିଛନ୍ତି। ୨୪ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୋଲାଣ୍ଡ ବିଦ୍ୟାଳୟରେ ନାମ ଲେଖାଇଥିଲେ।

ଆସନ୍ତା ବର୍ଷ ୟୁକ୍ରେନ ଛାତ୍ରଙ୍କ ସଂଖ୍ୟା ତିନିଗୁଣ ହୋଇପାରେ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାତ୍ର କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଶିକ୍ଷକମାନେ ଅମଙ୍ଗ ହେବା ସହିତ ପେଶା ଛାଡ଼ିବାରେ ଲାଗିଛନ୍ତି। କମ୍‌ ଦରମା ଏବଂ ଅତ୍ୟଧିକ କାମ ଚାପରେ ଶିକ୍ଷକମାନଙ୍କର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଶିକ୍ଷକ ଓ ଅଭିଭାବକମାନେ କହିଛନ୍ତି ଯେ ଶାସକ ଦଳ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ରକ୍ଷଣଶୀଳ ଏବଂ ଜାତୀୟତାବାଦୀ ମନୋଭାବ ବଢ଼ାଇବା ପାଇଁ ବିଦ୍ୟାଳୟଗୁଡ଼ିକୁ ବ୍ୟବହାର କରୁଛନ୍ତି।

ବିଭିନ୍ନ ସମସ୍ୟାକୁ ନେଇ ଶିକ୍ଷକମାନେ କଳା କପଡା ସହିତ ମୁହଁ ଘୋଡାଇ କଳା କଳା ଛତା ଧରି ପ୍ରଦର୍ଶନ କରିଥିଲେ । ଶିକ୍ଷକ ସଂଘ ପିଏସଜେଡ କହିଛି ଯେ ଶିକ୍ଷକମାନେ ଟିକସ ଦେବା ପରେ ଦରମା ବାବଦରେ ମାତ୍ର ୫୦୦ ୟୁରୋ ପାଆନ୍ତି। ଏହି କାରଣରୁ ଅନେକ ଶିକ୍ଷକ ପେଶା ଛାଡି ଯାଉଛନ୍ତି। ଇତିମଧ୍ୟରେ ଶହ ଶହ ଲୋକ ଏକ ପଦଯାତ୍ରା କରି ଶିକ୍ଷକମାନଙ୍କୁ ସମର୍ଥନ କରିଛନ୍ତି। ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭିକ୍ଟର ଆରେବାନଙ୍କ ସରକାରଙ୍କ ନିର୍ଦ୍ଦେଶରେ ଶିକ୍ଷକଙ୍କ ଦରମା କମ ରଖାଯାଇଛି। ସେମାନେ ସ୍ବତନ୍ତ୍ର ଦେଶ ଏବଂ ମାଗଣା ଶିକ୍ଷା ଆଦି ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri