Posted inଫୁରସତ

ପିଲାଙ୍କୁ ଏମିତି ଢଙ୍ଗରେ ସ୍କୁଲକୁ ସ୍ବାଗତ ଜଣାଇଲେ ଶିକ୍ଷୟିତ୍ରୀ, ଭିଡିଓ ଦେଖିଲେ…

ପିଲାଙ୍କର ଛୁଟିଦିନ ଶେଷ ହୋଇଥିବାରୁ ସେମାନେ ପୁଣି ଥରେ ସ୍କୁଲକୁ ଆସିଛନ୍ତି। ତେଣୁ ପିଲାମାନଙ୍କୁ ବିଭିନ୍ନ ସ୍କୁଲରେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ବାଗତ କରାଯାଇଛି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ ଆଦରରେ ସ୍ବାଗତ କରୁଛନ୍ତି। ଯାହାକି ଖୁବ୍‌ ପ୍ରଶଂସାଯୋଗ୍ୟ।

ଭିଡିଓରେ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ଜଣାଉଥିବା ନଜର ଆସିଛନ୍ତି। ଭିଡିଓରେ ପିଲାମାନେ ଧାଡ଼ିରେ ଠିଆ ହୋଇ ସ୍କୁଲ୍‌ ମଧ୍ୟକୁ ପ୍ରବେଶ କରୁଛନ୍ତି। ଗେଟ୍‌ ପାଖରେ ଜଣେ ଶିକ୍ଷୟତ୍ରୀ ଠିଆ ହୋଇ କାହାକୁ କୋଳେଇ ନେଉଛନ୍ତି ତ ଆଉ କାହାକୁ ଡ୍ୟାନ୍ସ ମାଧ୍ୟମରେ ସ୍ବାଗତ କରୁଛନ୍ତି। ଏହି ପଦ୍ଧତି ଏତେ ମଜାଳିଆ ଯେ, ପିଲାମାନେ ମଧ୍ୟ ଖୁସି ହେଉଥିବାର ନଜର ଆସିଛନ୍ତି। ଭିଡିଓ ଦେଖି ଲୋକେ ଶିକ୍ଷୟିତ୍ରୀ ଏବଂ ସହିତ ପିଲାମାନଙ୍କର ବନ୍ଧନକୁ ପ୍ରଶଂସା କରୁଛନ୍ତି।

ଭିଡିଓଟି କେଉଁଠାରୁ ଆସିଛି ତାହା ଜଣା ପଡ଼ିନାହିଁ, କିନ୍ତୁ ଶିକ୍ଷୟିତ୍ରୀ ଶ୍ରେଣୀ ବାହାରେ ଏକ ବୋର୍ଡ ଲଗାଇଛନ୍ତି, ଯେଉଁଥିରୁ ପିଲାମାନେ ନିଜେ ସ୍ବାଗତ ପ୍ରଣାଳୀ ବାଛୁଛନ୍ତି। ସେହି ଅନୁଯାୟୀ ଶିକ୍ଷୟିତ୍ରୀ ସେମାନଙ୍କୁ ସ୍ବାଗତ କରୁଛନ୍ତି। ବୋର୍ଡରେ ଏକ ହାର୍ଟ ଚିହ୍ନ ରହିଛି। ପିଲାମାନେ ତାହାକୁ ଛୁଇଁଲେ ଶିକ୍ଷୟିତ୍ରୀ ପିଲାଙ୍କୁ କୋଳେଇ ନେଉଛନ୍ତି। ସେମିତି ଆଉ ଏକ ବଟନକୁ ଛୁଇଁଦେଲେ ଶିକ୍ଷୟିତ୍ରୀ ଡ୍ୟାନ୍ସ କରି ସ୍ବାଗତ ଜଣାଉଛନ୍ତି।

ଭିଡିଓଟି ପ୍ରଥମେ Alvin Foo ନାମକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଥିଲା। ଯାହା ପରେ ୟୁଜରମାନେ ଏହାକୁ ନିଜ ନିଜ ଆକାଉଣ୍ଟରେ ଶେୟାର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ, ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ୟୁରଜମାନେ କହିଛନ୍ତି, ସମାନେ ମଧ୍ୟ ସେମିତି ଶିକ୍ଷୟିତ୍ରୀ ଚାହୁଁଛନ୍ତି। କିଛି ୟୁଜର କହିଛନ୍ତି, ପିଲାମାନଙ୍କୁ ଭଲ ଆଚରଣ ଶିଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଆଉ କିଛି ଲୋକ ଏହି ଭିଡିଓକୁ ବହୁତ ସୁନ୍ଦର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri