‘ନିଷ୍ଠାର ସହ ଶିକ୍ଷାଦାନ କର’

ଢେଙ୍କାନାଳ ଅଫିସ, ୨୪।୧୨: ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବ ଯୋଗଦେଇ ନିଷ୍ଠାର ସହ ଶିକ୍ଷାଦାନ କରି ଆଦର୍ଶ ଛାତ୍ର ସମାଜ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।
ପେନ୍‌ସନ୍‌, ଅମୀମାଂସିତ ମାମଲା, ପୁନଃ ଥଇଥାନ ସମ୍ପର୍କିତ ସମସ୍ୟାର ଯଥାସମ୍ଭବ ସମାଧାନ କରିବା ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଶିକ୍ଷାଦାନରେ ଉନ୍ନତି ଆଣିବାକୁ ବର୍ଷକୁ ୪ଥର ଶିକ୍ଷକ-ଅଭିଭାବକ ବୈଠକ କରିବା, ମାସକୁ ୧୨ଦିନ ଶିକ୍ଷାଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା, ଶୈଖିକ ବାତାବରଣ ପ୍ରତି ଧ୍ୟାନଦେବା, ଆଗାମୀ ମାଟ୍ରିକ୍‌ ପରୀକ୍ଷାରେ ଯେପରି ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ‘ଏ’ ଗ୍ରେଡ୍‌ ରେ ପାସ୍‌ କରିବେ ସେଥିପ୍ରତି ସଚେତନ ହେବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ସମସ୍ତ ବିଷୟ ଫଳାଫଳକୁ ବିଶ୍ଳେଷଣ କରାଯିବ। ଫଳାଫଳ ଖରାପ ହେଲେ ସମ୍ପୃକ୍ତ ଶିକ୍ଷକ ଦାୟୀ ରହିବେ ବୋଲି ମନ୍ତ୍ରୀ ତାଗିଦ କରିଛନ୍ତି।
ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର ସାମଲ, ବିଧାୟିକା ସୀମାରାଣୀ ନାୟକ, ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମୂଳଦୁଆ ସୁଦୃଢ଼ କରି ହୃଦୟର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲାପାଳ ସରୋଜ କୁମାର ସେଠୀ ଢେଙ୍କାନାଳକୁ ଶିକ୍ଷାର ହବ୍‌ରେ ପରିଣତ କରିବାକୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷା ବିଭାଗ ଉପରେ ବର୍ଷିଲେ
ଢେଙ୍କାନାଳ ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ମାଟ୍ରିକ୍‌ ପରୀକ୍ଷା ଫଳ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ପରେ ଶିକ୍ଷା ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଲେ, ଜିଲାରେ ୧୫,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ମାତ୍ର ୧୭୦ଜଣ ‘ଏ-୧’ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଏହା କ’ଣ ଖୁସି ଖବର ବୋଲି ସେ ପ୍ରଶ୍ନ କରିଛନ୍ତି। ସିବିଏସ୍‌ଇରେ ପରୀକ୍ଷା ଫଳ ୯୫% ହେଉଛି। ଆମର କାହିଁକି ନ ହେବ। ଏଥିରେ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ କାହିଁକି ଦାୟୀ ହେବେନି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ୧୭୦ ଜଣ ‘ଏ-୧’ରେ ପାସ୍‌ କରିଛନ୍ତି ବୋଲି କହି ବାହାଦୁରୀ ନେଲେ ହେବନାହିଁ। ତେଣୁ ପରୀକ୍ଷାରେ ସାମଗ୍ରିକ ଭାବେ କିପରି ଭଲ ହେବ ସେ ଦିଗରେ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri