ଶିଖାନ୍ତୁ ଫୋନ ଶିଷ୍ଟାଚାର

ଜଗତ୍‌ସିଂହପୁର ଜୟବଡ଼ ଗ୍ରାମର ୨୨ ବର୍ଷୀୟ ଛାତ୍ର ସୂର୍ଯ୍ୟକାନ୍ତ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ ଗେମ ଖେଳୁଥିଲା। ଏଥିପ୍ରତି ଆସକ୍ତ ଯୋଗୁ ସେ ନିଜର ସବୁ ଦାୟିତ୍ୱ ଭୁଲି ଚାଲିଲା। ଘର ଲୋକ ଅତିଷ୍ଠ ହୋଇ ଏହା ନ ଖେଳିବାକୁ ବାରଣ କଲେ। ଏଥିରୁ ନିବୃତ୍ତ ପାଇଁ ତା’ ମୋବାଇଲ୍‌ ଫୋନକୁ ଲୁଚାଇଦେଲେ। ମୋବାଇଲ ଫୋନ ନ ପାଇ ସୂର୍ଯ୍ୟକାନ୍ତ ମାନସିକ ଭାରସାମ୍ୟ ହରାଇ ବସିଲା। ଘଟଣା ଦିନ ସମସ୍ତେ ଶୋଇଥିବାବେଳେ ସୂର୍ଯ୍ୟକାନ୍ତ ନିଜ ମାଆ, ବାପା ଓ ଭଉଣୀଙ୍କୁ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କଲା। ଏହା ଥିଲା ୨୦୨୫ ମାର୍ଚ୍ଚ ପ୍ରଥମ ସପ୍ତାହର ଘଟଣା। ଅନ୍‌ଲାଇନ ଗେମ ଯେ କେତେ ଭୟାନକ ଓ ମାରାତ୍ମକ ହୋଇପାରେ, ଏହି ଘଟଣା ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ମୋବାଇଲ ଫୋନ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ଉପଭୋକ୍ତାଙ୍କୁ ଅପରାଧ ପ୍ରବଣ କରାଉଛି। ତେଣୁ ମୋବାଇଲ ଫୋନ ବ୍ୟବହାର ଉପରେ ପିଲାଙ୍କୁ ବାଲ୍ୟକାଳରୁ ଶିକ୍ଷା ଦେବା ପାଇଁ ନିତିନିୟମ ସହ ପାଠ୍ୟକ୍ରମର ଆବଶ୍ୟକତା ରହିଛି। କିଛି ମାସ ତଳେ ଅଷ୍ଟ୍ରେଲିଆ ସରକାର ୧୬ବର୍ଷ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କୌଣସି ପିଲା ସୋସିଆଲ ମିଡିଆ ବ୍ୟବହାର କରେ, ତେବେ ସେମାନଙ୍କ ପରିବାରକୁ ୫ କୋଟି ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବାକୁ ଏହି ଆଇନରେ ପ୍ରାବଧାନ ରହିଛି। ଅଷ୍ଟ୍ରେଲିଆ ସରକାରଙ୍କ ଏ ନିଷ୍ପତ୍ତିରେ ସୋସିଆଲ ମିଡିଆ ଏବଂ ଶିଶୁଙ୍କ ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଏହି ପ୍ରସଙ୍ଗ ଆଲୋଚନା ପାଇଁ ବୈଶ୍ବିକ ସ୍ତରରେ ଏକ ବିତର୍କ ସୃଷ୍ଟି ହୋଇଛି। ଏଥିରେ ଶିଶୁ ସୁରକ୍ଷା, ମାନସିକ ସ୍ବାସ୍ଥ୍ୟ ଏବଂ ଡିଜିଟାଲ ସ୍ବାଧୀନତା ଭଳି ପ୍ରସଙ୍ଗ ସ୍ଥାନ ପାଇଛି।
କମନ୍‌ ସେନ୍ସ ମିଡିଆର ରିପୋର୍ଟ ଅନୁଯାୟୀ, ଦଶ ବର୍ଷ ବୟସର ୪୨% ପିଲାଙ୍କ ପାଖରେ ଆଜି ସ୍ମାର୍ଟଫୋନ ଉପଲବ୍ଧ। ବାର ବର୍ଷ ବୟସକୁ ବିଚାର କଲେ ଏହି ସଂଖ୍ୟା ୭୧%ରେ ପହଞ୍ଚତ୍ ଯିବ। ସେହିଭଳି ଚଉଦ ବର୍ଷ ବୟସର ୯୧% ପିଲାଙ୍କ ହାତରେ ମୋବାଇଲ ଫୋନ ରହିଥିବା ଏହି ତଥ୍ୟ ସ୍ପଷ୍ଟ କରିଛି। ଆଜିର ଡିଜିଟାଲ ଦୁନିଆ ଆମ ଯୁବକମାନଙ୍କ ମଧ୍ୟରେ ଅବସାଦ, ଉଦାସୀନତା ଏବଂ ଆତ୍ମହତ୍ୟା ଭଳି ବ୍ୟାଧି ବୃଦ୍ଧି କରୁଛି। ୨୦୦୦ ରୁ ୨୦୧୦ ପର୍ଯ୍ୟନ୍ତ ଏକ ଦଶନ୍ଧିର ଅବଧିରେ ଉଚ୍ଚ ଗତିସମ୍ପନ୍ନ ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଆପ୍‌ ସହ ସଂଯୁକ୍ତ ସ୍ମାର୍ଟଫୋନ ସର୍ବବ୍ୟାପୀ ହୋଇଗଲା। ଏଥିରେ ଆମ ଦେଶ ଭାରତ ମଧ୍ୟ ପଛରେ ରହିନି। ସର୍ବାଧିକ ମୋବାଇଲ ଫୋନ ଉପଭୋକ୍ତାଙ୍କ ତାଲିକାରେ ସାରା ଦୁନିଆରେ ଭାରତ ୨ୟ ସ୍ଥାନରେ ରହିଛି। ଭାରତରେ ମୋବାଇଲ ଫୋନ ସହିତ ପିଲାମାନେ କ’ଣ କରୁଛନ୍ତି? ମୋବାଇଲ ଫୋନକୁ କିଭଳି ବ୍ୟବହାର କରୁଛନ୍ତି? ସେ ବିଷୟରେ କେହି କିଛି ଚିନ୍ତା କରନ୍ତି ନାହିଁ! ଏହା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ପରିତାପର ବିଷୟ।
କରୋନା ସମୟରେ ବିଦ୍ୟାଳୟର ଔପଚାରିକ ଶିକ୍ଷାଦାନକୁ ବନ୍ଦ କରିଦିଆଗଲା। ଅନ୍‌ଲାଇନ ଶିକ୍ଷାର ପ୍ରାଧାନ୍ୟ ବଢ଼ିଲା। ଏହି ଆଳରେ ଅଭିଭାବକମାନେ ପିଲାଙ୍କୁ ମୋବାଇଲ ଫୋନ ଧରାଇଲେ। ଏହାକୁ ଆମେ ସମୟର ଆବଶ୍ୟକତା ଅବା ବାଧ୍ୟବାଧକତା ବୋଲି କହିପାରିବା। କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ପିଲାମାନେ ମୋବାଇଲ ଫୋନ ସହିତ ବାନ୍ଧି ହୋଇଗଲେ। ସ୍ମାର୍ଟଫୋନ କେବଳ ପିଲାଙ୍କୁ ବିଭ୍ରାନ୍ତ କରୁନାହିଁ, ପିଲାଙ୍କ ଖେଳିବା ବୁଲିବା ଭଳି ଗୁରୁତ୍ୱପୂର୍ଣ୍ଣ ସମୟକୁ କ୍ଷତି ପହଞ୍ଚାଇବାରେ ମଧ୍ୟ ଏହାର ବଡ଼ ଭୂମିକା ରହିଛି। ସେମାନେ ନିଜ ସାଙ୍ଗସାଥୀଙ୍କ ସହ ସମୟ କାଟିବା କିମ୍ବା ଖେଳିବା ପାଇଁ ଅବସର ପାଇଲେ ନାହିଁ।
ସ୍ମାର୍ଟଫୋନରେ ଜୀବନ ପ୍ରତି ଅସୁରକ୍ଷିତତା ବୃଦ୍ଧି ପାଇବା, ନିଦ୍ରା ହ୍ରାସ, ଅନ୍‌ଲାଇନ ଖେଳ ନିଶା ଏବଂ ନିଶାସେବନ ଭଳି ସମସ୍ୟା ଅନ୍ତର୍ଭୁକ୍ତ। ଭୟାବହତା ପାଇଁ କେହିକେହି ଏହାକୁ ମୋବାଇଲ ମହାମାରୀ କହିଲେଣି। ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ପରିଷଦ ୟୁନେସ୍କୋ କହିଛି ମୋବାଇଲ ଫୋନ୍‌ ଅତ୍ୟଧିକ ବ୍ୟବହାର ପିଲାଙ୍କ ଶୈକ୍ଷିକ ଦକ୍ଷତା ହ୍ରାସ ସହିତ ଜଡିତ। ମୋବାଇଲ ଫୋନ୍‌ ପରଦାରେ ମାତ୍ରାଧିକ ସମୟ ବିତାଇବା ପିଲାଙ୍କ ଭାବପ୍ରବଣତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ୟୁନେସ୍କୋ ନିଜ ୨୦୨୩ ଗ୍ଲୋବାଲ ଏଜୁକେଶନ ମନିଟର ରିପୋର୍ଟରେ କହିଛି ଯେ, ଡିଜିଟାଲ ଟେକ୍ନୋଲୋଜି ଶିକ୍ଷା ସହିତ ମୂଲ୍ୟବୋଧକୁ ଯୋଡିଛି। ଏକଥା ପ୍ରମାଣିତ ପାଇଁ ପର୍ଯ୍ୟାପ୍ତ ଅନୁସନ୍ଧାନ ଆବଶ୍ୟକ, କିନ୍ତୁ ତାହା ହୋଇପାରିନାହିଁ। ଅଧିକାଂଶ ଗବେଷଣାତ୍ମକ କାର୍ଯ୍ୟକ୍ରମ ଘରୋଇ ଶିକ୍ଷଣ ସଂସ୍ଥାର ଆର୍ଥିକ ପୃଷ୍ଠପୋଷକତାରେ ପରିଚାଳିତ। ବିପୁଳ ଅର୍ଥ ବିନିଯୋଗ କରୁଥିବା ହେତୁ ଏମାନେ ଡିଜିଟାଲ ଶିକ୍ଷଣ ଉତ୍ପାଦ ବିକ୍ରୟ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ସାରା ଦୁନିଆରେ ଶିକ୍ଷା ନୀତି ଉପରେ ସେମାନଙ୍କର ବଢୁଥିବା ପ୍ରଭାବ ‘ଚିନ୍ତାର କାରଣ’ ପାଲଟିଛି ବୋଲି ୟୁନେସ୍କୋ ଏହି ସନ୍ଦର୍ଭରେ ପ୍ରକାଶ କରିଛି। ଚାଇନା ଡିଜିଟାଲ ଉପକରଣର ବ୍ୟବହାରକୁ ମୋଟ ଶିକ୍ଷଣ ସମୟର ୩୦% ମଧ୍ୟରେ ସୀମିତ ରଖିଛି।

ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri