Posted inଜାତୀୟ

ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ସଭିଙ୍କୁ ଚୁନା ଲଗାଇଲେ ଚା’ ବିକାଳିଙ୍କ ପୁଅ

ନୂଆଦିଲ୍ଲୀ,୧୧।୨: ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ଘଟଣା ସାମ୍ନାକୁ ଆସିଛି ଆସାମରୁ। ଫିଲ୍ମରେ ଯେଉଁଭଳି ମୁନ୍ନା ସଭିଙ୍କୁ ଠକୁଛନ୍ତି ଠିକ୍‌ ସେହିଭଳି ଗଣମାଧ୍ୟମଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ବୋକା ବନେଇଛନ୍ତି ୨୪ ବର୍ଷୀୟ ରାହୁଲ କୁମାର ଦାସ।

ଗରିବ ଚା’ ବିକ୍ରେତାଙ୍କ ପୁଅ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମ୍ମାନଜନକ ଏମ୍ସରେ ସିଟ୍‌ ହାସଲ କରିଥିବା ଖବର ଗତ ଏକ ସପ୍ତାହ ହେଲା ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରୁଥିଲେ। ଏହି କାହାଣୀ ଏବେ ମିଛ ସାବ୍ୟସ୍ତ ହୋଇଛି।

ନିଟ୍‌ ପରୀକ୍ଷା ସମ୍ମୁଖୀନ ହୋଇଥିବା ଆସାମର ଛାତ୍ରୀଛାତ୍ରଙ୍କ ଏକ ଗୋଷ୍ଠୀ ରାହୁଲଙ୍କ ଦାବିକୁ ମିଛ ସାବ୍ୟସ୍ତ କରିଛି। ରାହୁଲ ଗଣମାଧ୍ୟମକୁ ଯେଉଁ ରୋଲ ନମ୍ବର ପ୍ରଦାନ କରିଥିଲେ। କ୍ରସ ଭେରିଫିକେଶନ ପରେ ତାହା ପ୍ରକୃତରେ ହରିୟାଣାର କିରନଜୀତ କୌର ନାମକ ଜଣେ ଛାତ୍ରଙ୍କର ବୋଲି ଜଣାପଡ଼ିଥିଲା।

ସ୍ଥାନୀୟ ଗଣମାଧ୍ୟମ ପ୍ରଥମେ ରାହୁଲଙ୍କ କାହାଣୀ ନେଇଥିଲା। ତା’ ପରେ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ରାହୁଲଙ୍କ ଖବର ଟ୍ରେଣ୍ଡିଂ ପାଲଟିଥିଲା। ଏପରି କି ତାଙ୍କ ଶିକ୍ଷାଗତ ଖର୍ଚ୍ଚ ଭାର ରାଜ୍ୟ ସରକାର ଉଠାଇବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା। ମୁଖ୍ୟମନ୍ତ୍ରୀଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ କ୍ୟାବିନେଟ୍‌ ମନ୍ତ୍ରୀ ରଞ୍ଜୀତ କୁମାର ଦାସ ପଥଚାରକୁଚିରେ ପହଞ୍ଚି ରାହୁଲଙ୍କୁ ସମ୍ମାନିତ କରିଥିଲେ।

କିନ୍ତୁ ପ୍ରକୃତ କଥା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାହୁଲଙ୍କ ମା’ଙ୍କ ଚା’ ଦୋକାନ ଭାଙ୍ଗି ଦେଇଛନ୍ତି। ମିଥ୍ୟା ପ୍ରଚାର ଘଟଣାରେ ରାହୁଲ, ତାଙ୍କ ମା’ ଓ ତାଙ୍କ ସାନ ଭାଇ ସାମିଲ ଥିବା ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri