ନକଲି ପନିର ପରେ ଚା’

କଟକ ଅଫିସ/କଟକ ସଦର, ୭।୧: ବର୍ଷବର୍ଷ ଧରି ସହରରେ ନକଲି ସାମଗ୍ରୀର ଚାଲିଥିବା କାରବାର ଏବେ ଧୀରେ ଧୀରେ ପଦାକୁ ଆସୁଛି। ନକଲି ମସଲା, ଘିଅ, ସସ୍‌, ସିମେଣ୍ଟ, ପନିର ପରେ ଏବେ ନକଲି ଚା’ପତି ବିକ୍ରି କରାଯାଉଥିବା ଜଣାପଡ଼ିଛି। କଟକ ସଦରଥାନା ଅନ୍ତର୍ଗତ ମୁକାମେଶ୍ୱର ଅଞ୍ଚଳର ଏକ ଚା’ ଗୋଦାମରେ ବୁଧବାର ପୋଲିସ ଚଢ଼ାଉ କରି ପ୍ରାୟ ୪୫ କୁଇଣ୍ଟାଲ ନକଲି ଚା’ ଜବତ କରିଛନ୍ତି। ବିଭିନ୍ନ ପ୍ରକାର ଶୁଖିଲା ପତ୍ର ଅପମିଶ୍ରଣ କରାଯାଇ ନକଲି ଚା’ ପ୍ରସ୍ତୁତ କରାଯିବା ସହ ବିଭିନ୍ନ ନାମୀଦାମୀ ବ୍ରାଣ୍ଡରେ ଏହାକୁ ପ୍ୟାକିଂ କରାଯାଇ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଏହି ନକଲି ଚା’ପତି ଗୋଦାମର ମାଲିକ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କ ବିରୋଧରେ ପୋଲିସ ଏକ ମାମଲା(ନଂ.୧୬/୨୧) ରୁଜୁ କରି ତାଙ୍କୁ ଗିରଫ କରିଛି। ସୁରେଶ କିପରି ଭାବରେ କଟକ ତଥା ବିଭିନ୍ନ ଅଞ୍ଚଳରେ ଅପମିଶ୍ରିତ ଚା’ ପତି ବିକୁଥିଲେ ସେନେଇ ସଦର ଥାନା ଅଧିକ ଖୋଳତାଡ଼ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସୁରେଶ ପୂର୍ବରୁ ମାଲଗୋଦାମ ଥାନାରେ କିଛିବର୍ଷ କାର୍ଯ୍ୟ କରିଥିଲେ। ପରେ ସେ ମୁକାମେଶ୍ୱର ଅଞ୍ଚଳରେ ଏକ ୪ ବଖରା ଘର ଭଡ଼ାନେଇ ସେଠାରେ ଏହି ନକଲି ଚା’ପତି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ୩ରୁ ୪ ବର୍ଷ ହେଲା କରୁଥିବାନେଇ ସେ ପୋଲିସ ନିକଟରେ ସ୍ବୀକାର କରିଥିବାବେଳେ ସ୍ଥାନୀୟବାସିନ୍ଦା କିନ୍ତୁ ଏହି କାରବାର ୮ରୁ ୧୦ ବର୍ଷ ହେବ ଚାଲୁଛି ବୋଲି କହିଛନ୍ତି। ସୁରେଶଙ୍କ ମୂଳ ଗ୍ରାମ ରାଜନଗରରେ ହୋଇଥିବାବେଳେ ସେ ସ୍ଥାନୀୟ ସୁଭଦ୍ରାପୁର ଅଞ୍ଚଳରେ ଜାଗା କିଣି ସେହି ସ୍ଥାନରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହାର ମୂଲ୍ୟ ଆନୁମାନିକ ୫କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି। ଏହି ନକଲି ଚା’ ପତି ଗୋଦାମରେ ଥାନା ଅଧିକାରୀ ସୁଧାଂଶୁ ଜେନାଙ୍କ ସହିତ ଅତିରିକ୍ତ ଇନ୍ସପେକ୍ଟର ବବିତା ସାହୁ, ଏସ୍‌ଆଇ ମୁରଲୀଧର ସାହୁ ଓ ଯୁଗଳ ବିଶ୍ୱାଳ ପ୍ରମୁଖ ଚଢାଉ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri