ନକଲି ପନିର ପରେ ଚା’

କଟକ ଅଫିସ/କଟକ ସଦର, ୭।୧: ବର୍ଷବର୍ଷ ଧରି ସହରରେ ନକଲି ସାମଗ୍ରୀର ଚାଲିଥିବା କାରବାର ଏବେ ଧୀରେ ଧୀରେ ପଦାକୁ ଆସୁଛି। ନକଲି ମସଲା, ଘିଅ, ସସ୍‌, ସିମେଣ୍ଟ, ପନିର ପରେ ଏବେ ନକଲି ଚା’ପତି ବିକ୍ରି କରାଯାଉଥିବା ଜଣାପଡ଼ିଛି। କଟକ ସଦରଥାନା ଅନ୍ତର୍ଗତ ମୁକାମେଶ୍ୱର ଅଞ୍ଚଳର ଏକ ଚା’ ଗୋଦାମରେ ବୁଧବାର ପୋଲିସ ଚଢ଼ାଉ କରି ପ୍ରାୟ ୪୫ କୁଇଣ୍ଟାଲ ନକଲି ଚା’ ଜବତ କରିଛନ୍ତି। ବିଭିନ୍ନ ପ୍ରକାର ଶୁଖିଲା ପତ୍ର ଅପମିଶ୍ରଣ କରାଯାଇ ନକଲି ଚା’ ପ୍ରସ୍ତୁତ କରାଯିବା ସହ ବିଭିନ୍ନ ନାମୀଦାମୀ ବ୍ରାଣ୍ଡରେ ଏହାକୁ ପ୍ୟାକିଂ କରାଯାଇ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଏହି ନକଲି ଚା’ପତି ଗୋଦାମର ମାଲିକ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କ ବିରୋଧରେ ପୋଲିସ ଏକ ମାମଲା(ନଂ.୧୬/୨୧) ରୁଜୁ କରି ତାଙ୍କୁ ଗିରଫ କରିଛି। ସୁରେଶ କିପରି ଭାବରେ କଟକ ତଥା ବିଭିନ୍ନ ଅଞ୍ଚଳରେ ଅପମିଶ୍ରିତ ଚା’ ପତି ବିକୁଥିଲେ ସେନେଇ ସଦର ଥାନା ଅଧିକ ଖୋଳତାଡ଼ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସୁରେଶ ପୂର୍ବରୁ ମାଲଗୋଦାମ ଥାନାରେ କିଛିବର୍ଷ କାର୍ଯ୍ୟ କରିଥିଲେ। ପରେ ସେ ମୁକାମେଶ୍ୱର ଅଞ୍ଚଳରେ ଏକ ୪ ବଖରା ଘର ଭଡ଼ାନେଇ ସେଠାରେ ଏହି ନକଲି ଚା’ପତି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ୩ରୁ ୪ ବର୍ଷ ହେଲା କରୁଥିବାନେଇ ସେ ପୋଲିସ ନିକଟରେ ସ୍ବୀକାର କରିଥିବାବେଳେ ସ୍ଥାନୀୟବାସିନ୍ଦା କିନ୍ତୁ ଏହି କାରବାର ୮ରୁ ୧୦ ବର୍ଷ ହେବ ଚାଲୁଛି ବୋଲି କହିଛନ୍ତି। ସୁରେଶଙ୍କ ମୂଳ ଗ୍ରାମ ରାଜନଗରରେ ହୋଇଥିବାବେଳେ ସେ ସ୍ଥାନୀୟ ସୁଭଦ୍ରାପୁର ଅଞ୍ଚଳରେ ଜାଗା କିଣି ସେହି ସ୍ଥାନରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି। ଏହାର ମୂଲ୍ୟ ଆନୁମାନିକ ୫କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି। ଏହି ନକଲି ଚା’ ପତି ଗୋଦାମରେ ଥାନା ଅଧିକାରୀ ସୁଧାଂଶୁ ଜେନାଙ୍କ ସହିତ ଅତିରିକ୍ତ ଇନ୍ସପେକ୍ଟର ବବିତା ସାହୁ, ଏସ୍‌ଆଇ ମୁରଲୀଧର ସାହୁ ଓ ଯୁଗଳ ବିଶ୍ୱାଳ ପ୍ରମୁଖ ଚଢାଉ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri