Posted inଜାତୀୟ

୯,୩୯୪ କୋଟି ଠକେଇରେ ଟିଡିପି ନେତା

ହାଇଦ୍ରାବାଦ, ୨୨।୧୨: ଦେଶରେ ଗୋଟିଏ ପରେ ଗୋଟିଏ ବଡ଼ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରେ ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହାଇଛି। ହାଇଦ୍ରାବାଦର ଟ୍ରାନ୍ସଷ୍ଟ୍ରୟ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କାର ଋଣ ନେଇ ଠକିଦେଇଛି। ଉକ୍ତ କମ୍ପାନୀର ମାଲିକ ହେଉଛନ୍ତି ଟିଡିପିର ପୂର୍ବତନ ଏମ୍‌ପି ରାୟପତି ସାମ୍ବାଶିବ ରାଓ। ସେ ଘରର ଚାକରାଣୀ, ଝାଡ଼ୁଦାର, ଡ୍ରାଇଭରଙ୍କ ନାଁରେ ଜାଲ୍‌ କମ୍ପାନୀମାନ ଖୋଲି ଦୁର୍ନୀତିରେ ଲିପ୍ତ ରହିଥିଲେ ବୋଲି ତଦନ୍ତରୁ ଜଣାପଡିଛି।
ବ୍ୟାଙ୍କ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏହାର ଏତଲାରେ ଦର୍ଶାଇଛି, ଅଭିଯୁକ୍ତ କମ୍ପାନୀ ଟ୍ରାନ୍ସଷ୍ଟ୍ରୟ ବିଭିନ୍ନ ନାମରେ ମିଛ କମ୍ପାନୀ ଚଳାଉଥିଲା। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍‌, ୟୁନିକ୍‌ ଇଞ୍ଜିନିୟର୍ସ, ବାଲାଜୀ ଏଣ୍ଟରପ୍ରାଇଜେସ୍‌, ରୁଥ୍ବିକ୍‌ ଆସୋସିଏଟ୍ସ ଭଳି ଜାଲ୍‌ କମ୍ପାନୀ ମାଧ୍ୟମରେ ୬,୬୪୩ କୋଟି ଟଙ୍କା ଜାଲିଆତି ହୋଇଥିଲା। କେବଳ କାଗଜପତ୍ରରେ ଚାଲିଥିବା ୯ଟି କମ୍ପାନୀ ଦ୍ୱାରା ଜାଲିଆତି କାରବାର ଚାଲିଥିଲା ବୋଲି ସିବିଆଇ ଅଭିଯୋଗ କରିଛି।
କେପିଏମ୍‌ଜି ଫୋରେନ୍‌ସିକ ଅଡିଟ୍‌ ଅନୁଯାୟୀ ଅଭିଯୁକ୍ତ କାନାରା ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କା ଋଣ ନେଇଥିଲେ। ବେଙ୍ଗାଲୁରୁର ବ୍ୟାଙ୍କିଙ୍ଗ ଫ୍ରଡ୍‌ ଆଣ୍ଡ ସିକ୍ୟୁରିଟି ସେଲ୍‌ (ବିଏସ୍‌ଏଫ୍‌ସି) ପକ୍ଷରୁ ଟ୍ରାନ୍ସଷ୍ଟ୍ରୟ ଇଣ୍ଡିଆ ଲିମିଟେଡ, ଏହାର ସିଏମ୍‌ଡି ଚେରୁକୁରୀ ଶ୍ରୀଧର, ପୂର୍ବତନ ଏମ୍‌ପି ରାୟପତି ସାମ୍ବାଶିବ ରାଓ ଏବଂ ଅକିନେନି ସତୀଶଙ୍କ ନାଁରେ ଏତଲା ଦାଏର କରାଯାଇଛି। ସେମାନଙ୍କ ନାଁରେ ଅପରାଧ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି, ମିଥ୍ୟା ଦସ୍ତାବିଜ୍‌ ଦାଖଲ ଓ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି। ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟରୁ ୯ଟି ଜାଲ୍‌ କମ୍ପାନୀକୁ ୭,୧୫୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତରୁ ଜଣାପଡିଛି। ୮ ଭେଣ୍ଡର କମ୍ପାନୀ ସେଥିରୁ ୬,୨୦୨ କୋଟି ଟଙ୍କା ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟକୁ ଫେରାଇ ଦେଇଛନ୍ତି। ଉକ୍ତ ଫେରସ୍ତ ଅର୍ଥକୁ ବିଭିନ୍ନ ପାର୍ଟି, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଗଢ଼ାଯାଇଥିବା ସଂସ୍ଥା ଓ ଅନ୍ୟମାନଙ୍କ ପାଖକୁ ପଠାଯାଇଛି। ପ୍ରମୋଟରମାନଙ୍କ ଖାତାକୁ ଯାଇଛି ୩୫୦ କୋଟି ଟଙ୍କା।
୨୦୧୨ରୁ ୨୦୧୪ ମଧ୍ୟରେ ସିଏମ୍‌ଡି ଶ୍ରୀଧର ଚେରୁକୁରୀ ଏବଂ ଆର୍‌ ଲୀଲା କୁମାରଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ୪୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍‌ର ନିର୍ଦ୍ଦେଶକ ଥିବା ସୁଧାକର ବାବୁ ଗୋରାନ୍ତଲା ଟ୍ରାନ୍ସଷ୍ଟ୍ରୟର ଜଣେ କର୍ମଚାରୀ। ଉକ୍ତ କମ୍ପାନୀ୧,୮୪୮ କୋଟି ଟଙ୍କା ହେରଫେର କରିଛି। ସେହିପରି ୟୁନିକ୍‌ ଇଞ୍ଜିନିୟର୍ସ କମ୍ପାନୀ ଏମ୍‌ ସାମ୍ବାଶିବ ରାଓଙ୍କ ନାଁରେ ଚାଲିଥିଲା। ସେ ଟ୍ରାନ୍ସଷ୍ଟ୍ରୟର ପୂର୍ବତନ ନିର୍ଦ୍ଦେଶକ।
ବିଭିନ୍ନ ପ୍ରକଳ୍ପ ସ୍ଥାନରେ କମ୍ପାନୀର ୧,୭୫୩ କୋଟି ଟଙ୍କାର ଉପକରଣ ଗଚ୍ଛିତ ଥିବା ୨୦୧୮ ଅକ୍ଟୋବର ୧୦ରେ ଦର୍ଶାଇଥିଲା। ସେଥିରୁ ପୋଲାଭରମ୍‌ ପ୍ରକଳ୍ପରେ ୧,୫୨୭ କୋଟି ଟଙ୍କାର ଉପକରଣ ଥିବା କୁହାଯାଇଥିଲା। ତେବେ କମ୍ପାନୀ ବାଲାନ୍ସ ଶିଟ୍‌ରେ ଜାଲିଆତି କରିଥିବା ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri