ଓ୍ବେସ୍କୋ, ସାଉଥ୍‌କୋର ପରିଚାଳନା ନେଲା ଟାଟା

ଭୁବନେଶ୍ୱର,: ଓ୍ବେସ୍କୋ ଏବଂ ସାଉଥ୍‌କୋର ପରିଚାଳନା ଏବଂ ଅପରେଶନ ଭାର ଟାଟା ପାଓ୍ବାର ହାତକୁ ଯାଇଛି। ଗୁରୁବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଧ ଭାବେ ଘୋଷଣା କରାଯାଇଇଛି। ଅଧିଗ୍ରହଣ ନେଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ଅଧିଗ୍ରହଣ ପରେ ଓ୍ବେସ୍କୋ ଏବଂ ସାଉଥ୍‌କୋ ଯଥାକ୍ରମେ ଟିପି ଓ୍ବେଷ୍ଟର୍ନ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଡିପିଡବ୍ଲ୍ୟୁଓଡିଏଲ୍‌) ଓ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) କମ୍ପାନୀ ନାମରେ ପରିଚାଳିତ ହେବ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପାନୀରେ ଟାଟା ପାଓ୍ବାରର ୫୧% ଇକ୍ୱିଟି ଅଂଶଧନ ରହିବ। ପରିଚାଳନା ନିୟନ୍ତ୍ରଣ ଟାଟା ନିକଟରେ ରହିବ। ରାଜ୍ୟ ସରକାରଙ୍କ ମାଲିକାନାଧୀନ ଗ୍ରୀଡ୍‌କୋ ପାଖରେ ବଳକା ୪୯% ଇକ୍ୱିଟି ଅଂଶଧନ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।
ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବର୍ତ୍ତମାନ ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଭଳି ୫ଟି ସର୍କଲକୁ ନେଇ ଥିବା ଓ୍ବେସ୍କୋ ଅଞ୍ଚଳରେ ବାର୍ଷିକ ୭୫୨୦ ଏମ୍‌ୟୁ ବିଦ୍ୟୁତ୍‌ ଇନ୍‌ପୁଟ ସହିତ ୨ ନିୟୁତ ଗ୍ରାହକ ରହିଛନ୍ତି। ସେହିଭଳି ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ଗଞ୍ଜାମ ସହର, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର, ରାୟଗଡ଼ା ଭଳି ୬ଟି ସର୍କଲକୁ ନେଇ ଥିବା ସାଉଥ୍‌କୋ ଅଞ୍ଚଳରେ ୩୪୭୦ ଏମ୍‌ୟୁ ସହ ୨.୩ ନିୟୁତ ଗ୍ରାହକଙ୍କୁ ସେବା ଯୋଗାଣ ହେବ। ଏହି ଅଧିଗ୍ରହଣ ସହ କମ୍ପାନୀର ବିତରଣ ସର୍କଲ ରାଜ୍ୟର ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ଏହା ମଧ୍ୟରେ ୪୭ ହଜାର କି.ମି.ରୁ ଅଧିକ ଭୌଗୋଳିକ ଅଞ୍ଚଳ ସାମିଲ ରହିଛି। ୧ ଲକ୍ଷରୁ ଅଧିକ ସିକେଟି କି.ମି.ର ନେଟ୍‌ଓ୍ବର୍କକୁ ୨୫ ବର୍ଷ ଅବଧିର ଲାଇସେନ୍ସ ହିସାବରେ କମ୍ପାନୀ ପରିଚାଳନା କରିବ। ୨ଟି ଅତିରିକ୍ତ ବିତରଣ ୟୁଟିଲିଟି ସାମିଲ ହେବା ପରେ ଟାଟା ପାଓ୍ବାରର ଗ୍ରାହକ ସଂଖ୍ୟା ମୁମ୍ବାଇ, ନୂଆଦିଲ୍ଲୀ, କେନ୍ଦ୍ର ଓଡ଼ିଶା ଏବଂ ଆଜମେର ଭଳି ସ୍ଥାନରେ ୫.୨ ନିୟୁତରୁ ବୃଦ୍ଧି ହୋଇ ୯.୫ ନିୟୁତ ଛୁଇଁଛି। ଓ୍ବେସ୍କୋ ଏବଂ ସାଉଥ୍‌କୋ ସହ କାରବାର ଆରମ୍ଭ କରି ଗ୍ରାହକଙ୍କୁ ଗୁଣବତ୍ତା ସେବା ଯୋଗାଣ ଧାରା ଜାରି ରହିବ ବୋଲି ଟାଟା ପାଓ୍ବାରର ସିଇଓ ପ୍ରବୀର ସିହ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri