ଓ୍ବେସ୍କୋ, ସାଉଥ୍‌କୋର ପରିଚାଳନା ନେଲା ଟାଟା

ଭୁବନେଶ୍ୱର,: ଓ୍ବେସ୍କୋ ଏବଂ ସାଉଥ୍‌କୋର ପରିଚାଳନା ଏବଂ ଅପରେଶନ ଭାର ଟାଟା ପାଓ୍ବାର ହାତକୁ ଯାଇଛି। ଗୁରୁବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଧ ଭାବେ ଘୋଷଣା କରାଯାଇଇଛି। ଅଧିଗ୍ରହଣ ନେଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ଅଧିଗ୍ରହଣ ପରେ ଓ୍ବେସ୍କୋ ଏବଂ ସାଉଥ୍‌କୋ ଯଥାକ୍ରମେ ଟିପି ଓ୍ବେଷ୍ଟର୍ନ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଡିପିଡବ୍ଲ୍ୟୁଓଡିଏଲ୍‌) ଓ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) କମ୍ପାନୀ ନାମରେ ପରିଚାଳିତ ହେବ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପାନୀରେ ଟାଟା ପାଓ୍ବାରର ୫୧% ଇକ୍ୱିଟି ଅଂଶଧନ ରହିବ। ପରିଚାଳନା ନିୟନ୍ତ୍ରଣ ଟାଟା ନିକଟରେ ରହିବ। ରାଜ୍ୟ ସରକାରଙ୍କ ମାଲିକାନାଧୀନ ଗ୍ରୀଡ୍‌କୋ ପାଖରେ ବଳକା ୪୯% ଇକ୍ୱିଟି ଅଂଶଧନ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।
ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବର୍ତ୍ତମାନ ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଭଳି ୫ଟି ସର୍କଲକୁ ନେଇ ଥିବା ଓ୍ବେସ୍କୋ ଅଞ୍ଚଳରେ ବାର୍ଷିକ ୭୫୨୦ ଏମ୍‌ୟୁ ବିଦ୍ୟୁତ୍‌ ଇନ୍‌ପୁଟ ସହିତ ୨ ନିୟୁତ ଗ୍ରାହକ ରହିଛନ୍ତି। ସେହିଭଳି ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ଗଞ୍ଜାମ ସହର, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର, ରାୟଗଡ଼ା ଭଳି ୬ଟି ସର୍କଲକୁ ନେଇ ଥିବା ସାଉଥ୍‌କୋ ଅଞ୍ଚଳରେ ୩୪୭୦ ଏମ୍‌ୟୁ ସହ ୨.୩ ନିୟୁତ ଗ୍ରାହକଙ୍କୁ ସେବା ଯୋଗାଣ ହେବ। ଏହି ଅଧିଗ୍ରହଣ ସହ କମ୍ପାନୀର ବିତରଣ ସର୍କଲ ରାଜ୍ୟର ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ଏହା ମଧ୍ୟରେ ୪୭ ହଜାର କି.ମି.ରୁ ଅଧିକ ଭୌଗୋଳିକ ଅଞ୍ଚଳ ସାମିଲ ରହିଛି। ୧ ଲକ୍ଷରୁ ଅଧିକ ସିକେଟି କି.ମି.ର ନେଟ୍‌ଓ୍ବର୍କକୁ ୨୫ ବର୍ଷ ଅବଧିର ଲାଇସେନ୍ସ ହିସାବରେ କମ୍ପାନୀ ପରିଚାଳନା କରିବ। ୨ଟି ଅତିରିକ୍ତ ବିତରଣ ୟୁଟିଲିଟି ସାମିଲ ହେବା ପରେ ଟାଟା ପାଓ୍ବାରର ଗ୍ରାହକ ସଂଖ୍ୟା ମୁମ୍ବାଇ, ନୂଆଦିଲ୍ଲୀ, କେନ୍ଦ୍ର ଓଡ଼ିଶା ଏବଂ ଆଜମେର ଭଳି ସ୍ଥାନରେ ୫.୨ ନିୟୁତରୁ ବୃଦ୍ଧି ହୋଇ ୯.୫ ନିୟୁତ ଛୁଇଁଛି। ଓ୍ବେସ୍କୋ ଏବଂ ସାଉଥ୍‌କୋ ସହ କାରବାର ଆରମ୍ଭ କରି ଗ୍ରାହକଙ୍କୁ ଗୁଣବତ୍ତା ସେବା ଯୋଗାଣ ଧାରା ଜାରି ରହିବ ବୋଲି ଟାଟା ପାଓ୍ବାରର ସିଇଓ ପ୍ରବୀର ସିହ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri