ନାଲ୍‌କୋ ନିବେଶ କରିବ ୩୦ ହଜାର କୋଟି

 

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ) ୨୦୨୭-୨୮ ଆର୍ଥତ୍କ ବର୍ଷ ସୁଦ୍ଧା ସମ୍ପ୍ରସାରଣ ଯୋଜନା ଅଧୀନରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ। ଭୁବନେଶ୍ୱରରେ କମ୍ପାନୀର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗୁରୁବାର ଏହି ସୂଚନା ଦେଇଛନ୍ତି।
ପ୍ରସ୍ତାବିତ ପୁଞ୍ଜି ଯୋଗାଣ ଉପରେ ମତ ରଖି ସେ କହିଛନ୍ତି, ୩୦ ହଜାର କୋଟି ଟଙ୍କା ମଧ୍ୟରୁ ପ୍ରାୟ ୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପଞ୍ଚମ ଷ୍ଟ୍ରିମ୍‌ ରିଫାଇନେରି, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଲକ୍‌, ଉତ୍କଳ ଡି ଏବଂ ଇ କୋଇଲା ବ୍ଲକ୍‌ରୁ କୋଇଲା ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ଲାଗି ଖର୍ଚ୍ଚ କରାଯିବ। ସେହିଭଳି ଅବଶିଷ୍ଟ ୨୨ ହଜାର କୋଟି ସ୍ମେଲ୍ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟର ସମ୍ପ୍ରସାରଣ ଲାଗି ବିନିଯୋଗ ହେବ। ଉକ୍ତ ଯୋଜନାରେ ଅନୁଗୋଳ ସ୍ମେଲ୍ଟର ପ୍ଲାଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏଥିରେ ୧୪୦୦ ମେଗାଓ୍ବାଟ ଶକ୍ତିସମ୍ପନ୍ନ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟ ନିର୍ମାଣ ସହ ଏହାର ଫିଡର ବ୍ୟବସ୍ଥା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜୋଷୀ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ନାଲ୍‌କୋ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ଖଣିଜ ସମ୍ପଦ ଭରା ଓଡ଼ିଶାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଖଣିଜ ଉତ୍ତୋଳନ ଏବଂ ପରିବହନ ଯେଭଳି ବ୍ୟାହତ ନ ହୁଏ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଏହାବାଦ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ। ଫଳରେ ଖଣିଜ ପଦାର୍ଥ ଉତ୍ତୋଳନ ସୁନିଶ୍ଚିତ ହୋଇପାରିବ ବୋଲି ସେ ମତ ରଖିଛନ୍ତି। ସେହିଭଳି ଖଣିଗୁଡିକର ନିଲାମ ଉପରେ ଉପରଠାଉରିଆ ନିଲାମକାରୀ ଯେଭଳି ଅଂଶଗ୍ରହଣ ନ କରିବେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ। ଓଡ଼ିଶାରେ ସ୍ବତନ୍ତ୍ର ଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ବିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ୨ଟି ଖଣିକୁ ଓଡ଼ିଶା ଖଣିଜ ନିଗମକୁ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାବାଦ ଆଉ ଏକ ଖଣି ଦେବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।
ଜୋଷୀ କହିଛନ୍ତି, ଓଡ଼ିଶାରେ ମିନେରାଲ ବ୍ଲକ୍‌ ବା ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଏ କ୍ଷେତ୍ରରେ କେତେକ ନିୟମ ପରିବର୍ତ୍ତନ କରିବାକୁ ଚିନ୍ତା କରାଯାଇଛି। ୨୦୨୦ରେ ଜାରି ହୋଇଥିବା ଅଧ୍ୟାଦେଶ ଅନୁସାରେ ରାଜ୍ୟ ସରକାର ନିଜ ରାଜ୍ୟରେ ରହିଥିବା ଖଣିଗୁଡିକର ନିଲାମ ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଫଳରେ ଲିଜ୍‌ ଅବଧି ଶେଷ ହେବା ଆଗରୁ ନୂଆ ଲିଜ୍‌ଧାରୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଓଡ଼ିଶା ସରକାରଙ୍କ ସହଯୋଗରେ ନାଲ୍‌କୋ ଅନୁଗୋଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ସ୍ଥାପନ କରୁଛି। ଛୋଟ ଛୋଟ ଉଦ୍ୟୋଗକୁ ଉତ୍ସାହିତ କରିବା ଲାଗି ଏହି ପାର୍କ ସ୍ଥାପନ କରାଯାଇଛି। ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଉଦ୍ୟୋଗ ଲାଭବାନ୍‌ ହୋଇପାରିବେ ବୋଲି ଜୋଷୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ...

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି...

ମଉଳୁଛି ଶସ୍ତା ଇଏମ୍‌ଆଇ ଆଶା

ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍‌ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ...

ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ...

ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ...

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri