ସାପୁରଜୀ ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟରେ ଟାଟା ସନ୍ସ

ନୂଆଦିଲ୍ଲୀ,୧୩।୯:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସର ୨% ଅଂଶଧନ ବନ୍ଧକ ରଖିବା ଲାଗି ସାପୁରଜୀ ଗ୍ରୁପ୍‌ ଚାହୁଁଛି। ଏହାକୁ ନେଇ ପୁଣି ଥରେ ଦୁଇ ଅଂଶୀଦାରଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସାପୁରଜୀ ଗ୍ରୁପ୍‌ର ଏହି କାର୍ଯ୍ୟକଳାପ ବିରୋଧରେ ଟାଟାସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ସାପୁରଜୀ ଗ୍ରୁପ୍‌ର ଦାୟିତ୍ୱ ଭାର ସମ୍ଭାଳୁଥିବା ସାଇରସ ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଇବା ବେଳେ ଦୁଇ ଗ୍ରୁପ୍‌ର କଳି ସାମ୍ନାକୁ ଆସିଥିଲା। ପୁଣି ଥରେ ଏହି ଦୁଇ ଗ୍ରୁପ୍‌ର କଳି ସାମ୍ନାକୁ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଟାଟା ସନ୍ସରେ ସାପୁରଜୀ ଗ୍ରୁପ୍‌ର ୧୮.୪% ଅଂଶଧନ ରହିଛି। ସାପୁରଜୀ ପାଲନଜୀ ଗ୍ରୁପ୍‌ ମୁଖ୍ୟତଃ ରିୟଲ ଇଷ୍ଟେଟ କାରବାର ସହ ଜଡିତ। ଏହି ଗ୍ରୁପକୁ ବର୍ତ୍ତମାନ ନଗଦ ଅର୍ଥ ଆବଶ୍ୟକ ପଡୁଛି। ଏଥିଲାଗି ଗ୍ରୁପ ଟାଟା ସନ୍ସରେ ରହିଥିବା ଏହାର ଅଂଶଧନ ମଧ୍ୟରୁ ୨% ଅଂଶଧନକୁ ବନ୍ଧକ ରଖିବାକୁ ଚାହୁଁଛି। ଏହି ଯୋଜନାରୁ ପ୍ରାୟ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିବା ଲାଗି ଗ୍ରୁପ ଯୋଜନା ରଖିଛି।
ପ୍ରଥମ କିସ୍ତିରେ ୩,୭୫୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ସାପୁରଜୀ ଗ୍ରୁପ କ୍ରୁକ୍‌ଫିଲ୍ଡ ସହ ଚୁକ୍ତିରେ ସାମିଲ ହୋଇଛି। ଦ୍ୱିତୀୟ ଥର ଲାଗି ଏହି ଗ୍ରୁପ ଟାଟାସନ୍ସରେ ରହିଥିବା ଶେୟାର ବନ୍ଧକ ରଖିବା ଲାଗି ପ୍ରୟାସ କରିଥିଲା। ୨୦୨୦ ଏପ୍ରିଲରେ ସାପୁରଜୀ ଗ୍ରୁପ ଟାଟାସନ୍ସର ଶେୟାର ବନ୍ଧକ ରଖିବା ଲାଗି ପ୍ରୟାସ ଆରମ୍ଭ କରିଥିଲା। ସେହି ସମୟରେ ଟ୍ରାଞ୍ଜାକଶନ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଗ୍ରୁପର ମୁଖପାତ୍ର କହିଛନ୍ତି ଯେ, କୋଭିଡ୍‌ ଯୋଗୁ କାରବାର ଗଭୀର ଭାବେ ପ୍ରଭାବିତ ହୋଇଛି। ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି। କାମକୁ ପୁଣି ଥରେ ଆରମ୍ଭ କରିବା ଲାଗି ପୁଞ୍ଜିର ଆବଶ୍ୟକତା ରହିଛି। ଟାଟାସନ୍ସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ଯୋଗୁ ଏହା ଦ୍ୱାରା ସାପୁରଜୀ ଲାଗି ଆର୍ଥତ୍କ କ୍ଷତି କରିବ। ଟାଟା ଗ୍ରୁପ୍‌ର ଆବେଦନକୁ ଖାରଜ କରିବା ଲାଗି ଆବେଦନ କରାଯିବ ବୋଲି ମୁଖପାତ୍ର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଅଂଶଧନ ବନ୍ଧକ ରହୁ ବୋଲି ଟାଟା ସନ୍ସ ଚାହୁଁନାହିଁ। ଏ ନେଇ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି ଟାଟାସନ୍ସ। ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଆବେଦନରେ କୁହାଯାଇଛି। ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ବନ୍ଧକ ରଖାଯାଇଥିବା ଶେୟାର ଭବିଷ୍ୟତରେ ଟ୍ରାନ୍ସଫର ହୋଇପାାରେ। ଆର୍ଟିକିଲ ଅଫ୍‌ ଆସୋସିଏଶନ ନିୟମ ମୁତାବକ ଯଦି କୌଣସି ସଦସ୍ୟ ଶେୟାର ବିକ୍ରି କରିବାକୁ ଚାହାନ୍ତି ତେବେ ଶେୟାର ଉଚିତ ମୂଲ୍ୟରେ କ୍ରୟ ପ୍ରସଙ୍ଗରେ ଟାଟା ସନ୍ସ ବୋର୍ଡ ଅଗ୍ରାହ୍ୟ କରିବାର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri