ଛଟେଇ ନୋଟିସ୍‌ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ
ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍‌ କରୁ ନ ଥିବା ଦର୍ଶାଇ ଆଉଟ ସୋର୍ସିଂ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ଛଟେଇ କରିବା ପାଇଁ ନୋଟିସ୍‌ ଦେଇଥିଲା। ଫଳରେ ଆଜକୁ କିଛିଦିନ ହେବ ଭକ୍ତରାମ ମାନସିକ ଦୁଶ୍ଚିନ୍ତାରେ ଥିଲେ। ମଙ୍ଗଳବାର ଭକ୍ତ ରାମ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ସମୟରେ ବିଭାଗୀୟ ଗାଡ଼ିଗୁଡ଼ିକୁ ଛାଡ଼ୁ ନ ଥିବା ଦର୍ଶାଇ ପୋଲିସକୁ ଜଣେ ଅଧିକାରୀ ସୂଚନା ଦେଇଥିଲେ। ପୋଲିସ ଆସି ଭକ୍ତ ରାମଙ୍କୁ ସେଠାରୁ ଉଠାଇ ନେଇଥିଲା। ତଦନ୍ତ ପରେ ପୋଲିସ ସେଭଳି କୌଣସି ପ୍ରମାଣ ନ ପାଇବାରୁ ଭକ୍ତରାମଙ୍କୁ ଗତକାଲି ଛାଡ଼ି ଦେଇଥିଲେ।

ବୁଧବାର ଖରାବେଳେ ଭକ୍ତ ରାମ ଟାଟା ପାଓ୍ବାର ଅଧିକାରୀଙ୍କ ନିର୍ଯାତନା ସହ୍ୟ କରି ନ ପାରି କାର୍ଯ୍ୟାଳୟ ଭିତରେ ପଶି ଆତ୍ମାହୁତି ଉଦ୍ୟମ କରିଥିଲେ। ତେଣୁ ସେ ସାଥୀରେ ନେଇଥିବା କିରୋସିନି ଦେହରେ ଢାଳିବା ପରେ ନିଆଁ ଲଗାଇବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଭକ୍ତରାମଙ୍କୁ ଉଦ୍ଧାର କରି ବୁଝାଶୁଝା କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ଡାକି ଭକ୍ତରାମଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଦିନରେ ଯଦି ନ୍ୟାୟ ନ ମିଳିବ ତେବେ ଆତ୍ମହତ୍ୟା କରିବି ବୋଲି ଭକ୍ତ ରାମ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଭକ୍ତ ରାମଙ୍କୁ ଯଦି କୌଣସି କର୍ମଚାରୀ ଆନ୍ଦୋଳନ କରିବାରେ ସହଯୋଗ କରିବେ ତେବେ ସେମାନକୁ ମଧ୍ୟ ଛଟେଇ କରାଯିବ ବୋଲି କମ୍ପାନୀ ମୌଖିକ ଭାବେ ଧମକ ଦେଇଥିବା ଆଲୋଚନା ହେଉଛି। ଏନେଇ ନିଯୁକ୍ତି ଦେଇଥିବା ଆଉଟ ସୋର୍ସିଂ କମ୍ପାନୀ ଅଧିକାରୀଙ୍କ ମତାମତ ନେବା ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ।

ସୂଚନାଯୋଗ୍ୟ, ଟାଟା ପାଓ୍ବାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରେ ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ସୁଧାର ହେବା ଆଶା କରାଯାଉଥିଲା। କିନ୍ତୁ ଭଞ୍ଜନଗର ଅଞ୍ଚଳରେ ଏବେବି ବାରମ୍ବାର ପାୱାର କଟ୍‌ ହେଉଛି। ଅନ୍ୟପକ୍ଷରେ ଟାଟା ପାଓ୍ବାର ପ୍ରତ୍ୟକ୍ଷ ଭାବେ କର୍ମଚାରୀଙ୍କୁ ନିଯୁକ୍ତି ପ୍ରାୟ ଦେଉନାହିଁ। ଟାଟା ପାଓ୍ବାର ଅଧିକାଂଶ କାର୍ଯ୍ୟ ପରିଚାଳନା ପାଇଁ ଆଉଟ ସୋର୍ସିଂ ସଂସ୍ଥାକୁ ଦାୟିତ୍ୱ ଦେଉଛି। ଉକ୍ତ ସଂସ୍ଥାଗୁଡ଼ିକ କର୍ମଚାରୀ ରଖୁଛନ୍ତି। ଯେତେବେଳେ ଇଚ୍ଛା ଛଟେଇ କରୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେଉଥିବା ଜଣାପଡ଼ିଛି । ଏନେଇ ଟାଟା ପାଓ୍ବାରର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri