ଛଟେଇ ନୋଟିସ୍‌ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ
ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍‌ କରୁ ନ ଥିବା ଦର୍ଶାଇ ଆଉଟ ସୋର୍ସିଂ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ଛଟେଇ କରିବା ପାଇଁ ନୋଟିସ୍‌ ଦେଇଥିଲା। ଫଳରେ ଆଜକୁ କିଛିଦିନ ହେବ ଭକ୍ତରାମ ମାନସିକ ଦୁଶ୍ଚିନ୍ତାରେ ଥିଲେ। ମଙ୍ଗଳବାର ଭକ୍ତ ରାମ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ସମୟରେ ବିଭାଗୀୟ ଗାଡ଼ିଗୁଡ଼ିକୁ ଛାଡ଼ୁ ନ ଥିବା ଦର୍ଶାଇ ପୋଲିସକୁ ଜଣେ ଅଧିକାରୀ ସୂଚନା ଦେଇଥିଲେ। ପୋଲିସ ଆସି ଭକ୍ତ ରାମଙ୍କୁ ସେଠାରୁ ଉଠାଇ ନେଇଥିଲା। ତଦନ୍ତ ପରେ ପୋଲିସ ସେଭଳି କୌଣସି ପ୍ରମାଣ ନ ପାଇବାରୁ ଭକ୍ତରାମଙ୍କୁ ଗତକାଲି ଛାଡ଼ି ଦେଇଥିଲେ।

ବୁଧବାର ଖରାବେଳେ ଭକ୍ତ ରାମ ଟାଟା ପାଓ୍ବାର ଅଧିକାରୀଙ୍କ ନିର୍ଯାତନା ସହ୍ୟ କରି ନ ପାରି କାର୍ଯ୍ୟାଳୟ ଭିତରେ ପଶି ଆତ୍ମାହୁତି ଉଦ୍ୟମ କରିଥିଲେ। ତେଣୁ ସେ ସାଥୀରେ ନେଇଥିବା କିରୋସିନି ଦେହରେ ଢାଳିବା ପରେ ନିଆଁ ଲଗାଇବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଭକ୍ତରାମଙ୍କୁ ଉଦ୍ଧାର କରି ବୁଝାଶୁଝା କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ଡାକି ଭକ୍ତରାମଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଦିନରେ ଯଦି ନ୍ୟାୟ ନ ମିଳିବ ତେବେ ଆତ୍ମହତ୍ୟା କରିବି ବୋଲି ଭକ୍ତ ରାମ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଭକ୍ତ ରାମଙ୍କୁ ଯଦି କୌଣସି କର୍ମଚାରୀ ଆନ୍ଦୋଳନ କରିବାରେ ସହଯୋଗ କରିବେ ତେବେ ସେମାନକୁ ମଧ୍ୟ ଛଟେଇ କରାଯିବ ବୋଲି କମ୍ପାନୀ ମୌଖିକ ଭାବେ ଧମକ ଦେଇଥିବା ଆଲୋଚନା ହେଉଛି। ଏନେଇ ନିଯୁକ୍ତି ଦେଇଥିବା ଆଉଟ ସୋର୍ସିଂ କମ୍ପାନୀ ଅଧିକାରୀଙ୍କ ମତାମତ ନେବା ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ।

ସୂଚନାଯୋଗ୍ୟ, ଟାଟା ପାଓ୍ବାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରେ ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ସୁଧାର ହେବା ଆଶା କରାଯାଉଥିଲା। କିନ୍ତୁ ଭଞ୍ଜନଗର ଅଞ୍ଚଳରେ ଏବେବି ବାରମ୍ବାର ପାୱାର କଟ୍‌ ହେଉଛି। ଅନ୍ୟପକ୍ଷରେ ଟାଟା ପାଓ୍ବାର ପ୍ରତ୍ୟକ୍ଷ ଭାବେ କର୍ମଚାରୀଙ୍କୁ ନିଯୁକ୍ତି ପ୍ରାୟ ଦେଉନାହିଁ। ଟାଟା ପାଓ୍ବାର ଅଧିକାଂଶ କାର୍ଯ୍ୟ ପରିଚାଳନା ପାଇଁ ଆଉଟ ସୋର୍ସିଂ ସଂସ୍ଥାକୁ ଦାୟିତ୍ୱ ଦେଉଛି। ଉକ୍ତ ସଂସ୍ଥାଗୁଡ଼ିକ କର୍ମଚାରୀ ରଖୁଛନ୍ତି। ଯେତେବେଳେ ଇଚ୍ଛା ଛଟେଇ କରୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେଉଥିବା ଜଣାପଡ଼ିଛି । ଏନେଇ ଟାଟା ପାଓ୍ବାରର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri