ଟାଟା ମୋଟର୍ସର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ‘ଟାଟା ମୋଟର୍ସ’ ପକ୍ଷରୁ ନୂତନ ଉତ୍ପାଦର ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହାର ନୂତନ ପିଢ଼ିର ବିଏସ୍‌-୬ ଡିଜେଲ ଇଞ୍ଜିନର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଭାବେ ବିକଶିତ ଅଲ୍‌ ନ୍ୟୁ ୫ଡବ୍ଲ୍ୟୁ୩୦ ସିନ୍ଥେଟିକ୍‌ ଇଞ୍ଜିନ ଅଏଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିପରି ଉକ୍ତ ଇଞ୍ଜିନ ଅଏଲ ଉପରେ ୩ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଏବଂ କଠିନ ପରିସ୍ଥିତିରେ ବ୍ୟାପକ ଭାବେ ପରୀକ୍ଷଣ କରାଯାଇଛି। ଏପରିକି ପାୱାର ଟ୍ରେନ୍‌ ପରୀକ୍ଷଣ ସୁବିଧାରେ ୩୫,୦୦୦ ଘଣ୍ଟାରୁ ଅଧିକ ସମୟ ଧରି କଠିନ ଅଞ୍ଚଳରେ ଏହା ୧୦ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ପାଇଁ ଚାଳିତ ହୋଇଛି। ସେହିପରି ଏହା ଗ୍ରୁପ୍‌ ୩ବେସ୍‌ ଅଏଲରେ ମିଶ୍ରିତ ଏକ ଅତ୍ୟାଧୁନିକ ଉପଯୋଗୀ ପ୍ରଯୁକ୍ତିବିଦ୍ୟା ସହ ଉଚ୍ଚ କ୍ଷମତାସମ୍ପନ୍ନ ପଲିମରର ଏକ ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ଟାଟା ମୋର୍ଟସର ସଭାପତି ତଥା ସିଟିଓ ରାଜେନ୍ଦ୍ର ପେଟକର କହିଛନ୍ତି,ସମ୍ପ୍ରତି ଦୀର୍ଘ ସ୍ଥାୟିତ୍ୱ ଏକ ଭଲ ଯୋଗଦାନରୁ ଏକ ସମ୍ପୂର୍ଣ୍ଣ ଆବଶ୍ୟକତାରେ ପରିଣତ ହୋଇଛି। ଟାଟା ମୋଟର୍ସରେ ଆମେ ବିକାଶ କରୁଥିବା ପ୍ରତ୍ୟେକ ଜିନିଷର ମୂଳ ଗଠନ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ। ଇଞ୍ଜିନିୟରିଂ ରିସର୍ଚ୍ଚ ସେଣ୍ଟର (ଇଆର୍‌ସି)ରେ ଆମର ଇଞ୍ଜିନିୟରିଂ ଟିମ୍‌ ଏକ ଇନ୍‌ ହାଉସ ଲୁବ୍ରିକାଣ୍ଟ ଫର୍ମୁଲେସନ ବିକାଶ କରୁଥିବାବେଳେ ସହଯୋଗୀ ଉପତ୍ାଦନ କ୍ଷେତ୍ରର ଆଡିଟିଭ୍‌ ପ୍ରସ୍ତୁତକାରୀ ଅଂଶୀଦାରମାନଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି। ଟାଟା ମୋଟର୍ସ ସାମଗ୍ରିକ ଦୀର୍ଘସ୍ଥାୟୀ ସ୍ଥିରତାକୁ ଦୃଷ୍ଟିରେ ରଖି ଇଏସ୍‌ଜି ଆବଶ୍ୟକତା ପୂରଣକରି ଏହାର ଯାତ୍ରା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri