ଟାଟା ମୋଟର୍ସର ଆର୍‌ଭିଏସ୍‌ଏଫ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସ୍ବତନ୍ତ୍ର ଅଭିଯାନ ରିସାଇକେଲ ଓ୍ବିଥ୍‌ ରେସ୍ପେକ୍ଟ (ଆର୍‌ଇ.ଡବ୍ଲ୍ୟୁଆଇ.ଆର୍‌ଇ) ବା ସମ୍ମାନର ସହ ପୁନଃଚକ୍ରଣର ଶୁଭାରମ୍ଭ ହୋଇଯାଇଛି। ଏପରିକି ଟାଟା ମୋଟର୍ସର ସ୍ବୀକୃତି ପ୍ରାପ୍ତ ଡିଲର ରାଜସ୍ଥାନର ଜୟପୁର ଗଙ୍ଗାନଗରର ‘ବାହାନ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍‌’ ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ପଞ୍ଜୀକୃତ ଯାନ ରଦ୍ଦୀକରଣ ସୁବିଧା (ଆର୍‌ଭିଏସ୍‌ଏଫ୍‌) ର ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବିଶେଷକରି ଏହି ଅତ୍ୟାଧୁନିକ ସୁବିଧା ବାର୍ଷିକ ୧୫,୦୦୦ ଯାନର କ୍ଷମତା ରଖିଛି। ଏପରିକି ସରକାରଙ୍କ ନୂଆ ନିୟମ ଅନୁଯାୟୀ କାର୍ଯ୍ୟକାଳ ଶେଷ ହୋଇଯାଇଥିବା ଯାନର ନିରାପଦ ତଥା ସ୍ଥାୟୀ ବିଖଣ୍ଡନ ପାଇଁ ବିଶ୍ୱସ୍ତରୀୟ ପରିବେଶ ଅନୁକୂଳ ପ୍ରକ୍ରିୟା ଅନୁସରଣ କରିଥାଏ। ସେହିଭଳି ଏଠାରେ ସବୁ ବ୍ରାଣ୍ଡ୍‌ର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ଯାତ୍ରୀବାହୀ ଏବଂ ବାଣିଜି୍ୟକ ଯାନର ରଦ୍ଦୀକରଣ କରିବାକୁ ଉଭୟ ସଂସ୍ଥା ଦ୍ୱାରା ଏହା ବିକଶିତ ଏବଂ ସଞ୍ଚାଳିତ ହୋଇଥାଏ।
ଏ ସମ୍ପର୍କରେ ଟାଟା ମୋଟର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରୀଶ ଓ୍ବାଘ କହିଛନ୍ତି, ଟାଟା ମୋଟର୍ସରେ ଗତିଶୀଳତାକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବା ପାଇଁ ଏହାର ପ୍ରତ୍ୟେକ ବିଭବକୁ ପରୀକ୍ଷା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri