ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଯୋଜନା ଗ୍ୟାରେଣ୍ଟି, ନିୟମିତ ଟିକସମୁକ୍ତ ସୁବିଧା ଏବଂ ସୁନିଶ୍ଚିତ ମୃତ୍ୟୁକାଳୀନ ସୁବିଧା ପ୍ରଦାନ କରୁଛି। ବିଶେଷକରି ଗ୍ରାହକଙ୍କୁ ଏଚ୍‌ଡିଏଫ୍‌ସି ଲାଇଫ ନିୟମିତ ଭାବେ ଏଭଳି ଉପତ୍ାଦ ପ୍ରଦାନ କରିବାକୁ ଉଦ୍ୟମ କରୁଛି, ଯାହା ବୀମାଧାରୀଙ୍କ ଜୀବନର ବିଭିନ୍ନ ସ୍ତରର ଆବଶ୍ୟକତା ପୂରଣ କରିବ। ଏପରିକି କମ୍ପାନୀ ଉକ୍ତ ବୀମା ଯୋଜନା ସହ ଗ୍ରାହକମାନଙ୍କୁ ଏକ ଆର୍ଥିକ ପାଣ୍ଠି ଗଠନ କରିବାର ସୁଯୋଗ ପ୍ରଦାନ କରୁଛି, ଯାହା ସେମାନଙ୍କ ପାଇଁ ନିୟମିତ ଓ ସୁନିଶ୍ଚିତ ଆୟ ଜରିଆରେ ସହାୟକ ହେବ।
ଏ ସମ୍ପର୍କରେ ଏଚ୍‌ଡିଏଫ୍‌ସି ଲାଇଫ୍‌ର ମୁଖ୍ୟ-ପ୍ରଡକ୍ଟସ୍‌ ଆଣ୍ଡ ସେଗ୍‌ମେଣ୍ଟସ ଅନୀଶ ଖାନ୍ନା କହିଛନ୍ତି, ଏଚ୍‌ଡିଏଫ୍‌ସି ଲାଇଫ୍‌ରେ ଆମେ ଆମ ପଲିସିଧାରକ ଓ ସେମାନଙ୍କ ପ୍ରିୟଜନଙ୍କ ଆର୍ଥିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ। ଜୀବନ ବୀମା ଏକ ଉପତ୍ାଦ ବର୍ଗ ଭାବେ ସୁରକ୍ଷା ଓ ଦୀର୍ଘସ୍ଥାୟୀ ସଞ୍ଚୟର ଦ୍ୱୈତ ସୁବିଧା ପ୍ରଦାନ କରୁଛି। ଏଚ୍‌ଡିଏଫ୍‌ସି ଲାଇଫ୍‌ ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା ରିଟର୍ନ ଓ ଅନିଶ୍ଚିତ ଭବିଷ୍ୟତ ସମୟରେ ପଲିସିଧାରକଙ୍କୁ ସୁରକ୍ଷା ପ୍ରଦାନ କରିବାର ଗ୍ୟାରେଣ୍ଟି ଦେଉଛି। ଇନ୍‌କମ୍‌ ପେଆଉଟ୍‌ ପର୍ଯ୍ୟାୟରେ ମଧ୍ୟ ଏହି ପ୍ଲାନ୍‌ ପ୍ରିମିୟମ୍‌ ପେମେଣ୍ଟ ଅବଧି ଓ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରତି ଜିଲାରେ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ’

ଭୁବନେଶ୍ୱର,୨୯।୮: ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ନିମନ୍ତେ ଥିବା ଭିତ୍ତିଭୂମିକୁ ଆଧାର କରି ଓଡ଼ିଶା ସରକାର ପ୍ରତି ଜିଲାରେ ଏମ୍‌ଏସ୍‌ଏମ୍‌ଇ...

ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାର ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ସହଯୋଗରେ ଯୁବପିଢ଼ିଙ୍କ ମଧ୍ୟରେ ଏକ...

ପାକିସ୍ତାନ ବାୟୁସୀମା ବନ୍ଦ୍‌ର ପ୍ରଭାବ ଏୟାର ଇଣ୍ଡିଆର ଅପରେଟିଂ କ୍ଷତି ୪୬୦୦ କୋଟି

ନୂଆଦିଲ୍ଲୀ,୧୬।୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ଅପରେଟିଙ୍ଗ୍‌ କ୍ଷତି ୪୬୦୦ କୋଟି ଟଙ୍କା ପହଞ୍ଚତ୍ଛି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି,...

ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ତାଲିକାରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: ବିଶ୍ୱର ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ବା ବିଳାସପୂର୍ଣ୍ଣ ପ୍ରପର୍ଟି ବଜାର ତାଲିକାରେ ନୂଆଦିଲ୍ଲୀ ୨୭ତମ,ମୁମ୍ବାଇ ୩୩ ଏବଂ ବାଙ୍ଗାଲୋର ୩୪ ତମ ସ୍ଥାନରେ ରହିଛି।...

ବକେୟା ସେବା କର ୧.୬୬ ଲକ୍ଷ କୋଟିକୁ ବୃଦ୍ଧି: ସିଏଜି

ନୂଆଦିଲ୍ଲୀ,୨-୭: ସୋମବାର ସଂସଦରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବଷର୍ର୍ରେ ମୋଟ ବକେୟା ସେବା କର ପରିମାଣ ୧.୧୮...

ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ...

୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୨।୧: ୨୦୨୨ ଜାନୁୟାରୀରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ଦିନଗୁଡ଼ିକ ମଧ୍ୟରୁ ମାସକର ସମସ୍ତ ରବିବାର ଓ...

ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ...

Advertisement
Archives

Model This Week