Posted inଜାତୀୟ

ପାକିସ୍ତାନ ଜିଡିପିକୁ ଟପିଲା ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୦।୨: ଟାଟା ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୬୫ ବିଲିୟନ ଡଲାରରୁ ଅଧିକ (୩୦.୩ ଲକ୍ଷ କୋଟି ଟଙ୍କା)। ଏବେ ପାକିସ୍ତାନର ଜିଡିପି ୩୪୧ ବିଲିୟନ ଡଲାର ରହିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ରିପୋର୍ଟରୁ ଜଣାପଡ଼ିଛି। କେବଳ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ୍‌ (ଟିସିଏସ୍‌)ର ମୋଟ ବଜାର ପୁଞ୍ଜି ୧୭୮ ବିଲିୟନ ଡଲାର, ଯାହା ପାକିସ୍ତାନ ଜିଡିପିର ଅଧାରୁ ଅଧିକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପରେ ଏହା ଭାରତର ସର୍ବବୃହତ୍‌ କମ୍ପାନୀ।
ଅନ୍ୟପକ୍ଷରେ ବିଶ୍ୱବ୍ୟାଙ୍କ ଆକଳନ ଅନୁଯାୟୀ ପାକିସ୍ତାନର ଜିଡିପି ୩୭୬ ବିଲିୟନ ଡଲାର, ଯାହା ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜିଠାରୁ ସାମାନ୍ୟ ଅଧିକ। ଚଳିତ ମାସ ଆରମ୍ଭରେ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା, ଯାହାକି ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌। ଟିସିଏସ୍‌, ଟାଟା ମୋଟର, ଟାଟା ପାଓ୍ବାର ଏବଂ ଇଣ୍ଡିଆନ୍‌ ହୋଟେଲ୍ସର ଅଂଶଧନ କାରବାର ବୃଦ୍ଧି ଯୋଗୁ ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି ବଢ଼ିଛି। ଗତବର୍ଷ ଏହାର ବଜାର ପୁଞ୍ଜି ୬.୧୩ ଲକ୍ଷ କୋଟି ଟଙ୍କା ରହିଥିଲା। ସେପଟେ ପାକିସ୍ତାନ ଗତ କିଛିବର୍ଷ ହେଲା ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହାର ଋଣ ଭାର ବଢ଼ିଚାଲିଥିବାବେଳେ ବିଦେଶ ପୁଞ୍ଜି ବିନିମୟ ଭଣ୍ଡାର (ଫରେକ୍ସ) ହ୍ରାସ ପାଇବାରେ ଲାଗିଛି। ଏଥିସହିତ ଦୀର୍ଘବର୍ଷ ଧରି ରାଜନୈତିକ ଅସ୍ଥିରତା ଜାରି ରହିଥିବାରୁ ପାକିସ୍ତାନର ଅର୍ଥନୀତି ଅଧିକ ଖରାପ ହେବାରେ ଲାଗିଛି। ୨୦୧୧ରୁ ଇତିମଧ୍ୟରେ ପାକିସ୍ତାନର ବାହ୍ୟ ଋଣ ଭାର ପାଖାପାଖି ୨ ଗୁଣା ହୋଇଥିବାବେଳେ ଘରୋଇ ଋଣ ୬ ଗୁଣ ବୃଦ୍ଧି ପାଇଛି। ଆଇଏମ୍‌ଏଫ୍‌ର ଆକଳନ ତୁଳନାରେ ପାକିସ୍ତାନର ଋଣ ସ୍ଥିତି ଆହୁରି ଖରାପ ବୋଲି ଇସ୍‌ଲାମାବାଦର ଏକ ଥିଙ୍କ୍‌ ଟ୍ୟାଙ୍କ ଟାବଡଲାବ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ସଞ୍ଜୀବ ଆରୋରା ଗିରଫ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ/ଚଣ୍ଡିଗଡ଼,୯ା୫: ମନିଲଣ୍ଡରିଂ ମାମଲା ସହ ଜଡ଼ିତ ଅଭିଯୋଗରେ ପଞ୍ଜାବର ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଗିରଫ କରିଛି। ଉକ୍ତ ମନିଲଣ୍ଡରିଂ ମାମଲାରେ ଆରୋରାଙ୍କ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri