କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର ଏହାର ୪୮ ଘଣ୍ଟା ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଟାଟା କୋଭିଡ୍‌ ହସ୍ପିଟାଲ ଚାଲୁ ରହିବ ବୋଲି ପୁଣି ଜ଼ିଲାପାଳ ଚିଠି ଦ୍ୱାରା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି। ଟାଟା କୋଭିଡ ହସ୍ପିଟାଲର ୫୫ ଆଇସିୟୁ ବେଡ୍‌ ରହି କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିବ ବୋଲି ଉକ୍ତ ଚିଠିରେ ଜ଼ିଲ୍ଲାପାଳ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଖୁବ କମ କରୋନା ରୋଗୀ ଏଠାକୁ ଆସୁଥିବାରୁ ଏହି ହସ୍ପିଟାଲ ବନ୍ଦ କରିବା ସହ ଟାଟା କୋଭିଡ ହସ୍ପିଟାଲରେ ଆଉ ନୂଆ କରୋନା ସଂକ୍ରମିତଙ୍କୁ ଆଡମିଟ ନ କରିବାକୁ ଜ଼ିଲାପାଳ ପୂର୍ବରୁ ଚିଠି କରିଥିଲେ।

ପ୍ରକାଶଯୋଗ୍ୟ, ନବନିର୍ମିତ ଟାଟା ହସ୍ପିଟାଲକୁ ଓଡିଶା ସରକାର ଟାଟା କୋଭିଡ ହସ୍ପିଟାଲରେ ପରିଣତ କରିଥିଲେ। କରୋନା ପୀଡିତଙ୍କୁ ଏଠାରେ ପ୍ରଥମେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ଦାୟିତ୍ୱ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦିଆଯାଇଥିଲା। ଏଥିସହ ଏଥିସହ ଆହୁରି ସୂଚନା ଦିଆଯାଇଛି ଯେ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଅଶ୍ୱିନୀ କୋଭିଡ ଚିକିତ୍ସାଳୟ କେନ୍ଦ୍ର ଦୁଇଟିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମ ରହିଛି । ତେବେ ବିଭିନ୍ନ ଦେଶ ଓ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଓ ତୃତୀୟ ଲହର ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆହୁରି ସଚେତନ ରହିବା ସହ କୋଭିଡ ନିୟମକୁ ମାନିବାକୁ ପଡିବ ବୋଲି ଜ଼ିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri