ପୁଣି କାର୍ଯ୍ୟକ୍ଷମ ହେବ ଟାଟା କୋଭିଡ୍ ହସ୍ପିପିଟାଲ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ହାଇଟେକ ମେଡିକାଲ କଲେଜକୁ ଜିଲା ପ୍ରଶାସନ ଚିଠି ଲେଖିଛି । ଟାଟା କୋଭିଡ୍ ହସ୍ପିପିଟାଲରେ ୧୫୮ଟି ସାଧାରଣ ଶଯ୍ୟା ସହ ୫୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରିବାକୁ କୁହାଯାଇଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି

ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଧର୍ମଶାଳା,୨୭ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅଧୀନ ୨ ପଞ୍ଚାୟତର ୨ ୱାର୍ଡରେ ବୁଧବାର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଛି। ଏହି ଅବସରରେ ବିଧାୟକ ପ୍ରଣବ କୁମାର...

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପ୍ରାଣୀ ସହାୟକ କେନ୍ଦ୍ର :୪ ବର୍ଷ ଧରି ତାଲା ପଡିଛି କାର୍ଯ୍ୟାଳୟ

ଗଣିଆ,୨୮ା୧୧(ଡି.ଏନ.ଏ.): ଗଣିଆ ବ୍ଲକ ଛାମୁଣ୍ଡିଆଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଗତ ୪ବର୍ଷ ଧରି କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ପ୍ରାଣୀ ସହାୟକ...

ଛଣମେରୀ ଆଦର୍ଶ ବିଦ୍ୟାଳୟ ବାସି ଖାଦ୍ୟଖାଇ ୮ ଛାତ୍ରୀ ଅସୁସ୍ଥ

ଦିଗପହଣ୍ଡି/ପାଟପୁର,୩୦ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୮ ଛାତ୍ରୀ ଖାଦ୍ୟ ଖାଇବା ପରେ ଗୁରୁବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ।...

ଲୁଟେରାଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼: ୨ ଗିରଫ, ବାଇକ୍‌ ଜବତ

ରୂପ୍‌ସା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରେ ଶନିବାର ସ୍ଥାନୀୟ ଲୋକେ ୨ଜଣ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି।...

୮ ଭରିର ସୁନାଗହଣା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୮ ଭରି ସୁନା ଗହଣା ସହ...

କୁକୁର ଆକ୍ରମଣରେ ସମ୍ବର ମୃତ

ଭଞ୍ଜନଗର,୭।୯(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଜଡ଼ାହାଟୁଣି ନିକଟରେ ଶୁକ୍ରବାର ସନ୍ଧ୍ୟାରେ କୁକୁର ଆକ୍ରମଣରେ ଗୋଟିଏ ସମ୍ବରର ମୃତ୍ୟୁ ଘଟିଛି। ବନ କର୍ମଚାରୀ...

Advertisement
Archives

Model This Week