Posted inରାଜ୍ୟ

ସୁନ୍ଦରଗଡ଼ ଖୁଣ୍ଟଗାଁଠାରେ ହେବ ଟସର ସିଲ୍କ ପାର୍କ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ):  ସୁନ୍ଦରଗଡ଼ ଜିଲା ଟସରଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ବ୍ୟତୀତ ଏହା ଉପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁନ୍ଦରଗଡ଼ର ବଣାଇ, କୋଇଡ଼ା, ଲହୁଣିପଡ଼ା, ବିଶ୍ରା, ବଡ଼ଗାଁ ବ୍ଲକ୍‌ରେ ଟସର ଚାଷ କରାଯାଉଛି। ଜିଲାରେ ପ୍ରାୟ ୩ ହଜାର ଚାଷୀ ପରିବାର ଏହା ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି। ଚାଷୀଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବା ପାଇଁ ରେଶମ ନିର୍ଦ୍ଦେଶାଳୟ ଅଧୀନରେ ଏହି ଜିଲାରେ ୯ଟି ଚାଷୀ ସହଯୋଗ ସମିତି ରହିଛି। ବନୀକରଣ ଏବଂ ବିହନ ଯୋଗାଇଦେବାଠାରୁ ଆରମ୍ଭକରି କୋଷା ଅମଳ ପର୍ଯ୍ୟନ୍ତ ଟସର ଚାଷୀଙ୍କୁ ସହଯୋଗ ସମିତି ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁନ୍ଦରଗଡ଼ ଜିଲାରେ ପ୍ରାୟତଃ ୬୦ ଲକ୍ଷରୁ ଅଧିକ ଟସର କୋଷା କ୍ରୟବିକ୍ରୟ ହେଉଥିବା ବେଳେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି। ଟସର କୀଟ ପାଳନ ଅସନ ଓ ଅର୍ଜୁନ ଗଛରେ କରାଯାଇଥାଏ। ତେଣୁ ରେଶମ ନିର୍ଦ୍ଦେଶାଳୟ ପକ୍ଷରୁ ସମିତି ମାଧ୍ୟମରେ ଚାଷୀଙ୍କ ପାଇଁ ନିର୍ଦ୍ଧାରିତ ଜଙ୍ଗଲରେ ଏହି ଗଛ ସବୁ ଯୋଗାଇ ଦିଆଯାଇଛି। ଜିଲାରେ ବାର୍ଷିକ ୪ ଲକ୍ଷ ଟସର ବିହନ (ଅଣ୍ଡା)ର ଆବଶ୍ୟକ ପଡ଼ୁଛି। ସେଥି ମଧ୍ୟରୁ ୨ ଲକ୍ଷ ନିଜ ଜିଲାରୁ ଏବଂ ଅବଶିଷ୍ଟ ଅନ୍ୟ ଜିଲାରୁ କ୍ରୟ କରାଯାଉଛି। ତେଣୁ ଜିଲାରେ ଟସର ଚାଷର ସାମୂହିକ ବିକାଶ ଲକ୍ଷ୍ୟରେ ଖୁଣ୍ଟଗାଁଠାରେ ଅତିଶୀଘ୍ର ଏକ ଅତ୍ୟାଧୁନିକ ଟସର ସିଲ୍କ ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଟସର ସିଲକ୍‌ ପାର୍କରେ ନର୍ସରି, ଗୋଦାମଘର,
ତାଲିମ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର, ପ୍ରଦର୍ଶନୀ, ବିକ୍ରୟ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ଏହାଦ୍ବାରା ମୂଲ୍ୟଯୁକ୍ତ ଟସର ସାମଗ୍ରୀ ଉତ୍ପାଦନ ହେବା ସହିତ ‘ସଏଲ୍‌ ଟୁ ସିଲ୍କ୍‌’ ପରିକଳ୍ପନା ବାସ୍ତବରୂପ ନେଇପାରିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?