Posted inରାଜ୍ୟ

ସୁନ୍ଦରଗଡ଼ ଖୁଣ୍ଟଗାଁଠାରେ ହେବ ଟସର ସିଲ୍କ ପାର୍କ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ):  ସୁନ୍ଦରଗଡ଼ ଜିଲା ଟସରଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ବ୍ୟତୀତ ଏହା ଉପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁନ୍ଦରଗଡ଼ର ବଣାଇ, କୋଇଡ଼ା, ଲହୁଣିପଡ଼ା, ବିଶ୍ରା, ବଡ଼ଗାଁ ବ୍ଲକ୍‌ରେ ଟସର ଚାଷ କରାଯାଉଛି। ଜିଲାରେ ପ୍ରାୟ ୩ ହଜାର ଚାଷୀ ପରିବାର ଏହା ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି। ଚାଷୀଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବା ପାଇଁ ରେଶମ ନିର୍ଦ୍ଦେଶାଳୟ ଅଧୀନରେ ଏହି ଜିଲାରେ ୯ଟି ଚାଷୀ ସହଯୋଗ ସମିତି ରହିଛି। ବନୀକରଣ ଏବଂ ବିହନ ଯୋଗାଇଦେବାଠାରୁ ଆରମ୍ଭକରି କୋଷା ଅମଳ ପର୍ଯ୍ୟନ୍ତ ଟସର ଚାଷୀଙ୍କୁ ସହଯୋଗ ସମିତି ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁନ୍ଦରଗଡ଼ ଜିଲାରେ ପ୍ରାୟତଃ ୬୦ ଲକ୍ଷରୁ ଅଧିକ ଟସର କୋଷା କ୍ରୟବିକ୍ରୟ ହେଉଥିବା ବେଳେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି। ଟସର କୀଟ ପାଳନ ଅସନ ଓ ଅର୍ଜୁନ ଗଛରେ କରାଯାଇଥାଏ। ତେଣୁ ରେଶମ ନିର୍ଦ୍ଦେଶାଳୟ ପକ୍ଷରୁ ସମିତି ମାଧ୍ୟମରେ ଚାଷୀଙ୍କ ପାଇଁ ନିର୍ଦ୍ଧାରିତ ଜଙ୍ଗଲରେ ଏହି ଗଛ ସବୁ ଯୋଗାଇ ଦିଆଯାଇଛି। ଜିଲାରେ ବାର୍ଷିକ ୪ ଲକ୍ଷ ଟସର ବିହନ (ଅଣ୍ଡା)ର ଆବଶ୍ୟକ ପଡ଼ୁଛି। ସେଥି ମଧ୍ୟରୁ ୨ ଲକ୍ଷ ନିଜ ଜିଲାରୁ ଏବଂ ଅବଶିଷ୍ଟ ଅନ୍ୟ ଜିଲାରୁ କ୍ରୟ କରାଯାଉଛି। ତେଣୁ ଜିଲାରେ ଟସର ଚାଷର ସାମୂହିକ ବିକାଶ ଲକ୍ଷ୍ୟରେ ଖୁଣ୍ଟଗାଁଠାରେ ଅତିଶୀଘ୍ର ଏକ ଅତ୍ୟାଧୁନିକ ଟସର ସିଲ୍କ ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଟସର ସିଲକ୍‌ ପାର୍କରେ ନର୍ସରି, ଗୋଦାମଘର,
ତାଲିମ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର, ପ୍ରଦର୍ଶନୀ, ବିକ୍ରୟ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ଏହାଦ୍ବାରା ମୂଲ୍ୟଯୁକ୍ତ ଟସର ସାମଗ୍ରୀ ଉତ୍ପାଦନ ହେବା ସହିତ ‘ସଏଲ୍‌ ଟୁ ସିଲ୍କ୍‌’ ପରିକଳ୍ପନା ବାସ୍ତବରୂପ ନେଇପାରିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri