ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା ସଂଗ୍ରହ ପ୍ରତି ତାଙ୍କର ଦୁର୍ବଳତା ଓ ଆବେଗ ରହିଛି। ଏଭଳି ନିଆରା ରୁଚି ରଖୁଥିବା କିଶୋର ଜଣକ ହେଲେ ଦେବାର୍ଚ୍ଚନ ଦିବ୍ୟାଙ୍ଗ। ନିଜ ଘରେ ‘ମାଇଁ ମିନି ମ୍ୟୁଜିୟମ’ ନାମରେ ଏକ ଆଲବମ୍‌ ରଖିଛନ୍ତି, ଯେଉଁଥିରେ ଏହି ସମସ୍ତ ମୁଦ୍ରା ରହିଛି। ସମଗ୍ର ବିଶ୍ୱର ମୁଦ୍ରାକୁ ଏଥିରେ ସ୍ଥାନିତ କରିବା ତାଙ୍କ ଲକ୍ଷ୍ୟ। ପାଠପଢ଼ା ସହ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଟକ ଶିଖରପୁର ଅଞ୍ଚଳର ଏହି ତରୁଣ।
ମାତ୍ର ୭ ବର୍ଷ ବୟସରେ ବିଭିନ୍ନ ଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଦେବାର୍ଚ୍ଚନଙ୍କ ପରିବାର ବର୍ଷରେ ଥରେ ବିଭିନ୍ନ ଦେଶକୁ ବୁଲିବାକୁ ଯାଆନ୍ତି। ପିଲାଦିନେ ସେ ନିଜ ପରିବାର ସହ ନେପାଳ ଯାଇଥିଲେ। ଫେରିବା ବେଳେ ନେପାଳର କିଛି ମୁଦ୍ରା ତାଙ୍କ ବାପା ସାଙ୍ଗରେ ଆଣି ଆସିଥିଲେ। ଦେବାର୍ଚ୍ଚନଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ନିଜ ଘରେ ସେହି ଟଙ୍କା ଥିବା ଦେଖିଥିଲେ। ସେବେଠାରୁ ସେ ବିଭିନ୍ନ ଦେଶର ଟଙ୍କା ସଂଗ୍ରହ କରିବା ଆରମ୍ଭ କରିଥିଲେ। ତାଙ୍କ ଜେଜେବାପାଙ୍କ ପାଖରେ ଥିବା କିଛି ପୁରାତନ ଭାରତୀୟ ମୁଦ୍ରାକୁ ମଧ୍ୟ ସେ ନିଜ ଆଲବମ୍‌ରେ ରଖିଥିଲେ। ପରେ ନିଜ ସାଙ୍ଗସାଥୀ କିମ୍ବା ଯଦି କେହି ସମ୍ପର୍କୀୟ ବିଦେଶ ବୁଲିବାକୁ ଯାଆନ୍ତି, ସେମାନଙ୍କ ନିକଟରୁ ସେହି ଦେଶର ମୁଦ୍ରାକୁ ସେ ଆଣି ନିଜ ମିନି ମ୍ୟୁଜିୟମରେ ସଜାଇ ରଖୁଛନ୍ତି। ବିଭିନ୍ନ ୱେବ୍‌ସାଇଟ୍‌ ମାଧ୍ୟମରେ ବି ବିଭିନ୍ନ ଦେଶର ମୁଦ୍ରା ଅର୍ଡର କରିଥାନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ନିଜ ଆଲବମ୍‌ରେ ପ୍ରାୟ ୧୪୦ଟି ଦେଶର ନୋଟ୍‌ ଏବଂ ୧୬୦ଟି ଦେଶର ମୁଦ୍ରା ସଂଗ୍ରହ କରି ରଖିପାରିଛନ୍ତି। ସେଥିମଧ୍ୟରୁ ଆମେରିକା, ଇଣ୍ଡୋନେସିଆ, ମ୍ୟାନ୍‌ମାରର ଟଙ୍କାକୁ ନିଜ ଆଲବମ୍‌ରେ ସ୍ଥାନିତ କରିଛନ୍ତି। ଏହାଛଡ଼ା ସୁଲତାନ ଓ ମୋଗଲ ସାମ୍ରାଜ୍ୟ ସମୟର ମୁଦ୍ରା ରହିଛି। ତେବେ ଏଥିପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଦେବାର୍ଚ୍ଚନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍‌ ସୁସ୍ଥ ହେଲେଣି ୨୨୦

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରବିବାର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ...

ଛଟେଇ ପ୍ରତ୍ୟାହାର ନ ହେଲେ ୨୨ରୁ ଅନିର୍ଦ୍ଦିଷ୍ଟ ଧାରଣା

ଖୋର୍ଦ୍ଧା ଅଫିସ,୧୮ା୧୧: ରାଜଧାନୀ ଭୁବନେଶ୍ୱରରେ ଘରୋଇ ରାଷ୍ଟ୍ରଦ୍ୟୋଗ ଅଧୀନରେ ଦୀର୍ଘ ୧୪ବର୍ଷ ଧରି ଟେକ୍ନିସିଆନ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ...

ଶିକାର କରିବାକୁ ଯାଇ ଜଣେ ଶିକାରୀ ମୃତ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର...

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା,...

ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ...

ଭାରତ ଅପରେଟିଂ ସିଷ୍ଟମ୍‌ର ପରୀକ୍ଷଣ ସଫଳ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୨୫ା୧(ବ୍ୟୁରୋ): ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା...

କରୋନା ପାଇଁ ହାଇକୋର୍ଟଙ୍କ କଟକଣା: ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ, କୋର୍ଟରେ ନିୟୋଜିତ ରହିବେ ଡାକ୍ତର

କଟକ ଅଫିସ, ୨୩।୩: କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ...

ଗ୍ରାମବାସୀଙ୍କ ଦ୍ୱାରା ହରିଣ ଛୁଆ ଉଦ୍ଧାର

ଓଡ଼ଗାଁ, ୨୩।୯(ସ୍ବ.ପ୍ର.)-ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ବହୁ ନଜିର ରହିଛି ା ଏପରିସ୍ଥଳେ...

Advertisement
Archives

Model This Week