ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା ସଂଗ୍ରହ ପ୍ରତି ତାଙ୍କର ଦୁର୍ବଳତା ଓ ଆବେଗ ରହିଛି। ଏଭଳି ନିଆରା ରୁଚି ରଖୁଥିବା କିଶୋର ଜଣକ ହେଲେ ଦେବାର୍ଚ୍ଚନ ଦିବ୍ୟାଙ୍ଗ। ନିଜ ଘରେ ‘ମାଇଁ ମିନି ମ୍ୟୁଜିୟମ’ ନାମରେ ଏକ ଆଲବମ୍‌ ରଖିଛନ୍ତି, ଯେଉଁଥିରେ ଏହି ସମସ୍ତ ମୁଦ୍ରା ରହିଛି। ସମଗ୍ର ବିଶ୍ୱର ମୁଦ୍ରାକୁ ଏଥିରେ ସ୍ଥାନିତ କରିବା ତାଙ୍କ ଲକ୍ଷ୍ୟ। ପାଠପଢ଼ା ସହ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଟକ ଶିଖରପୁର ଅଞ୍ଚଳର ଏହି ତରୁଣ।
ମାତ୍ର ୭ ବର୍ଷ ବୟସରେ ବିଭିନ୍ନ ଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଦେବାର୍ଚ୍ଚନଙ୍କ ପରିବାର ବର୍ଷରେ ଥରେ ବିଭିନ୍ନ ଦେଶକୁ ବୁଲିବାକୁ ଯାଆନ୍ତି। ପିଲାଦିନେ ସେ ନିଜ ପରିବାର ସହ ନେପାଳ ଯାଇଥିଲେ। ଫେରିବା ବେଳେ ନେପାଳର କିଛି ମୁଦ୍ରା ତାଙ୍କ ବାପା ସାଙ୍ଗରେ ଆଣି ଆସିଥିଲେ। ଦେବାର୍ଚ୍ଚନଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ନିଜ ଘରେ ସେହି ଟଙ୍କା ଥିବା ଦେଖିଥିଲେ। ସେବେଠାରୁ ସେ ବିଭିନ୍ନ ଦେଶର ଟଙ୍କା ସଂଗ୍ରହ କରିବା ଆରମ୍ଭ କରିଥିଲେ। ତାଙ୍କ ଜେଜେବାପାଙ୍କ ପାଖରେ ଥିବା କିଛି ପୁରାତନ ଭାରତୀୟ ମୁଦ୍ରାକୁ ମଧ୍ୟ ସେ ନିଜ ଆଲବମ୍‌ରେ ରଖିଥିଲେ। ପରେ ନିଜ ସାଙ୍ଗସାଥୀ କିମ୍ବା ଯଦି କେହି ସମ୍ପର୍କୀୟ ବିଦେଶ ବୁଲିବାକୁ ଯାଆନ୍ତି, ସେମାନଙ୍କ ନିକଟରୁ ସେହି ଦେଶର ମୁଦ୍ରାକୁ ସେ ଆଣି ନିଜ ମିନି ମ୍ୟୁଜିୟମରେ ସଜାଇ ରଖୁଛନ୍ତି। ବିଭିନ୍ନ ୱେବ୍‌ସାଇଟ୍‌ ମାଧ୍ୟମରେ ବି ବିଭିନ୍ନ ଦେଶର ମୁଦ୍ରା ଅର୍ଡର କରିଥାନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ନିଜ ଆଲବମ୍‌ରେ ପ୍ରାୟ ୧୪୦ଟି ଦେଶର ନୋଟ୍‌ ଏବଂ ୧୬୦ଟି ଦେଶର ମୁଦ୍ରା ସଂଗ୍ରହ କରି ରଖିପାରିଛନ୍ତି। ସେଥିମଧ୍ୟରୁ ଆମେରିକା, ଇଣ୍ଡୋନେସିଆ, ମ୍ୟାନ୍‌ମାରର ଟଙ୍କାକୁ ନିଜ ଆଲବମ୍‌ରେ ସ୍ଥାନିତ କରିଛନ୍ତି। ଏହାଛଡ଼ା ସୁଲତାନ ଓ ମୋଗଲ ସାମ୍ରାଜ୍ୟ ସମୟର ମୁଦ୍ରା ରହିଛି। ତେବେ ଏଥିପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଦେବାର୍ଚ୍ଚନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର,୧୦।୭(ଦିଲୀପ ସାମଲ): ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ବାଇଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri