Posted inଫୁରସତ

ଫ୍ୟାଶନ୍‌ ଡିଜାଇନର ତରୀନା

ସେ ନା କରିଛନ୍ତି ଫ୍ୟାଶନ୍‌ ଡିଜାଇନିଂର କୌଣସି ସ୍ପେଶାଲ କୋର୍ସ ନା ନେଇଛନ୍ତି କେଉଁଠୁ ତାଲିମ, ତଥାପି ତାଙ୍କ ପ୍ରସ୍ତୁତ ଡିଜାଇନର୍‌ ଗାର୍ମେଣ୍ଟ ଶୋଭାପାଏ ଫ୍ୟାଶନ୍‌ ଶୋ’ରେ ରାମ୍ପ୍‌ ଓ୍ବାକ୍‌ କରୁଥିବା ମଡେଲ୍‌ଙ୍କ ଦେହରେ। ନିଜ ହାତର ଜାଦୁଗରୀ ସ୍ପର୍ଶରେ ଇକତ୍‌ ଭଳି ପାରମ୍ପରିକ ପୋଷାକକୁ ବି ଲାଟେଷ୍ଟ ଫ୍ୟାଶନ୍‌ର ରୂପ ଦେଉଥିବା ଏହି ଫ୍ୟାଶନ୍‌ ଡିଜାଇନର ହେଉଛନ୍ତି ଭୁବନେଶ୍ୱର ବାପୁଜୀ ନଗରରେ ରହୁଥିବା ତରୀନା ସେନ୍‌।

ଛୋଟ ବେଳୁ ମା’ଙ୍କୁ ଭଳିକି ଭଳି ପୋଷାକ ପ୍ରସ୍ତୁତ କରୁଥିବାର ଦେଖି ଏଥିପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଦେଖି ଦେଖି ଡ୍ରେସ୍‌ କଟିଂ, ଷ୍ଟିଚିଂ ଏବଂ ଏମ୍ବ୍ରୋଏଡେରୀ ଆଦି ଶିଖିଥିଲେ। ଆଉ ମାତ୍ର ନବମ ଶ୍ରେଣୀରେ ପଢୁଥିବା ବେଳେ ପ୍ରସ୍ତୁତ କରିଥିଲେ ନିଜର ପ୍ରଥମ ଡିଜାଇନ୍‌। ଯାହାକୁ ମା’ଙ୍କ ସମେତ ସାଙ୍ଗସାଥି ଏବଂ ଅନ୍ୟମାନେ ଦେଖି ବେଶ୍‌ ପ୍ରଂଶସା କରିଥିଲେ। ଏହାହିଁ ତାଙ୍କ ମନରେ ଜଣେ ଫ୍ୟାଶନ୍‌ ଡିଜାଇନର୍‌ ହେବାର ସ୍ବପ୍ନ ଭରିଥିଲା। ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି। ସେ ୧୯୯୩ରେ ପ୍ରଥମ ଥର ପାଇଁ ଓଡିଶାର ଇକତ୍‌ ପୋଷାକକୁ ନେଇ ବମ୍ବେ ଠାରେ ଏକ ଫ୍ୟାଶନ ଶୋ’ ଆୟୋଜନ କରିଥିଲେ; ଯାହାକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଥିଲେ। ଆଉ ଚଳିତ ମାସ ଭୁବନେଶ୍ୱରରେ ଆୟୋଜିତ ‘ଫ୍ୟାଶନ୍‌ ଆଣ୍ଡ ଲାଇଫ୍‌ଷ୍ଟାଇଲ୍‌ ମେଳା’ରେ ତାଙ୍କ ପ୍ରସ୍ତୁତ ଇକତ୍‌ ଡ୍ରେସ୍‌ କଲେକ୍ସନ୍‌ ‘ଚରଖା’ ସ୍ଥାନ ପାଇଥିଲା, ଯାହାକୁ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି।

ଏଭଳି ଡିଜାଇନର୍‌ ଆଉଟ୍‌ଫିଟ୍‌ ସବୁ ପ୍ରସ୍ତୁତ କରିବା ଲାଗି ସେ ଏପର୍ଯ୍ୟନ୍ତ କୌଣସି ସହଯୋଗୀଙ୍କୁ ରଖିନାହାନ୍ତି। ଏକାକୀ ଓଡିଶାର ବ୍ରହ୍ମପୁର, ସମ୍ବଲପୁର, ନୂଆପାଟଣା, ବରଗଡ, ସୋନପୁର ଆଦି ସ୍ଥାନକୁ ଯାଇ ଶାଢୀ ଏବଂ କପଡା ଆଦି ଆବଶ୍ୟକ ସାମଗ୍ରୀ କିଣିଥାନ୍ତି। ଏହାକୁ ଡିଜାଇନ୍‌ କରି ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି। ସେ ମୂଖ୍ୟତଃ କଟନ, ଚନ୍ଦେରୀ, ଡୁପିଅନ୍‌, ବ୍ରୋକେଡ୍‌, ପ୍ରିନ୍ସ, ସିଲ୍କ, ଇକତ୍‌ ଭଳି ବିଭିନ୍ନ ଦେଶୀ ଫ୍ୟାବ୍ରିକ୍‌କୁ ନେଇ ଟ୍ରାଡିଶନାଲରୁ ଇଣ୍ଡୋ- ଓ୍ବେଷ୍ଟର୍ଣ୍ଣ ଫ୍ୟୁଜନ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

୭ସ କୁହନ୍ତି, ବର୍ତ୍ତମାନ ଅନେକ ଯୁବପିଢି ଫ୍ୟାଶନ୍‌ ଡିଜାଇନିଂରେ କ୍ୟାରିୟର ଗଢିବାକୁ ଇଛା ରଖୁଛନ୍ତି। ଯଦି ସେମାନେ ଏହାକୁ କେବଳ ପେସା ଭାବେ ଗ୍ରହଣ କରିବେ ତେବେ ସଫଳତା କଷ୍ଟ ହୋଇପାରେ। ହେଲେ ନିଜସ୍ବ ଅନୁଭବରୁ କହୁଛି ଯଦି ସେମାନେ ଏହି କାର୍ଯ୍ୟକୁ ଏକ ନିଶା ଭାବେ ଗ୍ରହଣ କରିବେ ଏବଂ ଏହାକୁ ଏଞ୍ଜୟ କରିବେ ତେବେ ନିଶ୍ଚୟ ବହୁତ ଆଗକୁ ବଢିପାରିବେ ବୋଲି ମୋର ବିଶ୍ୱାସ।’

ଭଳି ଡିଜାଇନ୍‌ର ଗାଉନ୍‌, ଶୁଟ୍‌ ଏବଂ ଅନ୍ୟାନ୍ୟ ଫ୍ୟାଶନେବଲ୍‌ ଗାର୍ମେଣ୍ଟ ପ୍ରସ୍ତୁତ କରୁଥିବା ତରୀନାଙ୍କର ଫେବରେଟ୍‌ ହେଉଛି ଶାଢୀ। ତେବେ ଧଳା ରଙ୍ଗ ତାଙ୍କର ବିଶେଷ ପସନ୍ଦ ହୋଇଥିବାରୁ ତାଙ୍କ ଓ୍ବର୍ଡରୋବ୍‌ରେ ଏହିରଙ୍ଗର ଅନେକ ଲାଟେଷ୍ଟ କଲେକ୍ସନ ରହିଛି। ତେବେ ଜଣେ ଡିଜାଇନର ହେବା ସହ ସେ ଜଣେ ପଶୁ ଏବଂ ବୃକ୍ଷ ପ୍ରେମୀ ମଧ୍ୟ। ଯେଉଁଥିପାଇଁ ତାଙ୍କ ଘରେ ଥିବା ସୁନ୍ଦର ବଗିଚାରେ ଶହ ଶହ ଗଛ ଶୋଭା ପାଉଛି।

ନିଜ ପ୍ରତ୍ୟେକ କାର୍ଯ୍ୟରେ ସ୍ବାମୀ ସୁରଜିତ୍‌ ସେନ୍‌ ଏବଂ ପୁଅ ଶ୍ଳୋକ ସେନ୍‌ଙ୍କ ସହଯୋଗ ରହିଥିବା ସେ ପ୍ରକାଶ କରନ୍ତି।
ତରୀନା ଓଡିଶାର ପାରମ୍ପରିକ ପୋଷାକୁ ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ କରି କେବଳ ଓଡିଶାରେ ନୁହେଁ ଭାରତ ବର୍ଷରେ ଏବଂ ଅନ୍ୟ ଦେଶରେ ମଧ୍ୟ ପ୍ରସାର ପ୍ରଚାର କରିବାକୁ ଇଛା ରଖିଛନ୍ତି।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri