Posted inଫୁରସତ

ଫ୍ୟାଶନ୍‌ ଡିଜାଇନର ତରୀନା

ସେ ନା କରିଛନ୍ତି ଫ୍ୟାଶନ୍‌ ଡିଜାଇନିଂର କୌଣସି ସ୍ପେଶାଲ କୋର୍ସ ନା ନେଇଛନ୍ତି କେଉଁଠୁ ତାଲିମ, ତଥାପି ତାଙ୍କ ପ୍ରସ୍ତୁତ ଡିଜାଇନର୍‌ ଗାର୍ମେଣ୍ଟ ଶୋଭାପାଏ ଫ୍ୟାଶନ୍‌ ଶୋ’ରେ ରାମ୍ପ୍‌ ଓ୍ବାକ୍‌ କରୁଥିବା ମଡେଲ୍‌ଙ୍କ ଦେହରେ। ନିଜ ହାତର ଜାଦୁଗରୀ ସ୍ପର୍ଶରେ ଇକତ୍‌ ଭଳି ପାରମ୍ପରିକ ପୋଷାକକୁ ବି ଲାଟେଷ୍ଟ ଫ୍ୟାଶନ୍‌ର ରୂପ ଦେଉଥିବା ଏହି ଫ୍ୟାଶନ୍‌ ଡିଜାଇନର ହେଉଛନ୍ତି ଭୁବନେଶ୍ୱର ବାପୁଜୀ ନଗରରେ ରହୁଥିବା ତରୀନା ସେନ୍‌।

ଛୋଟ ବେଳୁ ମା’ଙ୍କୁ ଭଳିକି ଭଳି ପୋଷାକ ପ୍ରସ୍ତୁତ କରୁଥିବାର ଦେଖି ଏଥିପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଦେଖି ଦେଖି ଡ୍ରେସ୍‌ କଟିଂ, ଷ୍ଟିଚିଂ ଏବଂ ଏମ୍ବ୍ରୋଏଡେରୀ ଆଦି ଶିଖିଥିଲେ। ଆଉ ମାତ୍ର ନବମ ଶ୍ରେଣୀରେ ପଢୁଥିବା ବେଳେ ପ୍ରସ୍ତୁତ କରିଥିଲେ ନିଜର ପ୍ରଥମ ଡିଜାଇନ୍‌। ଯାହାକୁ ମା’ଙ୍କ ସମେତ ସାଙ୍ଗସାଥି ଏବଂ ଅନ୍ୟମାନେ ଦେଖି ବେଶ୍‌ ପ୍ରଂଶସା କରିଥିଲେ। ଏହାହିଁ ତାଙ୍କ ମନରେ ଜଣେ ଫ୍ୟାଶନ୍‌ ଡିଜାଇନର୍‌ ହେବାର ସ୍ବପ୍ନ ଭରିଥିଲା। ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି। ସେ ୧୯୯୩ରେ ପ୍ରଥମ ଥର ପାଇଁ ଓଡିଶାର ଇକତ୍‌ ପୋଷାକକୁ ନେଇ ବମ୍ବେ ଠାରେ ଏକ ଫ୍ୟାଶନ ଶୋ’ ଆୟୋଜନ କରିଥିଲେ; ଯାହାକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଥିଲେ। ଆଉ ଚଳିତ ମାସ ଭୁବନେଶ୍ୱରରେ ଆୟୋଜିତ ‘ଫ୍ୟାଶନ୍‌ ଆଣ୍ଡ ଲାଇଫ୍‌ଷ୍ଟାଇଲ୍‌ ମେଳା’ରେ ତାଙ୍କ ପ୍ରସ୍ତୁତ ଇକତ୍‌ ଡ୍ରେସ୍‌ କଲେକ୍ସନ୍‌ ‘ଚରଖା’ ସ୍ଥାନ ପାଇଥିଲା, ଯାହାକୁ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି।

ଏଭଳି ଡିଜାଇନର୍‌ ଆଉଟ୍‌ଫିଟ୍‌ ସବୁ ପ୍ରସ୍ତୁତ କରିବା ଲାଗି ସେ ଏପର୍ଯ୍ୟନ୍ତ କୌଣସି ସହଯୋଗୀଙ୍କୁ ରଖିନାହାନ୍ତି। ଏକାକୀ ଓଡିଶାର ବ୍ରହ୍ମପୁର, ସମ୍ବଲପୁର, ନୂଆପାଟଣା, ବରଗଡ, ସୋନପୁର ଆଦି ସ୍ଥାନକୁ ଯାଇ ଶାଢୀ ଏବଂ କପଡା ଆଦି ଆବଶ୍ୟକ ସାମଗ୍ରୀ କିଣିଥାନ୍ତି। ଏହାକୁ ଡିଜାଇନ୍‌ କରି ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି। ସେ ମୂଖ୍ୟତଃ କଟନ, ଚନ୍ଦେରୀ, ଡୁପିଅନ୍‌, ବ୍ରୋକେଡ୍‌, ପ୍ରିନ୍ସ, ସିଲ୍କ, ଇକତ୍‌ ଭଳି ବିଭିନ୍ନ ଦେଶୀ ଫ୍ୟାବ୍ରିକ୍‌କୁ ନେଇ ଟ୍ରାଡିଶନାଲରୁ ଇଣ୍ଡୋ- ଓ୍ବେଷ୍ଟର୍ଣ୍ଣ ଫ୍ୟୁଜନ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

୭ସ କୁହନ୍ତି, ବର୍ତ୍ତମାନ ଅନେକ ଯୁବପିଢି ଫ୍ୟାଶନ୍‌ ଡିଜାଇନିଂରେ କ୍ୟାରିୟର ଗଢିବାକୁ ଇଛା ରଖୁଛନ୍ତି। ଯଦି ସେମାନେ ଏହାକୁ କେବଳ ପେସା ଭାବେ ଗ୍ରହଣ କରିବେ ତେବେ ସଫଳତା କଷ୍ଟ ହୋଇପାରେ। ହେଲେ ନିଜସ୍ବ ଅନୁଭବରୁ କହୁଛି ଯଦି ସେମାନେ ଏହି କାର୍ଯ୍ୟକୁ ଏକ ନିଶା ଭାବେ ଗ୍ରହଣ କରିବେ ଏବଂ ଏହାକୁ ଏଞ୍ଜୟ କରିବେ ତେବେ ନିଶ୍ଚୟ ବହୁତ ଆଗକୁ ବଢିପାରିବେ ବୋଲି ମୋର ବିଶ୍ୱାସ।’

ଭଳି ଡିଜାଇନ୍‌ର ଗାଉନ୍‌, ଶୁଟ୍‌ ଏବଂ ଅନ୍ୟାନ୍ୟ ଫ୍ୟାଶନେବଲ୍‌ ଗାର୍ମେଣ୍ଟ ପ୍ରସ୍ତୁତ କରୁଥିବା ତରୀନାଙ୍କର ଫେବରେଟ୍‌ ହେଉଛି ଶାଢୀ। ତେବେ ଧଳା ରଙ୍ଗ ତାଙ୍କର ବିଶେଷ ପସନ୍ଦ ହୋଇଥିବାରୁ ତାଙ୍କ ଓ୍ବର୍ଡରୋବ୍‌ରେ ଏହିରଙ୍ଗର ଅନେକ ଲାଟେଷ୍ଟ କଲେକ୍ସନ ରହିଛି। ତେବେ ଜଣେ ଡିଜାଇନର ହେବା ସହ ସେ ଜଣେ ପଶୁ ଏବଂ ବୃକ୍ଷ ପ୍ରେମୀ ମଧ୍ୟ। ଯେଉଁଥିପାଇଁ ତାଙ୍କ ଘରେ ଥିବା ସୁନ୍ଦର ବଗିଚାରେ ଶହ ଶହ ଗଛ ଶୋଭା ପାଉଛି।

ନିଜ ପ୍ରତ୍ୟେକ କାର୍ଯ୍ୟରେ ସ୍ବାମୀ ସୁରଜିତ୍‌ ସେନ୍‌ ଏବଂ ପୁଅ ଶ୍ଳୋକ ସେନ୍‌ଙ୍କ ସହଯୋଗ ରହିଥିବା ସେ ପ୍ରକାଶ କରନ୍ତି।
ତରୀନା ଓଡିଶାର ପାରମ୍ପରିକ ପୋଷାକୁ ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ କରି କେବଳ ଓଡିଶାରେ ନୁହେଁ ଭାରତ ବର୍ଷରେ ଏବଂ ଅନ୍ୟ ଦେଶରେ ମଧ୍ୟ ପ୍ରସାର ପ୍ରଚାର କରିବାକୁ ଇଛା ରଖିଛନ୍ତି।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri