ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ନମନ୍ତେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିନେଇ ମନ୍ଦିର ନିର୍ବାହୀଅଧିକାରୀ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ଛତ୍ରପୁର ଉପଜିଲାପାଳ ଶୁବାଷିଶ ବରାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାରାତାରଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଦାର ବିନୋଦ ବେହେରା ଦାୟିତ୍ୱ ନେବା ପରେ ଏହା ହେଉଛି ପ୍ରଥମ ବୈଠକ। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତକୁମାର ନାୟକ, ଆଇଆଇସି ରାଜେଶକୁମାର ନାୟକ, ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସେବାୟତ ସଂଘ ସଭାପତି ତପନ ରଣା, ବାପୁଜି ରଣାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କଏବଂ ମନ୍ଦିରର ସେବାୟତମାନେ ଯୋଗ ଦେଇଥିଲେ । ବୈଠକରେ ମନ୍ଦିରର ଉନ୍ନତି ଓ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଅନେକ ନିଷ୍ପତ୍ତି ନିଆଯାଇଛି।

 ବିଷେଷକରି ମଦ୍ୟପଙ୍କ ଯୋଗୁ ବହୁସମୟରେ ଅପ୍ରିିତିକର ଘଟଣାମାନ ଘଟୁଥିବାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନିଆଯାଇଛି। ସେ ଭକ୍ତ ହୁଅନ୍ତୁ କି ସେବାୟତ, ଯିଏବି  ମଦ୍ୟପାନ କରି ଆସିଲେ  ମନ୍ଦିର ମଧ୍ୟକୁ ପ୍ରବେଶ  ସହ ଦର୍ଶନ ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲାଗାଯାଇଛି।  ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଦୀପ ଲଗାଇବାକୁ କରିବାକୁ ବାରଣ କରାଯାଇଛି, ମନ୍ଦିର ପରିସସର ସିସି କ୍ୟାମେରା ସୁଚାରୁ ରୂପେ ଚାଲିବା ନେଇ ନିଷ୍ପତ୍ତିନିଆଯାଇଛି। ସେବାୟତ ମାନେ  ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବା ସହ  ଭକ୍ତମାନଙ୍କଠାରୁ ଦର୍ଶନ ଓ ନଡିଆ ଭାଙ୍ଗିବାରେ ଦକ୍ଷିଣା ସଂଗ୍ରହକୁ ବାରଣ କରାଯାଇଛ। ପିକନିକ ଲାଗି ଆସୁଥିବା ପର୍ଯ୍ୟଟକଙ୍କ ପାନୀୟଜଳର ସୁବିଧାଲାଗି ନିରୁପମା ହୋଟେଲଠାରୁ ପାହାଡ ଉପର ରାସ୍ତା ପର୍ଯ୍ୟନ୍ତ ବିଭିନ୍ନସ୍ଥାନରେ ପାଣିଟ୍ୟାପ୍‌ମାନ ତୁରନ୍ତ ଲଗାଇବା, ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସର ମଧ୍ୟକୁ ମୋବାଇଲ ନେବା ଓ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏହାକୁ ଉଲଙ୍ଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଗର୍ଭଗୃହରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ପାହାଡ ଉପରକୁ ଯାଉଥିବା ବସରେ ଛାତ୍ରଛାତ୍ରୀଙ୍କୁ ରିହାତି ଦେବା, ପାହାଡ ଉପର ମନ୍ଦିରକୁ ଯିବାଲାଗି ରହିଥିବା ଜଙ୍ଗଲପୁର୍ଣ୍ଣ ରାସ୍ତାଟି ଅନ୍ଧକାର ରହୁଥିବାରୁ ଆଲୋକିକରଣ କରିବା ଲାଗି ପଦକ୍ଷେପ ନିଆଯିବା ସହ ମନ୍ଦିରର ତଳ ଭାଗରେ ଏକ ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରିବା ଭଳି ଅନେକ ପଦକ୍ଷେପମାନ ପ୍ରଶାସନ ପକ୍ଷରୁ ନିଆଯାଇଛି। ଏଥିରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ର, ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦଳାଇ, ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କ ସମେତ ବହୁଅଧିକାରୀ ମାନେ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri