ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମା’ଙ୍କ ଦର୍ଶନ ନମନ୍ତେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିନେଇ ମନ୍ଦିର ନିର୍ବାହୀଅଧିକାରୀ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ଛତ୍ରପୁର ଉପଜିଲାପାଳ ଶୁବାଷିଶ ବରାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାରାତାରଣୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଦାର ବିନୋଦ ବେହେରା ଦାୟିତ୍ୱ ନେବା ପରେ ଏହା ହେଉଛି ପ୍ରଥମ ବୈଠକ। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତକୁମାର ନାୟକ, ଆଇଆଇସି ରାଜେଶକୁମାର ନାୟକ, ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସେବାୟତ ସଂଘ ସଭାପତି ତପନ ରଣା, ବାପୁଜି ରଣାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କଏବଂ ମନ୍ଦିରର ସେବାୟତମାନେ ଯୋଗ ଦେଇଥିଲେ । ବୈଠକରେ ମନ୍ଦିରର ଉନ୍ନତି ଓ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଅନେକ ନିଷ୍ପତ୍ତି ନିଆଯାଇଛି।

 ବିଷେଷକରି ମଦ୍ୟପଙ୍କ ଯୋଗୁ ବହୁସମୟରେ ଅପ୍ରିିତିକର ଘଟଣାମାନ ଘଟୁଥିବାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନିଆଯାଇଛି। ସେ ଭକ୍ତ ହୁଅନ୍ତୁ କି ସେବାୟତ, ଯିଏବି  ମଦ୍ୟପାନ କରି ଆସିଲେ  ମନ୍ଦିର ମଧ୍ୟକୁ ପ୍ରବେଶ  ସହ ଦର୍ଶନ ଉପରେ ସମ୍ପୂର୍ଣ୍ଣ ରୂପେ ରୋକ ଲାଗାଯାଇଛି।  ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଦୀପ ଲଗାଇବାକୁ କରିବାକୁ ବାରଣ କରାଯାଇଛି, ମନ୍ଦିର ପରିସସର ସିସି କ୍ୟାମେରା ସୁଚାରୁ ରୂପେ ଚାଲିବା ନେଇ ନିଷ୍ପତ୍ତିନିଆଯାଇଛି। ସେବାୟତ ମାନେ  ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବା ସହ  ଭକ୍ତମାନଙ୍କଠାରୁ ଦର୍ଶନ ଓ ନଡିଆ ଭାଙ୍ଗିବାରେ ଦକ୍ଷିଣା ସଂଗ୍ରହକୁ ବାରଣ କରାଯାଇଛ। ପିକନିକ ଲାଗି ଆସୁଥିବା ପର୍ଯ୍ୟଟକଙ୍କ ପାନୀୟଜଳର ସୁବିଧାଲାଗି ନିରୁପମା ହୋଟେଲଠାରୁ ପାହାଡ ଉପର ରାସ୍ତା ପର୍ଯ୍ୟନ୍ତ ବିଭିନ୍ନସ୍ଥାନରେ ପାଣିଟ୍ୟାପ୍‌ମାନ ତୁରନ୍ତ ଲଗାଇବା, ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସର ମଧ୍ୟକୁ ମୋବାଇଲ ନେବା ଓ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏହାକୁ ଉଲଙ୍ଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଗର୍ଭଗୃହରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ପାହାଡ ଉପରକୁ ଯାଉଥିବା ବସରେ ଛାତ୍ରଛାତ୍ରୀଙ୍କୁ ରିହାତି ଦେବା, ପାହାଡ ଉପର ମନ୍ଦିରକୁ ଯିବାଲାଗି ରହିଥିବା ଜଙ୍ଗଲପୁର୍ଣ୍ଣ ରାସ୍ତାଟି ଅନ୍ଧକାର ରହୁଥିବାରୁ ଆଲୋକିକରଣ କରିବା ଲାଗି ପଦକ୍ଷେପ ନିଆଯିବା ସହ ମନ୍ଦିରର ତଳ ଭାଗରେ ଏକ ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରିବା ଭଳି ଅନେକ ପଦକ୍ଷେପମାନ ପ୍ରଶାସନ ପକ୍ଷରୁ ନିଆଯାଇଛି। ଏଥିରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ର, ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦଳାଇ, ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କ ସମେତ ବହୁଅଧିକାରୀ ମାନେ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri