ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଯାତାୟାତ ତ ଦୂରର କଥା ପାଦରେ ଚାଲିକରି ଯିବା ବି କଷ୍ଟକର ହୋଇପଡୁଛି। ରାସ୍ତାରେ ବର୍ଷାଜଳ ପ୍ରବାହିତ ହୋଇ ମୋରମ ଧୋଇ ଯାଇଥିବାବେଳେ ଅବଡାଖାବଡା ହୋଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାର ତପୋବନର ଉନ୍ନତି ଲାଗି ପ୍ରତିଶ୍ରୁତି ଦେଉଥିବାବେଳେ ତାହା ଫଳପ୍ରଦ ହେଉ ନ ଥିବା ଆଲୋଚନାର ବିଷୟ ହୋଇଛି।
ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ତପୋବନ ପୀଠର ଉନ୍ନୟନ ଦାୟିତ୍ୱ ବନ ବିଭାଗ ହାତରେ ନ୍ୟସ୍ତ କରାଯାଇଛି। ତେବେ ଅଦ୍ୟାବଧି ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯାଇନାହିଁ। ତେଣୁ ପ୍ରତିବର୍ଷ ବର୍ଷା ହେଲେ ମାଟି ରାସ୍ତା ଧୋଇଯାଉଛି। ବର୍ଷକୁ ବର୍ଷ ମୋରମ ପକାଇ ଏହାର ମରାମତି କରାଯାଉଥିଲେ ହେଁ ସେହି ଟଙ୍କା ପାଣିରେ ପଡୁଛି। ଆସନ୍ତା ନଭେମ୍ବର ୧୯ରେ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ପୀଠରେ ପ୍ରସିଦ୍ଧ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ରାସ୍ତାର ଦୁରାବସ୍ଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ାଇଛି। ମେଳା ପୂର୍ବରୁ ରାସ୍ତା ପକ୍କା କରିବା, ଝରଣା ଉପରେ ଆଡ଼ିବନ୍ଧ ନିର୍ମାଣ, ଆତ୍ମସେବା ସ୍ଥଳୀର ଉନ୍ନତୀକରଣ, ସ୍ଥାୟୀ ଭିକ୍ଷା ମଣ୍ଡପ ନିର୍ମାଣ, ସୌର ଆଲୋକ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଥିସହ ପୀଠକୁ ୫-ଟି ଅଧୀନକୁ ନେବା ଲାଗି ଜିଲାର ଜନପ୍ରତିନିଧି ଉଦ୍ୟମ କରିବାକୁ ପରିଷଦ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri