ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଯାତାୟାତ ତ ଦୂରର କଥା ପାଦରେ ଚାଲିକରି ଯିବା ବି କଷ୍ଟକର ହୋଇପଡୁଛି। ରାସ୍ତାରେ ବର୍ଷାଜଳ ପ୍ରବାହିତ ହୋଇ ମୋରମ ଧୋଇ ଯାଇଥିବାବେଳେ ଅବଡାଖାବଡା ହୋଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାର ତପୋବନର ଉନ୍ନତି ଲାଗି ପ୍ରତିଶ୍ରୁତି ଦେଉଥିବାବେଳେ ତାହା ଫଳପ୍ରଦ ହେଉ ନ ଥିବା ଆଲୋଚନାର ବିଷୟ ହୋଇଛି।
ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ତପୋବନ ପୀଠର ଉନ୍ନୟନ ଦାୟିତ୍ୱ ବନ ବିଭାଗ ହାତରେ ନ୍ୟସ୍ତ କରାଯାଇଛି। ତେବେ ଅଦ୍ୟାବଧି ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯାଇନାହିଁ। ତେଣୁ ପ୍ରତିବର୍ଷ ବର୍ଷା ହେଲେ ମାଟି ରାସ୍ତା ଧୋଇଯାଉଛି। ବର୍ଷକୁ ବର୍ଷ ମୋରମ ପକାଇ ଏହାର ମରାମତି କରାଯାଉଥିଲେ ହେଁ ସେହି ଟଙ୍କା ପାଣିରେ ପଡୁଛି। ଆସନ୍ତା ନଭେମ୍ବର ୧୯ରେ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ପୀଠରେ ପ୍ରସିଦ୍ଧ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ରାସ୍ତାର ଦୁରାବସ୍ଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ାଇଛି। ମେଳା ପୂର୍ବରୁ ରାସ୍ତା ପକ୍କା କରିବା, ଝରଣା ଉପରେ ଆଡ଼ିବନ୍ଧ ନିର୍ମାଣ, ଆତ୍ମସେବା ସ୍ଥଳୀର ଉନ୍ନତୀକରଣ, ସ୍ଥାୟୀ ଭିକ୍ଷା ମଣ୍ଡପ ନିର୍ମାଣ, ସୌର ଆଲୋକ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଥିସହ ପୀଠକୁ ୫-ଟି ଅଧୀନକୁ ନେବା ଲାଗି ଜିଲାର ଜନପ୍ରତିନିଧି ଉଦ୍ୟମ କରିବାକୁ ପରିଷଦ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର

ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ…

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

Iran-US War: ଟ୍ରମ୍ପଙ୍କୁ ପୁଣି ନାଲି ଆଖି ଦେଖାଇଲା ଇରାନ, ଜାଣନ୍ତୁ ଭାରତକୁ ନେଇ କ’ଣ କଲା

ତେହରାନ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରେ, ସେ କହିଛନ୍ତି ଯେ ଯୁଦ୍ଧବିରତି ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବଂ…

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ଆସିପାରେ ଏହି ବଡ଼ ନିଷ୍ପତ୍ତି, ସଙ୍କେତ ଦେଇ କହିଲେ…

ଭୁବନେଶ୍ୱର,୧୪ା୫: ଗୁରୁବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri