ତନ୍ତ୍ର ଦେବୀ ବରାହୀ

ଭଗବାନ୍‌ ବିଷ୍ଣୁ ହିଂସ୍ର ଶୂକର ରୂପ ନେଇଥିବା ବିଷୟ ଆମେ ଶୁଣିଛେ। ଏହି ରୂପରେ ସେ ସମୁଦ୍ର ଭିତରକୁ ଯାଇ ଅସୁରମାନଙ୍କୁ ପରାସ୍ତ କରିବା ସହ ଧରିତ୍ରୀଦେବୀଙ୍କୁ ତାଙ୍କ ଥୋଡ଼ିରେ ଉପରକୁ ଉଠାଇ ଆଣିବା କଥା ମଧ୍ୟ ଆମେ ଜାଣିଛେ। ଏ ହେଉଛନ୍ତି ବରାହ, ଯାହାଙ୍କ ଛବି କିମ୍ବା ମୂର୍ତ୍ତି ଅନେକ ବିଷ୍ଣମନ୍ଦିରରେ ରହିଛି ଓ ଏସବୁ ମନ୍ଦିରର ଆକର୍ଷଣ ବଢ଼ାଇଛି। ତେବେ କେବଳ ଆନ୍ଧ୍ରପ୍ରଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅନ୍ୟ ଅଞ୍ଚଳରେ ବରାହଙ୍କ ପାଇଁ ନିର୍ମାଣ କରାଯାଇଥିବା ସ୍ବତନ୍ତ୍ର ମନ୍ଦିର ବେଶି ଲୋକପ୍ରିୟ ହୋଇାପରିନାହିଁ। କିନ୍ତୁ ଏମିତି ଏକ ଦେବୀ ଯିଏ କି ଏକ ମାଈ ଘୁଷୁରି ବା ବରାହୀ ଭାବେ ଦୃଶ୍ୟମାନ ତାହାର ରହସ୍ୟ କ’ଣ’ ରହିଛି? ଆମେ ଅତୀତରେ ଏଭଳି ନାମ କେବେ ଶୁଣିଥିଲେ କି? ବରାହୀ ଜଣେ ଦେବୀ ଯାହାଙ୍କ ମୁଣ୍ଡ ଶୂକର ଭଳି ଓ ପେଟ ମାଠିଆ ସଦୃଶ। କୌଣସି ସ୍ଥାନରେ ସେ ୨ରୁ ୬ ବାହୁଧାରୀ ଦେବୀ ରୂପେ ବିରାଜମାନ ହୋଇ ଅନେକ ଅସ୍ତ୍ର ଧାରଣ କରିଛନ୍ତି, ଯେଉଁଥିରେ ଅଛି ତ୍ରିଶୂଳ, ପାସ, ଗଦା ଓ ଚକ୍ର। ଆଉ କେତେକ ଜାଗାରେ ବରାହୀ ବାହୁରେ ଶିଶୁ ଧରିଥିବା ଦେଖାଯାଏ । କେତେକ କ୍ଷେତ୍ରରେ ବି ଦେବୀ ମଇଁଷି ପିଠିରେ ବସିଥିବା ଲକ୍ଷ୍ୟ କରାଯାଏ। ବରାହୀଙ୍କ ପୂଜା ପଦ୍ଧତି ଭିନ୍ନ। ତାଙ୍କୁ ବିଶେଷକରି ରାତିରେ ପୂଜା କରାଯାଏ ଏବଂ ମାଛ ଓ ଅଣ୍ଡିରା ପ୍ରାଣୀଙ୍କ ରକ୍ତ ସମର୍ପଣ କରାଯାଏ। ବରାହୀଙ୍କ ସ୍ବାମୀ ନାହାନ୍ତି। ସେଥିପାଇଁ ସେ ଜଣେ ତାନ୍ତ୍ରିକ ଦେବୀ । ତାଙ୍କର ପ୍ରଜନନ ଶକ୍ତି ଓ ମୃତ୍ୟୁ ସହ ସମ୍ବନ୍ଧ ରହିଛି, ଯାହା ହାତରେ ଶିଶୁ ଧରିବା ଓ ମଇଁଷି ପିଠିରେ ବସିଥିବା ରୂପ ସୂଚିତ କରେ। ଦେଶରେ ବରାହୀ ଦେବୀଙ୍କ ମନ୍ଦିର କମ୍‌ ଅଛି। କାଁ ଭାଁ କେଉଁଠି କେମିତି ଏହା ଦେଖିବାକୁ ମିଳେ। ଯେଉଁ କେତୋଟି ମନ୍ଦିର ଅଛି ସେଥିମଧ୍ୟରୁ ଓଡ଼ିଶା, ବାରାଣସୀ, ଚେନ୍ନାଇ ଏବଂ ନେପାଳରେ ଥିବା ମନ୍ଦିର ବେଶ୍‌ ପରିଚିତ। ଓଡ଼ିଶାର ଚୌରାସିରେ ଥିବା ବରାହୀ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରର ପ୍ରସାଦ ଗ୍ରହଣ କରିଥାଏ। ଏହା ଏକ ବୈଷ୍ଣବ ପୀଠ ଯାହାର ତାନ୍ତ୍ରିକ ଶାକ୍ତ ଦେବୀମାନଙ୍କ ସହ ନିବିଡ଼ ସମ୍ପର୍କ ରହିଥିବା ସ୍ବୀକାର କରାଯାଏ।
ବରାହୀ ଅନେକ ମାତୃକା ଦେବୀଙ୍କ ମଧ୍ୟରୁ ଜଣେ ବୋଲି ସମସ୍ତେ ଜାଣନ୍ତି। ବହୁ ସମୟରେ ତାଙ୍କୁ ଦେବତାମାନଙ୍କ ଶକ୍ତି ଭାବେ ଗଣାଯାଏ, ଯିଏ ଅସୁରମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କୁ ସାହାଯ୍ୟ କରିବା ଲାଗି ଆବିର୍ଭାବ ହୋଇଥିଲେ। ବରାହୀଙ୍କ ସମେତ ମାତୃକାଦେବୀମାନେ ରାକ୍ଷସ ବା ଦୁଷ୍ଟାତ୍ମାଙ୍କ ରକ୍ତ ପିଅନ୍ତି, ଯାହାଦ୍ୱାରା ସେମାନେ ପୁଣି କୌଣସି ରୂପ ଧରିପାରନ୍ତି ନାହିଁ। ମାତୃକା ଦେବୀମାନଙ୍କ ମଧ୍ୟରେ ୭ଜଣ ଦେବୀ ପୂରା ସ୍ବତନ୍ତ୍ର। ବରାହୀ ୫ରେ ଅଛନ୍ତି ଓ ସେଥିପାଇଁ ତାଙ୍କୁ ପଞ୍ଚମୀ କୁହାଯାଏ। ଏହା ପଛରେ ଏକ କାରଣ ରହିଛି। ଏହା ବି ଖୁବ୍‌ ରୋଚକ। ସାଧାରଣତଃ ଦେବନାଗରୀ ବର୍ଣ୍ଣମାଳା ସହିତ ମାତୃକାମାନଙ୍କର ସମ୍ପର୍କ ଅଛି। ସପ୍ତ ମାତୃକା ୭ ଧାଡି ବ୍ୟଞ୍ଜନବର୍ଣ୍ଣକୁ ଧାରଣ କରିଥାନ୍ତି ଏବଂ ବରାହୀ ବ୍ୟଞ୍ଜନବର୍ଣ୍ଣର ୫ମ ଧାଡ଼ିରେ ଥିବା ଶବ୍ଦଗୁଡ଼ିକ ଯଥା ପ,ଫ,ବ,ଭ,ମକୁ ଧାରଣ କରିଛନ୍ତି। ଘୁଷୁରି ବୁଦ୍ଧି, ଉପତ୍ାଦକତା, ଉଗ୍ରତା ଏବଂ ସ୍ବାଧୀନତାର ପ୍ରତୀକ ଭାବେ ଜଣାଶୁଣା। ଭାରତରେ ମୁସଲମାନ କିମ୍ବା ଉଚ୍ଚଜାତିର ହିନ୍ଦୁମାନେ ଘୁଷୁରି ମାଂସ ଖାଆନ୍ତି ନାହିଁ। ସାଧାରଣତଃ ଘୁଷୁରିକୁ ମଇଳା ଓ ଅସ୍ପୃଶ୍ୟତାର ସୂଚକ ଭାବେ ଦେଖାଯାଏ ଏବଂ ସେମାନଙ୍କୁ ଯେଉଁମାନେ ରଖନ୍ତି ବା ପାଳନ କରିଥାନ୍ତି ସେମାନେ ମଧ୍ୟ ଅସ୍ପୃଶ୍ୟ ଭାବେ ବିବେଚିତ ହୁଅନ୍ତି। ଏପରିକି ସେମାନେ ଗାଁ ଶେଷମୁଣ୍ଡରେ ରହିଥାନ୍ତି। ଏଭଳି ବିଷୟଗୁଡ଼ିକ ବହୁ ପ୍ରଶଂସିତ ତଥା ଚର୍ଚ୍ଚିତ ମରାଠୀ ଚଳଚ୍ଚିତ୍ର‘ଫାଣ୍ଡ୍ରି’ର ଆଧାର। ଏହିପରି ଭାବେ ବରାହୀ ପୂଜାରେ ଅବମାନନା ଏବଂ ବିରୋଧତାର ବିଷୟ ରହିଛି।
ବରାହୀଙ୍କୁ ବୈଷ୍ଣବ ଗ୍ରନ୍ଥରେ ବରାହଙ୍କ ଶକ୍ତି ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ଶାକ୍ତ ଶାସ୍ତ୍ରରେ ବରାହଙ୍କ ମା’ ହେଉଛନ୍ତି ବରାହୀ। ବରାହ ସବୁବେଳେ ଶାନ୍ତ, ଲଜ୍ଜାଶୀଳ ଓ ବିନିତ କୁହାଯାଉଥିବା ଧରିତ୍ରୀ ଦେବୀଙ୍କ ସହ ଜଡ଼ିତ ଥିବାବେଳେ ବରାହୀ ପୂରା ସ୍ବାଧୀନ ଓ ଉଗ୍ର। ବରାହଙ୍କୁ ଫଳ ଓ କ୍ଷୀରରେ ପୂଜା କରାଯାଉଥିବାବେଳେ ବରାହୀଙ୍କୁ ରକ୍ତ, ମାଂସ ଏପରିକି ମଦ ଅର୍ପଣ କରାଯାଏ। ସବୁ ବିଷ୍ଣୁମନ୍ଦିରରେ ବରାହ ଅଛନ୍ତି ଓ ଦିନରେ ତାଙ୍କୁ ପୂଜା କରାଯାଏ। ଅନ୍ୟପକ୍ଷରେ ବରାହୀ ଏବଂ ତାଙ୍କ ମାତୃକାଗଣ କେବଳ ରାତିରେ ପୂଜାପାଆନ୍ତି। ବରାହ ଭଳି ଶକ୍ତି ଓ ବରାହୀ ଭଳି ପ୍ରତିଶକ୍ତି ଭାବେ ବ୍ୟାଖ୍ୟା ଓ ମନ୍ଥନ କରିବାର ପ୍ରବୃତ୍ତି ବହୁ ଐତିହାସିକ ଆହ୍ବାନ ସତ୍ତ୍ୱେ ହିନ୍ଦୁଧର୍ମକୁ ବଞ୍ଚାଇ ରଖିବା ସହ ଆଗକୁ ବଢ଼ାଇବାରେ ସକ୍ଷମ ହୋଇଛି।
ଆମେ ଏବେ ଏକ ସମୟରେ ବାସ କରୁଛୁ ଯେତେବେଳେ ହିନ୍ଦୁ ଧର୍ମକୁ ନୀତିବାଦାତ୍ମକ ଦୃଷ୍ଟିକୋଣରେ ବିଚାର କରାଯାଉଛି, ଯାହାକୁ ନିଷ୍ଠା ବା ଶୁଦ୍ଧତାରେ ବ୍ୟାଖ୍ୟା କରାଯାଉଛି। ଏହି ଧର୍ମରେ ବ୍ରହ୍ମଚର୍ଯ୍ୟ ବା ସଂଯମ ଜୀବନର ମହତ୍ତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସଂଯମତା ହିଁ ଧର୍ମର ମୂଳମନ୍ତ୍ର ବୋଲି କୁହାଯାଉଛି। ଏହାବାଦ୍‌ ହିନ୍ଦୁଧର୍ମରେ ଆମିଷ ଖାଦ୍ୟ ଏବଂ ମଦ୍ୟପାନକୁ ଖରାପ ଦୃଷ୍ଟିରେ ଦେଖାଯାଏ ଓ ଏହା ଧର୍ମର ପ୍ରତିକୂଳ ଆଚରଣ ବୋଲି ବିବେଚନା କରାଯାଏ। ଦେଖିବାକୁ ଗଲେ ଏହା ଏମିତି ଏକ ଧର୍ମ ଯେଉଁଠାରେ ମହିଳା ସ୍ବାଧୀନତାକୁ ନେଇ ଭୟ ରହିଛି। ଏହି ସମୟରେ ବରାହୀ ପରି ଦେବୀଙ୍କୁ ସ୍ମରଣ କରିବାକୁ ହେବ, ଯିଏ ମୌଳିକ ନୀତିବାଦର ବେଦାନ୍ତ ପ୍ରତି ତାନ୍ତ୍ରିକ ଆହ୍ବାନର ଏକ ଅଂଶ ଭାବରେ ଉଭା ହୋଇଥିଲେ ଏବଂ ଯୌନ, ହିଂସା, ଜୀବନ ଏବଂ ମୃତ୍ୟୁ ସମ୍ପର୍କିତ ଦୃଷ୍ଟିକୋଣ ବଦଳରେ ମଣିଷକୁ ଏକ ଅଧିକ ବାସ୍ତବବାଦୀ ଭାବେ ନିଶ୍ଚିତ କରିଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri