Posted inଜାତୀୟ

ହାର୍‌-ଜିତ୍‌ ପୂର୍ବରୁ କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଚେନ୍ନାଇ,୧୧।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଓ ଶ୍ରୀବିଲିପୁଥୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ। ୬୩ ବର୍ଷୀୟ ରାଓଙ୍କୁ କରୋନା ଲକ୍ଷଣ ପରେ ମାର୍ଚ୍ଚ ୨୦ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତାଙ୍କ ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା। ତାମିଲନାଡୁର ମୋଟ ୨୩୪ ବିଧାନସଭା ଆସନରେ ଏପ୍ରିଲ ୬ରେ ମତଦାନ ହୋଇଥିଲା। ଏଠାରେ କେବଳ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ମାତ୍ର ଦୁଇ ଦିନ ପରେ ମାଧବ ରାଓ ଅସୁସ୍ଥ ହୋଇପଡିଥିଲେ। ସେ ପ୍ରଚାର ମଧ୍ୟ କରିପାରି ନ ଥିଲେ। ତାଙ୍କୁ ମୁଦୁରାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେଣୁ ନିର୍ବାଚନ ସମୟରେ ତାଙ୍କ ଝିଅ ଦିବ୍ୟା ରାଓ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିଥିଲେ। ରାଓ ଜଣେ ବ୍ୟବସାୟୀ ହେବା ବ୍ୟତୀତ ଜଣେ ଆଇନ ପରାମର୍ଶଦାତା ଥିଲେ ଏବଂ ଜିଲା କଂଗ୍ରେସ କମିଟିରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ତାମିଲନାଡୁ କଂଗ୍ରେସରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସକ୍ରିୟ ସଦସ୍ୟ ଥିଲେ। ସୂଚନାଯୋଗ, ଯଦି ମାଧବ ରାଓ ନିର୍ବାଚନରେ ଜିତନ୍ତି, ତେବେ ଶ୍ରୀବିଲିପୁଥୁର ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri