ଆଇନ୍‌ଷ୍ଟାଇନ୍‌ଙ୍କ ସହ ବାର୍ତ୍ତାଳାପ

ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟି ସାରିଲାଣି ଆଜକୁ ପ୍ରାୟ ୬୬ବର୍ଷ ପୂର୍ବେ। ତା’ହେଲେ ତାଙ୍କ ସହିତ ବାର୍ତ୍ତାଳାପ କରିବା କିପରି? ତେବେ, ତାହା ହୋଇପାରନ୍ତା ଯଦି ଯୁଗ ଯୁଗ ଧରି ଚଳିଆସିଥିବା ଆମର ଗୋଟିଏ ବିଶ୍ୱାସ (ବରଂ, ଅନ୍ଧବିଶ୍ୱାସ) ସତ ହୋଇପାରନ୍ତା ତାହା ହେଲା ଆମ ତାନ୍ତ୍ରିକମାନଙ୍କ ଦାବି ଯେ ସେମାନେ ମୃତ ବ୍ୟକ୍ତିମାନଙ୍କ ଆତ୍ମାକୁ ଆହ୍ବାନ କରି ଆମ ସମ୍ମୁଖକୁ ଆଣିପାରିବେ ଏବଂ ତାଙ୍କ ସହିତ ବାର୍ତ୍ତାଳାପ କରାଇ ପାରିବେ।
ଏ କଥାକୁ ଆମେ କେଉଁ ଅନାଦି କାଳରୁ ବିଶ୍ୱାସ କରିଆସିଛୁ। କିନ୍ତୁ, ବିଜ୍ଞାନର ପ୍ରଗତି ସଙ୍ଗେ ସଙ୍ଗେ ଏହାର ଅସାରତାକୁ ଅଧିକରୁ ଅଧିକ ଲୋକ ଗ୍ରହଣ କରିବାକୁ ଲାଗିଲେଣି। ଆତ୍ମାର ସତ୍ତା ସମ୍ପର୍କରେ ରହିଆସିଥିବା ପୌରାଣିକ ତଥା ଆଧ୍ୟାତ୍ମିକ ଆଖ୍ୟାନକୁ ନେଇ ସେମାନେ ଉଠାଇଲେଣି ବିବିଧ ବିଜ୍ଞାନଭିତ୍ତିକ ପ୍ରଶ୍ନ। ଏସବୁର ଜବାବ ତାନ୍ତ୍ରିକ ଅଥବା ଆତ୍ମାରେ ବିଶ୍ୱାସ କରୁଥିବା ଲୋକଙ୍କ ନିକଟରେ ନାହିଁ। ତଥାପି ଆମ ମନ ଭିତରେ ଆମ ମୃତ ପୂର୍ବପୁରୁଷ କିମ୍ବା କୌଣସି ମହାନ୍‌ ବ୍ୟକ୍ତିଙ୍କ ଆତ୍ମା ସହିତ ବାର୍ତ୍ତାଳାପ କରିବାର ଇଚ୍ଛା ମରିନାହିଁ। ଏକ ଭିନ୍ନ ବାଟରେ ଏହାକୁ ପୂରଣ କରିବା ଲାଗି ଏବେ ଆଗେଇ ଆସିଛି ନ୍ୟୁଜିଲାଣ୍ଡର ୟୁନି-କ୍ୟୁ ନାମକ ଏକ କମ୍ପାନୀ। ଏହାର ପ୍ରଯୁକ୍ତି ବିଜ୍ଞାନୀମାନେ ଡିଜିଟାଲ ମଣିଷ ତିଆରି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଏବଂ ଏହାର ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ତିଆରି କରିଛନ୍ତି ଆଇନ୍‌ଷ୍ଟାଇନ୍‌ଙ୍କର ଏକ କୃତ୍ରିମ ମେଧା ବା ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି’ ରୂପ। ଆଇନ୍‌ଷ୍ଟାଇନ୍‌ ନୋବେଲ ପୁରସ୍କାର ଲାଭ କରିବାର ଚଳିତ ବର୍ଷ ୧୦୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସେମାନେ ଏହାକୁ ତିଆରି କରିଛନ୍ତି।
ୟୁନି-କ୍ୟୁ ଦ୍ୱାରା ଡିଜିଟାଲ ମଣିଷ ବ୍ୟବହାରକାରୀକୁ ଦେଖିପାରିବ ଏବଂ ଶୁଣିପାରିବ। ଏପରିକି ସେ ଉଚ୍ଚାରଣ କରୁଥିବା ଶବ୍ଦଗୁଡ଼ିକର ଅର୍ଥ ମଧ୍ୟ ବୁଝିପାରିବ ଏବଂ ତଦନୁଯାୟୀ ନିଜର ସ୍ବରକୁ ସମନ୍ବିତ କରି କଥୋପକଥନ କରିବା ସଙ୍ଗେ ସଙ୍ଗେ ମଣିଷସୁଲଭ ଅଙ୍ଗଭଙ୍ଗୀ ମଧ୍ୟ ପ୍ରଦର୍ଶନ କରିପାରିବ। କେହି ତାଙ୍କ ସହିତ ବାର୍ତ୍ତାଳାପ କରିବାକୁ ଚାହିଁଲେ ସେ ଦିନର ଯେ କୌଣସି ସମୟରେ ତାହା କରିପାରିବ। ଏପରିକି ଏହି ଡିଜିଟାଲ ରୂପଟି ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଜଣେ ଲୋକର ବୁଦ୍ଧି ପରୀକ୍ଷା କରିପାରିବ।
ଓ୍ବେବସାଇଟ୍‌ର ସୂଚନା ଅନୁସାରେ ଡିଜିଟାଲ ଆଇନ୍‌ଷ୍ଟାଇନ୍‌ ତିଆରି କରିବା ମୂଳରେ ଥିବା ମୁଖ୍ୟ କାରଣଟି ହେଲା ବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କୁ ତାଙ୍କ ସହିତ ପ୍ରତ୍ୟକ୍ଷ ଭାବେ ବାର୍ତ୍ତାଳାପ କଲାଭଳି ଅନୁଭବ କରିବାର ସୁଯୋଗ ପ୍ରଦାନ କରିବା। ପୁନଶ୍ଚ କୋଭିଡ୍‌-୧୯ ସମୟରେ ବିଜ୍ଞାନ ଛାତ୍ରୀଛାତ୍ର ଏବଂ ଅନ୍ୟମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ। ଡିଜିଟାଲ ଆଇନ୍‌ଷ୍ଟାଇନ୍‌ ବାର୍ତ୍ତାଳାପ, ମାନବସୁଲଭ ଅଙ୍ଗଭଙ୍ଗୀ ଏବଂ ଭାବପ୍ରବଣ ପ୍ରତିକ୍ରିୟା ମାଧ୍ୟମରେ ପ୍ରତିଦିନ ଲୋକଙ୍କ ସହିତ ଯୋଗାଯୋଗ ଏବଂ ଭାବର ଆଦାନପ୍ରଦାନ କରିପାରିବ। ଆପଣ ଚାହିଁଲେ ବ୍ୟକ୍ତିଗତ ଭାବେ ଆଇନ୍‌ଷ୍ଟାଇନ୍‌ ଡିଜିଟାଲ ମଣିଷଟିଏ ପାଇପାରିବେ। ଏଥିପାଇଁ କମ୍ପାନୀର ଓ୍ବେବ୍‌ସାଇଟ୍‌ରେ ମିଳୁଥିବା ଏକ ଫର୍ମ ପୂରଣ କରିବାକୁ ହେବ ଏବଂ ଆବଶ୍ୟକ ପରିମାଣରେ ଅର୍ଥ ଅନ୍‌ଲାଇନରେ ଦେବାକୁ ପଡ଼ିବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri