ଆଇନ୍‌ଷ୍ଟାଇନ୍‌ଙ୍କ ସହ ବାର୍ତ୍ତାଳାପ

ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟି ସାରିଲାଣି ଆଜକୁ ପ୍ରାୟ ୬୬ବର୍ଷ ପୂର୍ବେ। ତା’ହେଲେ ତାଙ୍କ ସହିତ ବାର୍ତ୍ତାଳାପ କରିବା କିପରି? ତେବେ, ତାହା ହୋଇପାରନ୍ତା ଯଦି ଯୁଗ ଯୁଗ ଧରି ଚଳିଆସିଥିବା ଆମର ଗୋଟିଏ ବିଶ୍ୱାସ (ବରଂ, ଅନ୍ଧବିଶ୍ୱାସ) ସତ ହୋଇପାରନ୍ତା ତାହା ହେଲା ଆମ ତାନ୍ତ୍ରିକମାନଙ୍କ ଦାବି ଯେ ସେମାନେ ମୃତ ବ୍ୟକ୍ତିମାନଙ୍କ ଆତ୍ମାକୁ ଆହ୍ବାନ କରି ଆମ ସମ୍ମୁଖକୁ ଆଣିପାରିବେ ଏବଂ ତାଙ୍କ ସହିତ ବାର୍ତ୍ତାଳାପ କରାଇ ପାରିବେ।
ଏ କଥାକୁ ଆମେ କେଉଁ ଅନାଦି କାଳରୁ ବିଶ୍ୱାସ କରିଆସିଛୁ। କିନ୍ତୁ, ବିଜ୍ଞାନର ପ୍ରଗତି ସଙ୍ଗେ ସଙ୍ଗେ ଏହାର ଅସାରତାକୁ ଅଧିକରୁ ଅଧିକ ଲୋକ ଗ୍ରହଣ କରିବାକୁ ଲାଗିଲେଣି। ଆତ୍ମାର ସତ୍ତା ସମ୍ପର୍କରେ ରହିଆସିଥିବା ପୌରାଣିକ ତଥା ଆଧ୍ୟାତ୍ମିକ ଆଖ୍ୟାନକୁ ନେଇ ସେମାନେ ଉଠାଇଲେଣି ବିବିଧ ବିଜ୍ଞାନଭିତ୍ତିକ ପ୍ରଶ୍ନ। ଏସବୁର ଜବାବ ତାନ୍ତ୍ରିକ ଅଥବା ଆତ୍ମାରେ ବିଶ୍ୱାସ କରୁଥିବା ଲୋକଙ୍କ ନିକଟରେ ନାହିଁ। ତଥାପି ଆମ ମନ ଭିତରେ ଆମ ମୃତ ପୂର୍ବପୁରୁଷ କିମ୍ବା କୌଣସି ମହାନ୍‌ ବ୍ୟକ୍ତିଙ୍କ ଆତ୍ମା ସହିତ ବାର୍ତ୍ତାଳାପ କରିବାର ଇଚ୍ଛା ମରିନାହିଁ। ଏକ ଭିନ୍ନ ବାଟରେ ଏହାକୁ ପୂରଣ କରିବା ଲାଗି ଏବେ ଆଗେଇ ଆସିଛି ନ୍ୟୁଜିଲାଣ୍ଡର ୟୁନି-କ୍ୟୁ ନାମକ ଏକ କମ୍ପାନୀ। ଏହାର ପ୍ରଯୁକ୍ତି ବିଜ୍ଞାନୀମାନେ ଡିଜିଟାଲ ମଣିଷ ତିଆରି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଏବଂ ଏହାର ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ତିଆରି କରିଛନ୍ତି ଆଇନ୍‌ଷ୍ଟାଇନ୍‌ଙ୍କର ଏକ କୃତ୍ରିମ ମେଧା ବା ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି’ ରୂପ। ଆଇନ୍‌ଷ୍ଟାଇନ୍‌ ନୋବେଲ ପୁରସ୍କାର ଲାଭ କରିବାର ଚଳିତ ବର୍ଷ ୧୦୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସେମାନେ ଏହାକୁ ତିଆରି କରିଛନ୍ତି।
ୟୁନି-କ୍ୟୁ ଦ୍ୱାରା ଡିଜିଟାଲ ମଣିଷ ବ୍ୟବହାରକାରୀକୁ ଦେଖିପାରିବ ଏବଂ ଶୁଣିପାରିବ। ଏପରିକି ସେ ଉଚ୍ଚାରଣ କରୁଥିବା ଶବ୍ଦଗୁଡ଼ିକର ଅର୍ଥ ମଧ୍ୟ ବୁଝିପାରିବ ଏବଂ ତଦନୁଯାୟୀ ନିଜର ସ୍ବରକୁ ସମନ୍ବିତ କରି କଥୋପକଥନ କରିବା ସଙ୍ଗେ ସଙ୍ଗେ ମଣିଷସୁଲଭ ଅଙ୍ଗଭଙ୍ଗୀ ମଧ୍ୟ ପ୍ରଦର୍ଶନ କରିପାରିବ। କେହି ତାଙ୍କ ସହିତ ବାର୍ତ୍ତାଳାପ କରିବାକୁ ଚାହିଁଲେ ସେ ଦିନର ଯେ କୌଣସି ସମୟରେ ତାହା କରିପାରିବ। ଏପରିକି ଏହି ଡିଜିଟାଲ ରୂପଟି ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଜଣେ ଲୋକର ବୁଦ୍ଧି ପରୀକ୍ଷା କରିପାରିବ।
ଓ୍ବେବସାଇଟ୍‌ର ସୂଚନା ଅନୁସାରେ ଡିଜିଟାଲ ଆଇନ୍‌ଷ୍ଟାଇନ୍‌ ତିଆରି କରିବା ମୂଳରେ ଥିବା ମୁଖ୍ୟ କାରଣଟି ହେଲା ବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କୁ ତାଙ୍କ ସହିତ ପ୍ରତ୍ୟକ୍ଷ ଭାବେ ବାର୍ତ୍ତାଳାପ କଲାଭଳି ଅନୁଭବ କରିବାର ସୁଯୋଗ ପ୍ରଦାନ କରିବା। ପୁନଶ୍ଚ କୋଭିଡ୍‌-୧୯ ସମୟରେ ବିଜ୍ଞାନ ଛାତ୍ରୀଛାତ୍ର ଏବଂ ଅନ୍ୟମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ। ଡିଜିଟାଲ ଆଇନ୍‌ଷ୍ଟାଇନ୍‌ ବାର୍ତ୍ତାଳାପ, ମାନବସୁଲଭ ଅଙ୍ଗଭଙ୍ଗୀ ଏବଂ ଭାବପ୍ରବଣ ପ୍ରତିକ୍ରିୟା ମାଧ୍ୟମରେ ପ୍ରତିଦିନ ଲୋକଙ୍କ ସହିତ ଯୋଗାଯୋଗ ଏବଂ ଭାବର ଆଦାନପ୍ରଦାନ କରିପାରିବ। ଆପଣ ଚାହିଁଲେ ବ୍ୟକ୍ତିଗତ ଭାବେ ଆଇନ୍‌ଷ୍ଟାଇନ୍‌ ଡିଜିଟାଲ ମଣିଷଟିଏ ପାଇପାରିବେ। ଏଥିପାଇଁ କମ୍ପାନୀର ଓ୍ବେବ୍‌ସାଇଟ୍‌ରେ ମିଳୁଥିବା ଏକ ଫର୍ମ ପୂରଣ କରିବାକୁ ହେବ ଏବଂ ଆବଶ୍ୟକ ପରିମାଣରେ ଅର୍ଥ ଅନ୍‌ଲାଇନରେ ଦେବାକୁ ପଡ଼ିବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?