ଦୁଇଟି ବିବାହର କଥା

ଭାରତରେ ଆମେ ଦୁଇ ପ୍ରକାର ବିବାହ ଦେଖିବାକୁ ପାଉ। ଗୋଟିଏ ବହୁ ଆଡ଼ମ୍ବରରେ ଓ ଅଧିକ ଖର୍ଚ୍ଚରେ କରାଯାଉଥିବାବେଳେ ଅନ୍ୟଟି ସରଳରେ ହୋଇଥାଏ। ବ୍ୟୟବହୁଳ ବିବାହ ବିଶେଷକରି ଶୈବ କିମ୍ବା ବୈଷ୍ଣବ ପନ୍ଥୀ ପରିବାରଗୁଡ଼ିକରେ କରାଯାଉଥିବା ଦେଖାଯାଏ। ଅନ୍ୟପକ୍ଷରେ ସରଳ ବିବାହ ମୁଖ୍ୟତଃ ବୌଦ୍ଧ କିମ୍ବା ଜୈନ ସନ୍ନ୍ୟାସୀଙ୍କ ପଥ ଅନୁସରଣ କରୁଥିବା ଲୋକମାନେ ହିଁ କରିଥାନ୍ତି। ବ୍ୟୟବହୁଳ ତଥା ଭବ୍ୟ ବିବାହ ଆକର୍ଷଣୀୟ ହୋଇଥାଏ। ଏଥିରେ ଶୋଭାଯାତ୍ରା ଓ ପାର୍ଟିର ଆୟୋଜନ କରାଯାଏ। ତାହାପୁଣି ଅନେକ ମାସ ଧରି ଚାଲେ। ସେଥିରେ ନୂଆକରି ସାମ୍ନାକୁ ଆସିଥିବା କିଛି ରୀତିନୀତିକୁ ସାମିଲ କରାଯାଏ। ଏହା ବ୍ୟତୀତ ଏଥିରେ ସେଲିବ୍ରିଟି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ହଲିଉଡ୍‌ ଷ୍ଟାର, ପ୍ରତିଷ୍ଠିତ ଖେଳାଳି, ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ଡ୍ୟନ୍ସରମାନେ ଯୋଗଦିଅନ୍ତି। ଏହାସହ ଏଭଳି ବିବାହରେ ଅନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟବସାୟୀ ଓ ଶକ୍ତିଶାଳୀ ନେତା ଏପରିକି ଆଧ୍ୟାତ୍ମିକ ଗୁରୁମାନେ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି। ବ୍ୟୟବହୁଳ ବିବାହରେ ପରିବାର ସହ ବନ୍ଧୁ ଓ କର୍ମଚାରୀମାନେ ସମସ୍ତେ ରତ୍ନଖଚିତ ପୋଷାକ ପିନ୍ଧନ୍ତି। ଏମିତିକି ବିବାହରେ ପୁରୁଣା କାର୍‌, ରଥ, ବିଦେଶୀ ପୋଷାଜୀବ, ପ୍ରାଇଭେଟ୍‌ ଜେଟ୍‌ ଦେଖିବାକୁ ମିଳେ। ଏମିତିକା ଭବ୍ୟ ବିବାହର ଉଦ୍ଦେଶ୍ୟ ହେଉଛି ନିଜର ଧନ ଓ ସ୍ଥିତିକୁ ବାହାରକୁ ଦେଖାଇବା ଏବଂ ଅନ୍ୟମାନଙ୍କୁ ନୂ୍ୟନ ମନେକରିବା। ଏଭଳି ବିବାହ ବିଶ୍ୱର ଦୃଷ୍ଟି ଆକର୍ଷଣ କରେ ଏବଂ ଭାରତ ଚମକୁଛି ବୋଲି ସେମାନେ ସ୍ବୀକାର କରିବାକୁ ବାଧ୍ୟ ହୋଇଥାନ୍ତି।
ବ୍ୟୟବହୁଳ ବିବାହ କରୁଥିବା ଧନୀବ୍ୟକ୍ତିଙ୍କ ସହ ପାଖାପାଖି ସମାନ ଧନଶାଳୀମାନେ ଅନେକ ସମୟରେ ସେମାନଙ୍କ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହକୁ ଅପେକ୍ଷାକୃତ ସରଳରେ, ଶାନ୍ତ, ସୁରୁଚିପୂର୍ଣ୍ଣ ତଥା ଆତ୍ମୀୟତାର ସହ କରିଥାନ୍ତି। କିନ୍ତୁ ଏହି ବିବାହରେ ବଡ଼ଭୋଜିରେ ଅତ୍ୟଧିକ ବ୍ୟୟ କରାଯାଇଥାଏ। ଏହାସହ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକରି ବହୁତ ଲୋକଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ। ଏଭଳି ବିବାହ ସରଳରେ ହେଲେ ମଧ୍ୟ ଏହା ପଛରେ ଉଦ୍ଦେଶ୍ୟ ରହିଛି। ଉଦାରତା ପ୍ରଦର୍ଶନ କରିବା ସକାଶେ କରାଯାଉଥିବା ଅଧିକ ବ୍ୟୟ ସମାଜରେ ଜଣଙ୍କର ବିଶେଷ ସ୍ଥିତିକୁ ଜଣାଇବାକୁ କରାଯାଇଥାଏ। ବଦାନ୍ୟତା ପ୍ରଦର୍ଶନ ପାଇଁ କରାଯାଉଥିବା ଏଭଳି ବିବାହ ପଛର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଦୟାଭାବ ହାସଲ କରିବା। ବିବାହରେ ଧନ ଦାନଦେବା ହେଉଛି କେବଳ ଧନର ପୁନଃବଣ୍ଟନ ପଦ୍ଧତି। ଭାରତୀୟମାନେ କର୍ମରେ ବିଶ୍ୱାସ କରନ୍ତି । ସେମାନେ ଭୌତ୍ତିକ କର୍ମର ଆଧ୍ୟାତ୍ମିକ ଫଳ ଉପରେ ମଧ୍ୟ ବିଶ୍ୱାସ ରଖନ୍ତି। କିନ୍ତୁ ମନେରଖିବାକୁ ହେବ ଯେ, ବିବାହରେ ବିପୁଳ ଅର୍ଥ ନଷ୍ଟକରିବା ଏକପ୍ରକାର କ୍ଷତିକାରକ କର୍ମ। ଏଣୁ ଏହା ପାପ। ଏହି ପାପରୁ ମୁକ୍ତି ପାଇଁ ଅନ୍ୟମାନଙ୍କୁ ଖାଇବାକୁ ଦେବାକୁ ହେବ। ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ହୁଏ ଓ ଅନ୍ୟମାନଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନ କରିବାକୁ ପଡ଼େ।
ଭାରତୀୟ ପୁରାଣରେ ସ୍ବର୍ଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅବଧାରଣା। ଏହା ହେଉଛି ସବୁଠୁ ଆକର୍ଷଣୀୟ ଓ ବିଳାସମୟ ସ୍ଥାନ। ଏଠାରେ ଅପ୍‌ସରାମାନେ ନୃତ୍ୟ କରନ୍ତି, ଗନ୍ଧର୍ବମାନେ ଗାଆନ୍ତି ଏବଂ ସୁରାର ବନ୍ୟା ସୃଷ୍ଟିହୁଏ। ଏହି ସ୍ବର୍ଗ ହେଉଛି ଇନ୍ଦ୍ରସଭା ଓ ଏଭଳି ଉଚ୍ଚତମ ଭୌତ୍ତିକ ସ୍ଥିତିକୁ ମଧ୍ୟ ଜଣେ ପାଇପାରିବ। ଋଗ୍‌ବେଦରେ ଇନ୍ଦ୍ରଙ୍କର ପ୍ରଶଂସା କରାଯାଇଛି, ଯିଏ କି ହିଂସା ଓ ଯୁଦ୍ଧ ଦ୍ୱାରା ଏହି ମହତ୍ତ୍ୱପୂର୍ଣ୍ଣ ସ୍ଥିତି ହାସଲ କରିଛନ୍ତି। ହେଲେ ଏବକାର ବିଶ୍ୱର ଧନୀମାନେ ଧନ କେବଳ ନୂତନତ୍ୱ ଓ ଉଦ୍ୟୋଗ ଦ୍ୱାରା ପାଇନାହାନ୍ତି, ବରଂ ଶାସକଙ୍କ ସହଯୋଗରୁ ତାହା ହାସଲ କରିଛନ୍ତି। ଶାସକମାନେ ସେମାନଙ୍କ ଓପଚାରିକ ଭାବେ ଜମି, ପାଣି, ବନ୍ଦର, ବିମାନବନ୍ଦର, ପ୍ରସାରଣ କ୍ଷେତ୍ର, ବ୍ୟାଙ୍କିଙ୍ଗ୍‌, ଇଣ୍ଟରନେଟ୍‌, ଭିତ୍ତିଭୂମି ଭଳି ସଂସାଧନକୁ ଲୁଟ୍‌ କରିବାକୁ ଅନୁମତି ଦେଇଛନ୍ତି। ଏହିଭଳି ଭାବେ ଅର୍ଥବ୍ୟବସ୍ଥା ଗଢିଉଠିଛି ଓ ନିର୍ବାଚନ ପାଣ୍ଠି ଯୋଗାଡ଼ କରାଯାଉଛି। ଆଶ୍ଚର୍ଯ୍ୟର କଥା ଯେ, ଭାରତର ପଶ୍ଚିମଭାଗ ତୁଳନାରେ ପୂର୍ବଭାଗରେ ଅଧିକ ଅତି ଧନୀ ରହିଛନ୍ତି।
କେହି ଇନ୍ଦ୍ରଙ୍କୁ ପୂଜା କରନ୍ତି ନାହିଁ। ବୌଦ୍ଧକଳାରେ ବୁଦ୍ଧଙ୍କ ସମ୍ମୁଖରେ ସ୍ବର୍ଗର ଅଧିପତି ମୁଣ୍ଡ ନୁଆଁଇଥିବା ଦେଖାଯାଏ। ଏଥିରୁ ଅନୁଭବ କରାଯାଏ, କାମନା ହିଁ ଦୁଃଖର କାରଣ। ଜୈନ ଇତିହାସରେ ବର୍ଣ୍ଣନା ରହିଛି ଯେ, ନେମି ବିବାହ କରିବାକୁ ମନା କରିଦେଇଥିଲେ। ସେ ଏକ ବିବାହ ଭୋଜି ପାଇଁ ହତ୍ୟା କରାଯାଉଥିବା ପ୍ରାଣୀଙ୍କ ଆକୁଳ କ୍ରନ୍ଦନ ଶୁଣିବା ପରେ ସନ୍ନ୍ୟାସୀ ହୋଇ ଯାଇଥିଲେ। ଏହା ବ୍ୟତୀତ ରିଷଭ ଦେବଙ୍କ କାହାଣୀ ମଧ୍ୟ ରହିଛି। ଥରେ ରିଷଭ ଦେବ ସ୍ବର୍ଗର ନିମନ୍ତ୍ରଣ ପାଇ ସେଠାକୁ ଯାଇଥିଲେ। ସେଠାରେ ସେ ଅପ୍‌ସରା ନିରଞ୍ଜନାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଏବଂ ଇନ୍ଦ୍ର ଅଲୌକିକ ଶକ୍ତି ପ୍ରୟୋଗକରି ତାଙ୍କ ମୃତଦେହ ସ୍ଥାନରେ ଏକ ଅବିକଳ ମୂର୍ତ୍ତି ସୃଷ୍ଟି କରିଥିଲେ। ଏହା ଦେଖି ରିଷଭ ଅନୁଭବ କରିଥିଲେ ଯେ, ସ୍ବର୍ଗରେ ବି ମୃତ୍ୟୁ ହୁଏ। କିଛି ସ୍ଥାୟୀ ନୁହେଁ, କେହି ବି ଚିରଦିନ ବଞ୍ଚନ୍ତିନି। ଏପରିକି ଯେଉଁମାନଙ୍କର ସବୁକିଛି ଅଛି ସେମାନେ ମଧ୍ୟ ଅମର ନୁହନ୍ତି। ଏଣୁ ମାନବଜାତିକୁ କୌଶଳ, କଳା ଓ ହସ୍ତକଳାର ଶିକ୍ଷା ଦେଇ ରିଷଭ ଦେବ କାନକୁ ଜୟ କରିବାକୁ ସଂଘର୍ଷ କରୁଥିବା ସନ୍ନ୍ୟାସୀମାନଙ୍କ ଦିବ୍ୟପଥରେ ଯାତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଦେଖିବାକୁ ଗଲେ ବୈଦିକ ଯୁଗରେ ଗୃହସ୍ଥ ଭୌତ୍ତିକ ବା ସାଂସାରିକ ଜଗତର ସୁଖରୁ ଦୂରେଇ ରହି ନ ଥିଲେ। ଶକ୍ତିଙ୍କ ଦ୍ୱାରା ଶିବ ପରିଚାଳିତ ହେବା ଏବଂ ଲକ୍ଷ୍ମୀଙ୍କ ପ୍ରତି ଅଧିକ ଧ୍ୟାନ ଦେଉଥିବା ବିଷ୍ଣୁଙ୍କ ଭଳି ଇନ୍ଦ୍ର ବିଷୟାସକ୍ତ ଥିଲେ। ଜଣେ ଗୃହସ୍ଥ ଅର୍ଜନ କରିଥିବା ଧନସମ୍ପତ୍ତିରୁ ବଳକା ଅନ୍ୟମାନଙ୍କୁ ଉଧାର ଦେବା ଓ ସେମାନଙ୍କ ପାଇଁ ଖର୍ଚ୍ଚ କରିବା ଉପରେ ବିଶ୍ୱାସ ରହିଥିଲା ଏବଂ ତାହା ଅନ୍ୟମାନଙ୍କୁ ସେଭଳି କରିବା ଲାଗି ଉତ୍ସାହିତ କରିଆସୁଛି।
ଭାରତରେ ଗରିବ ପରିବାରଗୁଡ଼ିକ ବିବାହ ଓ ଯୌତୁକରେ ଅଧିକ ଖର୍ଚ୍ଚକରି ଋଣଗ୍ରସ୍ତ ହୋଇ ଦେବାଳିଆ ହୋଇଯାଉଛନ୍ତି। ସେମାନଙ୍କ ସମ୍ପର୍କୀୟ, ପଡ଼ୋଶୀ ଓ ପ୍ରତିପକ୍ଷମାନେ କରିଥିବା ବିବାହ ତୁଳନାରେ ଅଧିକ ଭଲ କରିବାକୁ ସେମାନେ ଏଭଳି ବିବାହ ଆୟୋଜନ କରିଥାନ୍ତି। ଏହି ସାମାଜିକ ପ୍ରତିଦ୍ୱନ୍ଦ୍ୱିତା ହିଁ ଋଣର ମୁଖ୍ୟ କାରଣ ଏବଂ ଏହା ପରିବାକୁ କ୍ଷତି ପହଞ୍ଚାଇଥାଏ। ବିବାହ ଜୀବନ ସଂସ୍କାର ମହତ୍ତ୍ୱର ସୂଚକ ବୋଲି ଧନୀମାନେ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ଭବ୍ୟ ହେଉ କିମ୍ବା ସରଳ, କୌଣସି ବିବାହ ଉତ୍ସବ କୌଣସି ବୈବାହିକ ସମ୍ପର୍କର ଗୁଣବତ୍ତାର ମାନଦଣ୍ଡ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri